ହେଡଲାଇନସ୍:

ସୁନ୍ଦରଗଡ଼ ବିଜୁ ଜନତା ଦଳ ତରଫରୁ ଅସହାୟ ଲୋକଙ୍କୁ ରାସନ ଓ  ରନ୍ଧାଖାଦ୍ୟ ପ୍ୟାକେଟ ବଣ୍ଟନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :- ଦେଶର କରୋଣା ସଂକ୍ରମଣ ଭୁତାଣୁ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ପରିସ୍ଥିତି ରେ ଥିବାରୁ  ସୁନ୍ଦରଗଡ଼ ଜିଲ୍ଲାର ବିଜୁଜନତା ଦଳର  କର୍ମକର୍ତ୍ତା ମାନେ ଆଜି ସଦରବ୍ଲକ୍ ଅନ୍ତର୍ଗତ କିରେଇ ଗ୍ରାମପଞ୍ଚାୟତ ଗସ୍ତ କରି ସେଠାରେ ସରପଞ୍ଚ ଝରଣା ବାଘୁଆରଙ୍କ ସହିତ ସରକାରୀ ସହାୟତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ଠିକ ଭାବରେ ସରକାରଙ୍କ ଆଦେଶ କୁ ଅନୁସରଣ କରି ଗରିବ ଅସହାୟ, ବୃଦ୍ଧା ,ଶ୍ରମିକ ଅନ୍ୟ ଜାଗାରୁ ଆସି ଫସି ରହିଥିବା ବ୍ୟକ୍ତି ମାନଙ୍କୁ ସଠିକ ଭାବରେ ରନ୍ଧାଖାଦ୍ୟ  ଠାରୁ ଆରମ୍ଭ କରି ବୃଦ୍ଧାଙ୍କ ଭତା ଟଙ୍କା ,ଶ୍ରମିକଙ୍କୁ ଲେବର କାର୍ଡ଼ ରେ ମିଳିବା ଟଙ୍କା ଭଳି ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଆସୁଥିବା ଟଙ୍କା ପଇସା ପ୍ରକୃତ ହିତାଧିକାରୀ ଏବଂ ଅଞ୍ଚଳରେ ବସବାସ କରୁଥିବା ଗରିବ ଅସହାୟ ,ବିଧବା ମହିଳା ମାନେ ଉପକୃତ ହେଉଛନ୍ତି ନା ନାହିଁ ତାହା ଉପରେ ଗୁରୁତ୍ୱପୂର୍ଣ୍ଣ ଭାବରେ ଆଲୋଚନା କରିଥିଲେ । ତାପରେ  ଗରିବ ଅସହାୟ  ଏବଂ ନିରାଶ୍ରୟଙ୍କ ପାଇଁ ରୋଷେଇ ହୋଇଥିବା ରନ୍ଧାଖାଦ୍ୟ କେନ୍ଦ୍ରକୁ ଯାଇ ଖାଦ୍ୟର ମାନ କେତେ ପରିମାଣରେ ଠିକ ଅଛି ନା ନାହିଁ ତାହାର ଉପରେ ନିରୀକ୍ଷଣ  କରିଥିଲେ ଏବଂ  ୧୫୨ ଜଣଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା ।

ଗତକାଲି ଭାତ, ଡ଼ାଲମା ଓ ଅଣ୍ଡା ତରକାରୀ ଦିଆଯାଇଥିବା ସରପଞ୍ଚ ପ୍ରକାଶ କରିଥିଲେ  । ଅପରପକ୍ଷରେ ସନ୍ଧ୍ୟାରେ ସହରର ତିନି ନମ୍ବର ୱାର୍ଡ଼   ଗାନ୍ଧିନଗରରେ  ପହଞ୍ଚି ରାସନକାର୍ଡ଼ ନ ଥିବା ପରିବାର ସହିତ ଅନେକ ଅସହାୟ ଓ ଗରିବଙ୍କୁ ରାସନ ସାମଗ୍ରୀ ତଥା ଚାଉଳ,ଡ଼ାଲି, ଆଳୁ ,ପିଆଜ, ଲୁଣ ଆଦି ବଣ୍ଟନ କରିଥିଲେ । ଏହାଛଡ଼ା କରୋନା ମୁକାବିଳା ପଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ବ୍ୟବହାର କରିବା, ନିୟମିତ ସାବୁନ୍‌ରେ ହାତ ଧୋଇବା ,ବିନା କୌଣସି  କାରଣ ରେ ଅଯଥା ଘରୁ ନ ବାହାରନ୍ତୁ ଭଲି   ସଚେତନତା କରାଇଥିଲେ  ।  ପବିଜୁଜନତା ଦଳର ବରିଷ୍ଠ ବିଜେଡ଼ି ନେତା ଜନ୍ମେଜୟ ମମହାପାତ୍ର, ପୂର୍ବତନ ନଗର ସଭାପତି ଜୟନାରାୟଣ ତ୍ରିପାଠୀ, ପୂର୍ବତନ ନଗରପାଳ ବେଣୁଧର ତଣ୍ଡିଆ,ଆଇନଜିବୀ ଅଞ୍ଜନା ସାହୁ, ସୁନିଲ ମହାପାତ୍ର, ସୁମନ୍ତ ସାହୁ ,ପ୍ରମୁଖ ରହିଥିବା ବେଳେ ବଣ୍ଟନ କାର୍ଯ୍ୟରେ ୱାର୍ଡ଼ର ତ୍ରିଲୋଚନ କାକ୍‌, ପଙ୍କଜ ଶ୍ରେଷ୍ଠ ଏବଂ ବାବୁଲି କାକ୍ ପ୍ରମୁଖ ସହାୟତା କରିଥିଲେ ।

 

0
0
0
s2sdefault