ହେଡଲାଇନସ୍:

କୋରୋନା ଭୁତାଣୁ ଚିହ୍ନଟ ପରେ ସତର୍କ ହେଲେ ଭାରତ ସରକାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଧାନମନ୍ତ୍ରୀ ନିଜେ ନେଲେ ସବିଶେଷ ସମୀକ୍ଷା, ସତର୍କ ରହିବା ପାଇଁ ଦେଲେ କିଛି ଟିପ୍ସ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଭାରତରେ ଦୁଇ କୋରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହା ସମଗ୍ର ଦେଶ ପାଇଁ ନିଶ୍ଚିତ ଭାବେ ସତର୍କ ଘଣ୍ଟି ପାଲଟିଛି | ଆଉ ଏହାକୁ ଗୁରୁତର ସହ ନେଇଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ନିଜେ ଆଜି ଏ ପ୍ରସଙ୍ଗରେ ନେଇଛତି ସମୀକ୍ଷା ବୈଠକ | କୋରୋନା ଭୁତାଣୁ ରୋଗର ମୁକାବିଲା କରିବା ପାଇଁ କି ପ୍ରକାର ପ୍ରସ୍ତୁତି ଗ୍ରହଣ କରାଯାଇଛି ତାହାରି ଉପରେ ସବିଶେଷ ତର୍ଜ୍ଜମା କରିଛନ୍ତି ବିଭିନ୍ନ ମନ୍ତ୍ରଣାଳୟର ପଦାଧିକାରୀମାନଙ୍କ ସହ | ଆଉ ଏ ବିଷୟ ଏକ ଟୁଇଟ ମାଧ୍ୟମରେ ପ୍ରକାଶ କରିବା ସହ କୋରୋନାଜେ ମୁକାବିଲା କରିବା ପାଇଁ  ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ମାନେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି | ବିଦେଶରୁ ଭାରତରେ ପହଂଚିବା ମାତ୍ରକେ ସେମାନଙ୍କ ସ୍କ୍ରିନିଙ୍ଗ ଠାରୁ ଆରମ୍ଭ କରି ଡାକ୍ତରୀ ଚିକିତ୍ସା ପର୍ଯ୍ୟନ୍ତ ଯେପରି ସତର୍କତାର ସହ ହୋଇ ପାରିବ ସେ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ଆଜି ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି | 

ଏହା ସହିତ ସତର୍କ ରହିବା  ପାଇଁ ଦେଶବାସୀଙ୍କ ଅନୁରୋଧ କରିବା ସହ କିଛି ପରାମର୍ଶ ଦେଇଛନ୍ତି | ପ୍ରଧାନମନ୍ତ୍ରୀ ଜାରି କରିଥିବା ମାର୍ଗଦର୍ଶିକାରେ କୌଣସି ପ୍ରକାରେ ଭୟଭୀତ ନହେବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି | ସମସ୍ତେ ମିଶି ଏକାଠି ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ କହିବା ସହ କିଛି ସୁସ୍ଥ ଅଭ୍ୟାସ ହଣା ସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରିଛନ୍ତି | ନିଜ ହାତକୁ ବାରମ୍ବାର ସଫା କରିବା, ସାମାଜିକ ଦୂରତା ବଜାୟ ରଖିବା , ଆଖି ନାକ ପାଟିକୁ ଛୁଇଁବା ଅଭ୍ୟାସରୁ ବିରତ ରହିବା, କାଶିବା ଛୀଙ୍କିବା ବେଳେ ନିଜ ମୁହଁକୁ ଟିସୁ ପେପର ବା ରୁମାଲ ରେ ଆବୃତ କରିବା, କାଶ-ଜର ଆଉ ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ କଲେ ତୁରଙ୍କ ଡାକ୍ତରଙ୍କ ସହାୟତା ନେବା ଓ ସଚେତନ ରହିବ ସହ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ପରାମର୍ଶକୁ ପାଳନ କରିବା ଆଦି ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଅନୁରୋଧ କରିଛନ୍ତି | 

ସୂଚନା ଯୋଗ୍ୟ ଯେ ଭାରତରେ କୋରୋନା ଭୁତାଣୁ ଚିହ୍ନଟ ସମ୍ପର୍କରେ ଶାସକ ପ୍ରଶାସକରେ ଖବର ପ୍ରକାଶ ପାଇବା ପରେ ବରଗଡ଼ ଜିଲ୍ଲା ବିଜେପୁରର ସମାଜିକ କର୍ମୀ ଦିବସ ସାହୁ ସେ ଖବର ଉପରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗକୁ ଏ ଉପରେ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ |

ଆମେ ଏଠି ମନେପକାଇ ଦେଇପାରୁ,  ଗତକାଲି  ଖୋଦ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସୂଚନା ଦିଆ ଯାଇଥିଲା ଯେ  nCoV19କରୋନା ଭୁତାଣୁ ଭାରତରେ ଚିହ୍ନଟ କରାଯାଇଛି | ମନ୍ତ୍ରଣାଳୟ ପକ୍ଷରୁ ପିଆଇବି ମାଧ୍ୟମରେ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଥିଲା ଯେ  ଯେ ନୂଆ ଦିଲ୍ଲୀରେ ଜଣକ ଦେହରେ  nCoV19କରୋନା ଭୁତାଣୁ ଚିହ୍ନଟ ହୋଇଛି, ଯେ କି ଇଟାଲୀରୁ ଫେରିଛନ୍ତି | ଆଉ ଗୋଟିଏ ତେଲେଙ୍ଗାନାରୁ ଚିହ୍ନଟ ହୋଇଛି, ଯେ କି ଦୁବାଇରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି | ଦୁଇଜଣ ଯାକ ରୋଗୀଙ୍କ ଅବସ୍ଥା ସ୍ଥିର ଅଛି ଓ ସେମାନଙ୍କୁ ସତର୍କତାମୂଳକ ପର୍ଯ୍ୟବେକ୍ଷଣ ଭିତରେ ରଖାଯାଇଛି |

 

 

 

0
0
0
s2sdefault