ହେଡଲାଇନସ୍:

ସୁରାଟ ଫେରନ୍ତା : ବୁଗୁଡା ବ୍ଲକରେ ୯୪୮ ଜଣ ଓ ବୁଗୁଡା ଏନଏସିରେ ୨୦୦  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା:   ସୋମବାର ସନ୍ଧ୍ୟା ସୁଦ୍ଧା ବୁଗୁଡା ବ୍ଲକରେ ୯୪୮ ଜଣ ସୁରାଟ ଫେରନ୍ତା ପହଞ୍ଚିଥିବା ବେଳେ ବୁଗୁଡା ଏନଏସିରେ ପ୍ରାୟ ୨୦୦ ଜଣ ପହଞ୍ଚିଥିବା ଜଣାପଡିଛି। ରବିବାର ସନ୍ଧ୍ୟା ସୁଦ୍ଧା ୪୪୫ ଜଣ ପହଞ୍ଚିଥିବା ବେଳେ ଗତ ରାତ୍ର ଓ ଆଜି ସନ୍ଧ୍ୟା ସୁଦ୍ଧା ୫୧୩ ଜଣ ପହଁଞ୍ଚିଛନ୍ତି। ମୋଟ ୯୪୮ ଜଣଙ୍କ ମଧ୍ୟରୁ ପୁରୁଷ ୮୮୮ ଜଣ, ମହିଳା ୨୯ ଜଣ ଓ ଛୋଟପିଲା ୩୧ ଜଣ ଅଟନ୍ତି। ସମସ୍ତ  ଫେରନ୍ତା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ବୁଗୁଡା ବ୍ଲକର ମାଣିତରା, ମକରାପଲ୍ଲୀ, ଚିଲିଖମା, ସୋଲଣ୍ଡି, ଗୋଳାବନ୍ଧ, ବି.କରଡ଼ାବାଡ଼ି, ଭାବସର, କରଚୁଲି,ଗୋଲିଆ, ଅନ୍ତରପଡା, ଖୋଳଖାଳି, ଗୌଡ଼ିଆବୋରଦା,କଳମ୍ବ, ବାଲିପଦର ପ୍ରଭୃତି ଗ୍ରାମର ବିଦ୍ୟାଳୟ ଓ ଗୋଲିଆ ଆଦର୍ଶ ବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରଖାଯାଇଛି। ସେହିପରି ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସନ୍ଧ୍ୟା ସୁଦ୍ଧା ପ୍ରାୟ ୨୦୦ ଜଣ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ରଖାଯାଇଛି।

0
0
0
s2sdefault