ହେଡଲାଇନସ୍:

ଜିଲ୍ଲାରୁ କୋଭିଡ଼-୧୯ ପରୀକ୍ଷା ପାଇଁ ଯାଇଥିବା ୧୧୫୮ସ୍ୱାବରୁ ୯୯୫  ନେଗେଟିଭ, ୧୬୩ ରିପୋର୍ଟକୁ ଅପେକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଜିଲ୍ଲାରେ କୋଭିଡ଼-୧୯ ସ୍ୱାବର ନମୁନା ପରୀକ୍ଷା ହଜାରେ ଟପିଲା । ଏପ୍ରିଲ୨୮ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ମୋଟ ୧୧୫୮ ଜଣଙ୍କ ନିକଟରୁ ସ୍ୱାବ ସଂଗ୍ରହ କରାଯାଇ କୋଭିଡ଼-୧୯   ପରୀକ୍ଷା ନିମନ୍ତେ ପଠା ଯାଇଥିଲା । ଏହା ମଧ୍ୟରୁ  ୯୯୫ ଟି ସ୍ୱାବର ରିପୋର୍ଟ ଆସିଥିବା ସମୟରେ ୧୬୩ଟି ରିପୋର୍ଟ ପହଁଞ୍ଚି ନାହିଁ । ଆସିଥିବା ସମସ୍ତ ୯୯୫ଟି ସ୍ୱାବ୍ର  ରିପୋର୍ଟ ନେଗେଟିଭ ରହିଛି । ସେହିପରି ୪୩୩ ଜଣ ଦେଶର ବିଭିନ୍ନ ହଟସ୍ପଟଅଞ୍ଚଳରୁ ଫେରି ଆସିଛନ୍ତି । ୭୯ ଜଣ ବିଦେଶ ଫେରନ୍ତା ରହିଥିବା ବେଳେ ୩୦୪ ଜଣଙ୍କ ଗସ୍ତ ବିବରଣୀ ରହିଛି  ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ତେବେ ପଜିଟିଭ କେଶ ଆସିନଥିବାରୁ ମୟୂରଭଞ୍ଜ ଜିଲ୍ଲା ଗ୍ରୀନ ଜୋନରେ ରହିଛି । ଏହା ମୟୂରଭଞ୍ଜବାସୀଙ୍କ ନିମନ୍ତେ ଆଶ୍ୱସ୍ତିର ବିଷୟ ହୋଇଥିବା ବେଳେ ଜନସାଧାରଣ କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ନିଜ ନିଜ ଘର ମଧ୍ୟରେ ସୁରକ୍ଷିତ ଭାବେ ରହିବା ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

 

0
0
0
s2sdefault