ହେଡଲାଇନସ୍:

ଘରକୁ ଫେରାଇନେବାପାଇଁ ପ୍ରବାସୀ ଶ୍ରମିକଙ୍କ ଆକୁଳ ନିବେଦନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା/ ଅମିତ ପୁରୋହିତ :  କୋରୋନା ମୁକାବିଲା କରିବା ପାଇଁ ତାଲବନ୍ଦ ଯୋଗୁଁ ରାଜ୍ୟ ବାହାରେ ଫସିରହିଥିବା ଶମିକ ମାନଙ୍କ ଧର୍ଯ୍ୟଚ୍ୟୁତି ହେବାକୁ ବସିଲାଣି । ନିଜ ଭିଟାମାଟି ଠାରୁ ବହୁ ଦୁରକୁ କେବଳ ନିଜ ପରିବାର ପ୍ରତିପୋଷଣ ପାଇଁ ସେମାନେ ଚାଲି ଯାଇଥିଲେ । କିନ୍ତୁକରୋନାର ହାହାକାର ଭିତରେ ସେମାନଙ୍କ ଆର୍ତ୍ତ ଚିକ୍ରାର ହଜିଯାଉଛି । ନିଜଘରଠାରୁ ବହୁଦୁରରେ ନାହାତରେ ଅଛି କାମ, ନା ଅଚି ବଞ୍ଚିବାର ରାହା । ଦୀର୍ଘ ୪୦ ଦିନର ତାଲାବନ୍ଦ ସଞ୍ଚିତ ଅର୍ଥକୁ ମଧ୍ଧ ଚଳୁକରିସାରିଲାଣି । ଏପରି ସ୍ଥିତିରେ ନିଜ ଭିଟାମାଟି  ନିଜ ଜିଲାରୁ ଦୁରରେ ଥିବା ପ୍ରବାସୀ ଶ୍ରମିକ ମାନେ ଘରକୁ ଫେରାଇନେବାକୁ ଆକୁଳ ନିବେଦନ କରିଛନ୍ତି । 

