ହେଡଲାଇନସ୍:

ଏନ.ଏ.ସି ର ଖାମଖିଆଲି ନୀତି ଯୋଗୁଁ ପନି ପରିବା ହାଟରେ ବିଶୃଙ୍ଖଳା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ) - ସ୍ଥାନୀୟ ପ୍ରଶାସନ ଓ ପୌର ପରିଷଦର ନିଷ୍ପତ୍ତି ଅନୁସାରେ ଲକ ଡାଉନ୍ ପରିସ୍ଥିତି ରେ ମଙ୍ଗଳବାର, ଗୁରୁବାର ଓ ଶନିବାର ତିନି ଦିନ ଧରି ଆର ବି ହାଇସ୍କୁଲ ଖେଳ ବ୍ୟତୀତ ସପ୍ତାହର ବାକି ପାଞ୍ଚ ଦିନ ପନି ପରିବା ହାଟ ବସିବା ପାଇଁ ସ୍ଥିର କରା ଯାଇଛି  । ଏ ସମ୍ବନ୍ଧରେ ଏନ୍ ଏ ସି ତରଫରୁ କୌଣସି ବିଧିବଦ୍ଧ ଘୋଷଣା କରା ଯାଇ ନ ଥିବାରୁ,ଦୂର ଦୂରାନ୍ତ ର ଅନେକ ପରି ପରିବା ଚାଷୀ ଓ ବିକାଳି ପନି ପରିବା ବିକ୍ରି କରିବା ପାଇଁ ସକାଳୁ ପହଂଚି ଯାଇ ଥିଲେ ।  ସେମାନଙ୍କୁ ପରି ବର୍ତ୍ତିତ ପ୍ରଶାସନିକ ନିଷ୍ପତ୍ତି ସଂପର୍କରେ ଜଣାଇବାରୁ ସେମାନେ ଦନ୍ଦରେ ପଡି ଯାଇଥିଲେ । ନା ସେମାନେ ରାସ୍ତାରେ ଛିଡା ହୋଇ ପାରୁ ଥିଲେ ନା ହାଟ ଭିତରେ  ବସି ପାରୁଥିଲେ । ଲୋକେ କିଣାକିଣି ଆରମ୍ଭ କରି ଦେଇଥିବା ବେଳେ ସମସ୍ତଙ୍କୁ ପ୍ରଶାସନ ତରଫରୁ ଫେରାଇ ଦିଆ ଯାଇଥିଲା  । ଏହା ଉଭୟ ପନି ପରିବା ଚାଷୀ, ବିକାଳି ତଥା ସାଧାରଣ ଲୋକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରୁଛି  । ଏନ ଏ ସି ର ଖାମଖିଆଲି ନୀତି ଯୋଗୁଁ ପନି ପରିବା ହାଟରେ ଏକ ବିଶୃଙ୍ଗଳିତ ପରିସ୍ଥିତି ସୃଷ୍ଟି ହେଲା  । ପ୍ରଶାସନିକ ନିଷ୍ପତ୍ତି କୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏ ପରି ଅବହେଳା କୁ ପଦ୍ମପୁରର ଅନେକ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି  ।     

 

0
0
0
s2sdefault