ହେଡଲାଇନସ୍:

କମିସନରେଟ ଅଂଚଳରେ ପୁଣି ଲାଗୁ ହେଲା ରାତ୍ରିକାଳୀନ ଯାତାୟାତ ନିଷେଧାଜ୍ଞା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ)  କମିସନରେଟ ଅଂଚଳରେ ପୁଣି ଲାଗୁ ହେଲା ରାତ୍ରିକାଳୀନ ଯାତାୟାତ ନିଷେଧାଜ୍ଞା   |   ଆପାତତଃ ରାତ୍ରିକାଳୀନ କର୍ଫ୍ୟୁ  ସଦୃଶ କଟକଣା | କେନ୍ଦ୍ର ସରକାର ଲକ ଡାଉନ ଅବଧି ବୃଦ୍ଧି କରିବା ସମୟରେ ଜାରି କରିଥିବା ସତ୍ତାବଳୀକୁ ଭିତ୍ତି କରି ରାତିରେ ଯାତାୟାତକୁ କମିଶନରେଟ ପୋଲିସ ଅଂଚଳରେ ସଂପୂର୍ଣ୍ଣ ନିଷେଧ କରାଯାଇଛି । ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କେହି ଘରୁ ପଦାକୁ ବାହାରିବେ ନାହିଁ । କର୍ଫ୍ୟୁ ଶବ୍ଦ ଯଦିଓ ସିଧାସଳଖ ବ୍ୟବହାର ହୋଇନି ତଥାପି ଘୋଷଣାର ଭାଷା କହୁଛି କର୍ଫ୍ୟୁ | ଖୋଦ ଏକଥା ଟୁଇଟ କରି ଜଣାଇଛନ୍ତି ଦ୍ୱୈତ ନଗରୀର ପୋଲିସ କମିଶନର ସୁଧାଂଶୁ ଷଢଙ୍ଗି | ଦେଶର ସମସ୍ତ ଅଂଚଳରେ ସବୁଜୋନରେ ଲକ ଡାଉନ ସମୟରେ ଘରୁ ନ ବାହାରିବାକୁ କୁହାଯାଇଛି | ତେଣୁ ସମସ୍ତେ ଘର ଭିତରୁ ନବାହାରିବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି | ଏହି କର୍ଫ୍ୟୁ ସମୟରେ  କେବଳ ଜରୁରୀକାଳିନ ସେବାକୁ ଏଥିରେ କୋହଳ କରାଯିବ | ସମସ୍ତ ଜରୁରୀ ସେବା ଏହି କଟକଣାରୁ ବାଦ | ସମସ୍ତ ସାମଗ୍ରୀ ପରିବହନକାରୀ ଯାନ ଯାତାୟାତ ହୋଇପାରିବ | 

0
0
0
s2sdefault