ସୂଚନା ମୁତାବକ ନୂଆପଡା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତ ଖଇରଭାଡି ଗ୍ରାମର କିଛି ଯୁବକ କାମଧନ୍ଦା ଅନ୍ୱେଶଣରେ ସୁଦୁର ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସହରକୁ ଯାଇଥିଲେ ।  ପ୍ରଥମେ ସବୁଠିକଠାକ ଚାଲିଥିଲା କିନ୍ତୁ ହଠାତ କୋରୋନା ନାମକ କଳା ବାଦଲର ଘନଘଟା ଭିତରେ ସେମାନଙ୍କ ଦନିଚର୍ଯ୍ୟା  ବଦଳି ଗଲା । ନିଜ ଗାଁ ନିଜ ଘର ନିଜ ଜିଲାରୁ ଦୁରରେ ସେମାନେ ହୋଇଗଲେ ଅଘୋଷିତ ବନ୍ଦି । ଦୀର୍ଘ ୪୦ ଦିନ ବନ୍ଦି ପା୍ରୟ ଜିବନ ଭିତରେ ଘରକୁ ଫେରିବାର ଆଶାମଉଳିଯାଉଥିବା ଦେଖି କିଛି ବ୍ୟକ୍ତି ସହାୟତା ପାଇଁ ଆମ ନୂଆପଡା ପ୍ରତିନିଧୀ ଇଂ. ସୀମାଞ୍ଚଳ ମହାପାତ୍ରଙ୍କ ସହ ଯୋଗାଯୋଗ କରିଥିଲେ । ଆମପ୍ରତିନିଧୀ  ସେମାନଙ୍କ ବିବରଣି ଜିଲାଶ୍ରମ ଅଧିକାରୀ ଙ୍କୁ ଜଣାଇବାସହ ସେମାନଙ୍କୁ ନିଜ ପରିବାର ମାଧ୍ଧମରେ ନିଜନିଜ ପଞ୍ଚାୟତରେ ହେଉ ବା ଅନଲାଇନ ମାଧ୍ଧମାରେ ହେଉ ନିଜ ନାମ ପଞ୍ଜିକରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ସେମାନଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ସୁଦୁର ମୁମ୍ବାଇର ଛତ୍ରପତି ଶିବାଜି ଆନ୍ତର୍ଜାତିୟ ବିମାନ ବନ୍ଦର,ଶାନ୍ତାକୃଜ, ପୂର୍ବ ଅନେ୍ଧରୀ, ଶର ଗ୍ରାମ ଜିଲା ସୁବୁରବାନ, ଥାନା-କାର୍ଗୋ ରେ ଫସିରହିଛନ୍ତି । ସେମାନେ ସେଠାକୁ ଏଆଇସି କମ୍ପାନୀରେ କାମ କରିବାକୁ ଯାଇଥିଲେ । ମିଳିଥିବା ସୂଚନା ମୁତାବକ ସେଠାରେ ନୂଆପଡା ଜିଲା ର କୋମନାବ୍ଲକ କୁରେଶ୍ୱର ପଞ୍ଚାୟତ ଖଇରଭାଡି ଗ୍ରାମର ମିନକେତନ ପୁଝାରୀ,ପ୍ରେମଲାଲା ମାଝୀ,ହୃଶିକେଶ ମାଝୀ,ଭୁବନେଶ୍ୱର ମାଝୀ,ସତ୍ୟବାନ ମାଝୀ,ନିତ୍ୟାନନ୍ଦ ମାଝୀ,ସବିନ ମାଝୀ, ମହେଶରାମ ମାଝୀ, ଓ କୁରୁମପୁରି ପଞ୍ଚାୟତ କୁଶଦହନା ଗ୍ରାମର ସୁସାନ୍ତ ମାଝୀ,ସିନାପାଲି ବ୍ଲକ ଗୋରଲା ପଞ୍ଚାୟତ ବଇଜନପୁର ର ଗୁପ୍ତେଶ୍ୱର ମାଝୀ,ଖୀର ମାଝୀ,ବୋଡେନବ୍ଲକ କିରେଝୋଲାର ଯୁଧିଷ୍ଠିର ଗଉଡ,ଦୁଲାଲୁ ମାଝୀ,ହୃଶିକେଶ ଦାସ,ଖରିଆରବ୍ଲକ ଦୋହେଲପଡା ପଞ୍ଚାୟତ ଚାନେ୍ଦଲଗ୍ରାମରଗଜାନନ ପ୍ରଧାନୀ,ନୀଲାମ୍ବର ଦଣ୍ଡସେନା,ଡମ ମଲିକ,ଗୁଣଦୀପ ଦଣ୍ଡସେନା,ନୀଳମଣୀ ଦଣ୍ଡସେନା,ଭିକାରୀ ଲୁହାର,ଗୌରମଲିକ,ଝଜେନ୍ଦ୍ର ଦଣ୍ଡସେନା,ସୁଦାମ ଦଣ୍ଡସେନା,ମୁକେଶ ଲୁହାର,ଭକ୍ତଚରଣ ଦଣ୍ଡସେନା,ଗୋପାଲ ମଲିକ,ରାଜେଶ ବାଗ,ବଇଚନ୍ଦ୍ର ଲୁହାର,ରୋଜିବ ଲୁହାର,ଟିଚନଲୁହାର,ପୃଥିରାଜ ଦଣ୍ଡସେନା,ଗୋପି ମଲିକ,କ୍ରିଶ୍ନା ଦଣ୍ଡସେନା,ଦାମୋଦର ଦଣ୍ଡସେନା,ଓ ଦେବାହଲ ପଞ୍ଚାୟତ ସାନମହେଶ୍ୱର ଗ୍ରାମର ନରେନ୍ଦ୍ରରାଉତ  ଫେରିବା ବାଟକୁ ଚାହିଁରହିଥିଲାବେଳେ  ନୂଆପଡା ବ୍ୟତିତ ଅନ୍ୟ ଜିଲାଯେପରିକି କଳାହାଣ୍ଡି ଜିଲା ଜୁନାଗଡ ବ୍ଲକାଟିଗାଂ ପଞ୍ଚାୟତ ମିଛଗାଁର ଗରୁଡ ପ୍ରଧାନୀ,ସତୃଷ୍ନ ପ୍ରଧାନୀ, ନିରଞ୍ଜନ ନାଏକ, ବ୍ରାହ୍ମଣିଗୁଡାର ବିଶ୍ୱବିହାରୀ ଦଣ୍ଡସେନା, ଗୋଲାମୁଣ୍ଡାବ୍ଲକ କାନ୍ଦୁଲ ଡଙ୍ଗରିର ବେଣୁଧର ମଲିକ,ବନ୍ଦାଗାଁର ଦୁଯøାର୍ଧନ ମଲିକ, ହରଦାନନ୍ଦ ବଗରତୀ,ଜୁନାଗଡଥାନା ମାଲପଡାର ସୁଶାନ୍ତ ବେହେରୁକ,ବିକାଶ କୁମାର, ବରଗଡଜିଲା ଉ୍ୟନଗର ର ପ୍ରବିନ ଗୁରୁ ପ୍ରମୁଖ ସେଠାରେ ଫସିରହିବା ସହ ନିଜ ଘରକୁ ଫେରିବାର ବାଟ ଚାହିଁ ବସିଛନ୍ତି । ସେମାନଙ୍କ କହିବା ମୁତାବକ ପ୍ରଥମେ ସେମାନେ ନିଜନିଜ ଅଞ୍ଚଳର ଜନପ୍ରତିନିଧୀ ମାନଙ୍କ ସହ ସମ୍ପର୍କ କରିଥିଲେ ବର୍ତ୍ତମାନ କିନ୍ତୁ ଆଉ ଜନପ୍ରତିନିଧୀମାନେ ସେମାନଙ୍କ ଫୋନ ଧରୁନାହାନ୍ତି କି ସେମାନଙ୍କ ସହ କଥା ହେଉନାହାନ୍ତି ।  ସେମାନେ ଘରକୁ ଫେରିବା ପାଇଁ ଆକୁଳ ନିବେଦନ କରିଛନ୍ତି ।

0
0
0
s2sdefault