ହେଡଲାଇନସ୍:

ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର(ଶାସକ ପ୍ରଶାସକ) ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସତ୍ୟନାରାୟଣ ପୂଜା ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି  । ଏହି ଅବସରରେ  ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ ସହକାରୀ ଶିକ୍ଷୟତ୍ରୀ ତାରାବତୀ ବିଶ୍ୱାଳ ଙ୍କୁ ବିଦାୟ ପ୍ରଦାନ କରାଯାଇଥିଲା  । ଏହି କାର୍ଯ୍ୟକ୍ରମ ରେ ବୁକୁରାମୁଣ୍ଡା ଗ୍ରାମର ଅବସର ପ୍ରାପ୍ତ ସୈନିକ ହର୍ଷବର୍ଦ୍ଧନ ବିଶି, ଅବସର ପ୍ରାପ୍ତ ଶିକ୍ଷକ ବୈଲୋଚନ ଭୋଇ, ଜଗଦୀଶ ବାରିକ ଓ ବିଦ୍ୟାଳୟ ର ଉଦ୍ୟେକ୍ତା ମଙ୍ଗଲୁ ବରିହା ଯୋଗଦାନ କରି ଛାତ୍ରଛାତ୍ରୀ ଙ୍କ ମଙ୍ଗଳ କାମନା କରିଥିଲେ ।  ଏହି ସଭାରେ ବିଦ୍ୟାଳୟ ପରିଚାଳନା କମିଟୀ ର ଅଧ୍ୟକ୍ଷ ଚିତ୍ରସେନ ବିଶ୍ୱାଳଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା ।  ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରାକାର ପ୍ରଧାନ ସଭାପରିଚାଳନା କରିଥିବାବେଳେ ସହକାରୀ ଶିକ୍ଷୟତ୍ରୀ ରୀତାଞ୍ଜଳୀ ସାହୁ ଅତିଥି ପରିଚୟ ପ୍ରଦାନ ଓ ସହକାରୀ ଶିକ୍ଷୟତ୍ରୀ ସୁଶ୍ରୀ ସୁମିତ୍ରା ପାତ୍ର  ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault