ହେଡଲାଇନସ୍:

ଏପଟେ ଲକ ଡାଉନ , ସେପଟେ ମଦରେ ଲକ ନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଦେଶୀ ଚୋରା ମଦ ଜବତ, ପିକ ଅପ ସହ ଦୁଇ ଗିରଫ

ବାଟିପଦା(DILLIP MOHANTY)- ଗତ ରବିବାର ରାତି ପ୍ରାୟ ସାଢ଼େ ୯ ସମୟରେ ଓଡ଼ି ୦୨ ବିଡି ୪୦୮୭ ନମ୍ବର ବିଶିଷ୍ଟ ଏକ ପିକ ଅପ ଭ୍ୟାନ ଅଳ୍ପ ସଂଖ୍ୟକ ବୋଇତାଳୁ ଲୋଡ଼ କରି ପଡୋଶୀ ଝାଡ଼ଖଣ୍ଡ ରାଜ୍ୟରୁ ବହଳାଗୁଡା - ଝରପୋଖରୀଆ ରାସ୍ତାରେ  ମୟୂରଭଞ୍ଜ ଭିତରକୁ ପ୍ରବେଶ କରିଥିଲା । ଏହି ସମୟରେ ପେଟ୍ରୋଲିଂ କରୁଥିବା ଝାରପୋଖରୀଆ ପୁଲିସର ସନ୍ଦେହ ହେବାରୁ ପିକ ଅପକୁ ଅଟକାଇ ତଲାସୀ ନେବା ପରେ ଗାଡ଼ିରୁ  ୫୪ ବୋତଲ(୪୨ ଲିଟର) ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ବାହାରି ଥିଲା । ଉକ୍ତ ମଦର ମୂଲ୍ୟ ୩୫ ହଜାର ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ପୁଲିସ ପକ୍ଷରୁ ସମସ୍ତ ମଦକୁ ଜବତ କରାଯାଇଛି । ଏଥିସହିତ ଅଭିଯୁକ୍ତ ଝାଡଖଣ୍ଡ ରାଜ୍ୟ ବହଳାଗୁଡା ଥାନା ଅସନଗଡ଼ିଆ ଗ୍ରାମର ବାସୁଦେବ ଦାସ ଓ ଗାଡିର ଡ୍ରାଇଭର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ବିଡିଏ କଲୋନୀରେ ସୁବାସ ଜେନାଙ୍କ ନାମରେ ଝାରପୋଖରୀଆ ଥାନା କେଶ ନମ୍ବର ୮୩/୨୦୨୦ରେ ମାମଲା ରୁଜୁ କରିବା ସହ ଓଡିଶା ଅବକାରୀ ଆକ୍ଟ ୫୨ ଅନୁସାରେ ଗିରଫ କରାଯାଇଛି । ଜବତ ହୋଇଥିବା ଚୋରା ମଦ ଭୁବନେଶ୍ୱରକୁ ବିକ୍ରି ନିମନ୍ତେ ନେଉଥିବାର ଅଭିଯୁକ୍ତ ବାସୁଦେବ ପୁଲିସ ନିକଟରେ ପ୍ରକାଶ କରିଥିବାର ଜଣାପଡିଛି ।

0
0
0
s2sdefault