ହେଡଲାଇନସ୍:

ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ,ସ୍ୱତନ୍ତ୍ର ବସ ଯୋଗେ ଘରକୁ ଫେରିଲେ  ୧୦୬ଜଣ ଶ୍ରମିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା/ ଅମିତ ପୁରୋହିତ :   କରୋନା ପାଇଁ ତାଲାବନ୍ଦ ହୋଇ ନିଜ ଘରଠାରୁ ଦୁରରେ ଆଘୋଷିତ ବନ୍ଦିପ୍ରାୟ ଜିବନ ବିତାଉଥିବା ନୂଆପଡା ର ୧୦୬ଜଣ ଶ୍ରମିକଙ୍କ ଘରବାହୁଡା ହୋଇଛି । 

ମିଳିଥିବା ସୂଚନା ମୁତାବକ ନୁଆପଡା ଜିଲା ସଦରବ୍ଲକ ର ଭାଲେଶ୍ୱର ବୁଢିପାଲି,ଖଇରାନି,ସାହିପଲା,ଧରମବନ୍ଧା,ନୂଆପଡା ଏନଏସି, ଖରିଆରୋଡ ଏନଏସି ଓ କୋମନାବ୍ଲକର ସମରସିଂ ପଞ୍ଚାୟତର  ୭୧ଜଣ ପୁରୁଷ ମହିଳା ଜଗତସିଂପୁର ଜିଲା ତିରତୋଲ ଅଞ୍ଚଳରେ ଇଟାଭାଟିରେ କାମ କରୁଥିଲେ ।  ସେମାନଙ୍କ ୩୫ଜଣ ଛୁଆ ଙ୍କ ସମେତ ମୋଟ ୧୦୬ଜଣ ତାଲାବନ୍ଦ ଯୋଗୁଁ ସେଠାରେ ଦୀର୍ଘ ଦିନ ହେବ ଫସିରହିଥିଲେ । ରାଜ୍ୟ ସରକାର ଙ୍କ ନିଶ୍ପତିକ୍ରମେ ତାଲାବନ୍ଦ କିଛିମାତ୍ରାରେ କୋହଳ ହେଲା ପରେ ଜଗତସିଂପୁର ଜିଲାପ୍ରଶାସନ ଏହି ଶ୍ରମିକ ମାନଙ୍କୁ ଦୁଇଟି ସ୍ୱତନ୍ତ୍ର ବସଯୋଗେ ନୂଆପଡା ପହଞ୍ଚାଇବାର ବ୍ୟବସ୍ଥା କରାଇଥିଲେ । ଏହି ଶ୍ରମିକମାନେ ନୂଆପଡା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଜିଲାଶ୍ରମଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ସେମାନଙ୍କୁ ଗ୍ରହଣ କରିବା ସହ ସେମାନଙ୍କୁ ନିଜନିଜ ପଞ୍ଚାୟତ କୁ ପଠାଇବାର ବ୍ୟବସ୍ଥା କରିଥିଲେ । ସୂଚନା ମୁତାବକ ଉକ୍ତ ଶ୍ରମିକ ମାନେ ସେଠାରେ ୨୮ଦିନିଆ ସଂଗରୋଧରେ ରହିଥିଲେ ଯାହାର ପ୍ରମାଣପତ୍ର ଜଗତସିଂପୁର ଜିଲାପାଲ ସେମାନଙ୍କୁ ପ୍ରଦାନ କରିଥିଲେ । ଏସମ୍ବନ୍ଧରେ ନୂଆପଡା ଜିଲାମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ପଚାରିବାରୁ ଆମେ ସମ୍ପୃକ୍ତ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା କରିଛୁ କହାରିଠାରେ କିଛି ବ୍ୟତିକ୍ରମ ପରିଲକ୍ଷିତ ହୋଇନାହିଁ ବୋଲି ଜଣାଇଥିଲେ ।  ତଥାପି ସୁରକ୍ଷା ଦୃଷ୍ଟିକୋଣରୁ ଉକ୍ତ ଶ୍ରମିକ ମାନଙ୍କୁ  ଗୃହ ସଂଗରୋଧରେ ରହିବାପାଇଁ ପରାମର୍ଶ ଦିଆଯିବା ସହ ସମ୍ପୃକ୍ତ ଗ୍ରାମର ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ସେମାନଙ୍କ ସ୍ୱସ୍ଥ୍ୟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ  ଦିଆଯାଇଛି ।

0
0
0
s2sdefault