ହେଡଲାଇନସ୍:

କରୋନା ଆତଙ୍କ : ସତର୍କତା ମୂଳକ ପଦକ୍ଷେପ ଓ ସଚେତନତା ପାଇଁ ରାଜ୍ୟକୁ କେନ୍ଦ୍ରର ଚିଠି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ( ଶାସକ ପ୍ରଶାସକ ବ୍ୟୁରୋ) : ଦେଶରେ କରୋନା ସଂକ୍ରମଣର ଆଶଙ୍କାକୁ ପ୍ରତିହତ କରିବା ସହ ସତର୍କତାମୂଳକ ପଦକ୍ଷେପ ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଥିବା ବେଳେ ଆଜି ଏ ସକାଶେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟର ସଚିବ ଏସ ଖରେ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି । ଏହାର ସଂକ୍ରମଣ ବା ପ୍ରଭାବକୁ ରୋକିବା ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ସହ ଶ୍ରୀ ଖାରେ ଛାତ୍ରଛାତ୍ରୀମାନଙ୍କୁ ଏ ବାବଦରେ ଅଧିକ ସଚେତନ କରିବାକୁ ପରାମର୍ଶ  ଦେଇଛନ୍ତି ।

0
0
0
s2sdefault