ହେଡଲାଇନସ୍:

ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ଟିିମ୍ ପାର୍ଥ ମୁଦୁଲିି ଓ ଓଡିଶା ବିିପିୟୁଟିି ଡିିପ୍ଲୋମା ଛାତ୍ର ସଂଘ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ସମଗ୍ର ବିଶ୍ୱ ଏବେ କରୋନା ଭୁତାଣୁ ସହ ଯୁଝୁଥିବା ବେଳେ ସାରାଦେଶରେ ଘୋଷିତ ଲକ ଡାଉନ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି | ଓଡିଶା ସରକାରଙ୍କ ପକ୍ଷରୁ ଲକ ଡାଉନ ଜନିତ ଅସୁବିଧାକୁ ସାମ୍ନା କରିବା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନେଇଥିବା ବେଳେ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ବିଭିନ୍ନ ସଂଗଠନ | ଏହି ତିରୋଟ ସମୟରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଦେଇଛନ୍ତି ବିିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଇଂ ପାର୍ଥସାରଥୀ ମୁଦୁଲିିଙ୍କ ସଂଯୋଜନାରେ ଟିିମ୍ ପାର୍ଥ ମୁଦୁଲିି ଓ ଓଡିଶା ବିିପିୟୁଟିି ଡିିପ୍ଲୋମା ଛାତ୍ର ସଂଘ | ଛାତ୍ରସଂଘର ନେତା ଇଂ ଶକ୍ତିି ପ୍ରସାଦ ରଥ, ଜଗମୋହନ ବଳିିଆରସିଂ, ଲିିଙ୍ଗରାଜ ମହାନ୍ତିି, ସୁଧାଂଶୁ ଶେଖର ପ୍ରଧାନ, ବିିପିୟୁଟି ସଭାପତିି ଜ୍ୟୋତିି ରଂଜନ ଶତପଥୀ ଓ ସାଧାରଣ ସଂପାଦକ ସିିଦ୍ଧାର୍ଥ ନାୟକଙ୍କ ଦ୍ବାରା ଭୁବନେଶ୍ବର, ପୁରୀ, ଭଦ୍ରକ, ଯାଜପୁରରେ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଯୋଗାଇଦେବା ସହ ବିିଭିିନ୍ନ ପଶୁ ପକ୍ଷୀଙ୍କ ମୁହଁରେ ଆହାର ଦେଇଥିଲେ | ସେହିପରି  ରକ୍ତଦାନ ଶିିବିିର ଆୟୋଜନ କରିବା ମାଗଣା ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇଦେଇଥିଲେ | ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସହ ସାମାଜିକ ଦୂରତ୍ୱ ଘରୁ ବାହାରିବା ବେଳେ ମାସ୍କ ପିନ୍ଧିବା ହାତକୁ ସଫା କରିବା ଭଳି କରୋନା ସମ୍ପର୍କିତ ସଚେତନତାର ବାର୍ତ୍ତା ପ୍ରଚାର କରିଥିବା ଜଣାପଡିଛି | 

0
0
0
s2sdefault