ହେଡଲାଇନସ୍:

 ଆମ ଦାନାପାଣି ବନ୍ଦ , ଆମକୁ ସରକାର ସହାୟତା ଦିଅନ୍ତୁ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର 

ବାରିପଦା(ଦିଲ୍ଲୀପ ମହାନ୍ତି)- କରୋନା ମହାମାରୀରେ ସମଗ୍ର ବିଶ୍ୱକୁ ଗ୍ରାସ କରିଥିବା ବେଳେ ଏଥିରୁ ଓଡ଼ିଶା ବାଦ ପଡ଼ି ନାହିଁ । କରୋନା ମୁକାବିଲା ନିମନ୍ତେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ୪୦ ଦିନିଆ ଲକ୍ ଡ଼ାଉନ ସମଗ୍ର ଦେଶରେ ଜାରି ହୋଇଛି । ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ସମାଜର ବିଭିନ୍ନ ବର୍ଗ ନିମନ୍ତେ ବିଭିନ୍ନ ପ୍ରକାରର ସହାୟତା ରାଶି ପ୍ରଦାନ କରିଥିବା ବେଳେ ପରିବହନ ଶ୍ରମିକମାନଙ୍କ ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ପରିବହନ ଶ୍ରମିକମାନେ ଦୈନନ୍ଦିନ ଗାଡ଼ି ମୋଟରରେ କାର୍ଯ୍ୟ କରି ସେମାନଙ୍କର ପରିବାରର ଭରଣପୋଷଣ କରୁଥିବା ବେଳେ ଆଜକୁ ଦୀର୍ଘ ଏକ ମାସର ଲକ୍ ଡ଼ାଉନ ସେମାନଙ୍କ ନିକଟରୁ ରୋଜଗାରକୁ ଛଡ଼ାଇ ନେଇଛି । ଫଳରେ ବସରେ କାର୍ଯ୍ୟକରୁଥିବା ଡ୍ରାଇଭର, କଣ୍ଡକ୍ଟର, ହେଲପରମାନେ ଆର୍ଥିକ ଅନାଟନ ମଧ୍ୟ ଦେଇ ଗତି କରିବା ସହିତ ଭୋକ ଉପବାସରେ ସମୟ କଟାଉଛନ୍ତି । ତେଣୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ସଂଘର ବାରିପଦା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁଙ୍କୁ ପ୍ରଦାନ କରିଛନ୍ତି । ଏହି ସମୟରେ ସଂଘର ସଭାପତି ରଘୁନାଥ ପଣ୍ଡା, କାର୍ଯ୍ୟକାରୀ ସଭାପତି ରବି ଗୋସ୍ୱାମୀ, ସାଧାରଣ ସମ୍ପାଦକ ମନୋରଞ୍ଜନ ପରିଡ଼ା, ସମ୍ପାଦକ ଅଶୋକ ଭଞ୍ଜଦେଓ, ଦାଶରଥୀ ରାଉତ, ସୁବାଷ ତ୍ରିପାଠୀ, ଚିତ୍ତରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ । 

 

0
0
0
s2sdefault