ହେଡଲାଇନସ୍:

ଫେରିବେ ପାଖାପାଖି  ୫୦ ହଜାର ଦାଦନ  : ସୁବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା  ପ୍ରଦୀପ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ଶାସକ ପ୍ରଶାସକ) -  ମେ ୩ ତାରିଖ ପରେ ଲକ୍ ଡାଉନ ର ଅବଧି ସରିବା କ୍ଷଣି ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର,ସୁରଟ,କଟକ ଅଞ୍ଚଳରେ କାର୍ଯ୍ୟରତ ପଦ୍ମପୁର ଅଞ୍ଚଳର ପାଖାପାଖି ୫୦ ହଜାର ଦାଦନ ଶ୍ରମିକ ମାନେ ନିଜ ନିଜ ଗାଁକୁ ଫେରିବେ  । ଏହି ଶ୍ରମିକ ମାନେ ବ୍ୟବସ୍ଥିତ  ଢଙ୍ଗରେ କିଭଳି ଗାଁ ମାନଙ୍କୁ ରହି ପାରିବେ ସେ ସଂପର୍କରେ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ବରଗଡ଼ ଜିଲ୍ଲାପାଳଙ୍କ ସହ ଟେଲିଫୋନ ଯୋଗେ ବିଶଦ ଆଲୋଚନା କରିଛନ୍ତି  । ଏବେ ଠାରୁ କ୍ଵାରେଣ୍ଟାଇନ ସେଣ୍ଟରକୁ  ସୁବ୍ୟବସ୍ଥିତ  କରିବା, କ୍ଵାରେଣ୍ଟାଇନ ସେଣ୍ଟର ମାନଙ୍କ ର ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଦାୟିତ୍ଵ ପ୍ରଦାନ କରିବା, କରୋନା ଟେଷ୍ଟକିସ୍ସ ସବୁ କୋରେନ୍ଟ ଟାଇନ୍ ସେଣ୍ଟର ରେ ପର୍ଯ୍ୟାପ୍ତ  ମାତ୍ରାରେ ଉପଲବ୍ଧ କରିବା ଆଦି ବିଷୟ ଉପରେ ଶ୍ରୀ ପୁରୋହିତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ  । କ୍ଵାରେଣ୍ଟାଇନ ପରେ NRGS ପାଣ୍ଠି ଦ୍ବାରା ଶ୍ରମିକ ଭିତ୍ତିକ କାର୍ଯ୍ୟ ବ୍ୟାପକ  ମାତ୍ରାରେ କରିବା ସହ ଯେ ଭଲି ମେସିନ୍ ଜରିଆରେ ଏହି କାର୍ଯ୍ୟ ସଂପାଦନା ନ ହେବ ସେ ଦିଗରେ ବ୍ଲକ ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପୁରୋହିତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି  । ରାଜ୍ୟ ବାହାରେ ଥିବା ସମସ୍ତ ଶ୍ରମିକ ରାଜ୍ୟ ସରକାରଙ୍କ ପୋର୍ଟାଲ ୱେବ୍ ରେ ରେଜିଷ୍ଟ୍ରେସନ କରିବା ଜରୁରୀ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ   ।

 

0
0
0
s2sdefault