ହେଡଲାଇନସ୍:

କରଞ୍ଜକଟାରେ ରକ୍ତଦାନ ଶିବିର ଅନୁଷ୍ଠିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହରଭଙ୍ଗା/ ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ କରଞ୍ଜକଟା ପଞ୍ଚାୟତ ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଜୀବନ ଜ୍ୟୋତି ଓ ଜୀବନ ବିନ୍ଦୁ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି । ବୌଦ୍ଧର ବିଧାୟକ ଶ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବୌଦ୍ଧ ରକ୍ତ ଭଣ୍ଡାର ର  ଡକ୍ଟର ମଳୟ କୁମାର ସାହୁ , ଲାବ ଟେକନିସିଆନ ଦେବଦତ୍ତ କିଶାନ୍ , କାଉନସିଲର ମନୋଜ ପ୍ରଧାନ, ସହଯୋଗୀ ଚକ୍ରବର୍ତ୍ତୀ ପଟ୍ଟନାୟକ ପ୍ରମୁଖ ଶିବିର ପରିଚାଳନା କରିଥିଲେ । 

ଶିବିରରେ  ବିକ୍ରମ ଭୋକ୍ତା, ଅଜିତ୍ ରାଜହଂସ, କିଶୋର ଚନ୍ଦ୍ର ଦେହୁରୀ , ନିହାର ଘୋଷ , ମ୍ରୁତ୍ୟୁଞ୍ଜୟ ମିଶ୍ର ,,ଧିରେନ ପ୍ରଧାନ ,କ୍ରୁପାସିନ୍ଧୁ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଜୀବନ ଜ୍ୟୋତି  (ଆଞ୍ଚଳିକ ରକ୍ତ ଦାତା ସଂଘ,ବୌଦ୍ଧ) ର ସଭାପତି ପ୍ରଶାନ୍ତ ବିଶି , ତାଙ୍କ ସହଯୋଗୀ ନରେନ୍ଦ୍ର ଦେହୁରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହା ଦୁଇ ଦିନ ଚାଲିବ ପ୍ରଥମ ଦିନରେ ମୋଟ୍ ୩୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ପ୍ରଶାନ୍ତ ବିଶି ସୂଚନା ଦେଇଛନ୍ତି।

0
0
0
s2sdefault