ହେଡଲାଇନସ୍:

ସିଜିନାଲ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ବୈଠକ : ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ସଙ୍ଘ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ପଦ୍ମପୁର ଉପଖଣ୍ଡ ବିରିପାଲି ଠାରେ ପଦ୍ମପୁର ରେଂଜ ଅଧିନସ୍ଥ ସିଜିନାଲ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ସରକାର ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କ ଦରମା ପର୍ଯ୍ୟାୟକ୍ରମେ ବର୍ଦ୍ଧିତ କରୁଥିଲେ ମଧ୍ୟ ସିଜିନାଲ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ଦରମା ବର୍ଦ୍ଧିତ କରିନାହାନ୍ତି । ସରକାରଙ୍କ ଚୁକ୍ତି ଅନୁସାରେ ୪୦ ପ୍ରତିଶତ ଚପରାଶି ମାନଙ୍କ,୪୫ ପ୍ରତିଶତ ମୁନସି ମାନଙ୍କ ଓ ୫୫ ପ୍ରତିଶତ ଚେକର ତଥା ହେଡ଼ଚେକର ମାନଙ୍କ ଦରମା ବଢ଼ିବା ପରିବର୍ତ୍ତେ  ସରକାର ହେଡ଼ଚେକର ମାନଙ୍କ ଦରମା ୮୪୩ ଟଙ୍କା ଓ ସର୍କଲ ଚେକର ମାନଙ୍କ  ୭୪୩ ଟଙ୍କା ଦରମା କାଟି ଦେଇଛନ୍ତି ।ଏହାର ପ୍ରତିବାଦରେ ଆସନ୍ତା ମାର୍ଚ୍ଚ ୨ ତାରିଖ ଦିନ ଡିଭିଜନ ଫରେଷ୍ଟ ଅଫିସ ସମ୍ମୁଖରେ ତିନି ଘଣ୍ଟା ଧାରଣା ଦିଆଯିବ ଏବଂ ମାର୍ଚ୍ଚ ୩ ତାରିଖ ଦିନ ସମସ୍ତ ରେଂଜ ସମ୍ମୁଖରେ କର୍ମଚାରୀ ମାନେ ଧାରଣା ଦେବେ । ଯଦି ସରକାର ତାଙ୍କ ସର୍ତ୍ତ ପୂରଣ ନ କରନ୍ତି ତେବେ ମାର୍ଚ୍ଚ ୧୧ ତାରିଖ ଦିନ ରାସ୍ତା ଅବରୋଧ ଆନ୍ଦୋଳନ କରିବେ ବୋଲି  କେନ୍ଦୁପତ୍ର କର୍ମଚାରୀ ସଙ୍ଘର ସମ୍ପାଦକ ସୂଚନା ଦେଇଛନ୍ତି । ଏହି ବୈଠକରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏବଂ ସମସ୍ତ ଚପରାଶି,ମୁନସି, ଚେକର ତଥା ହେଡ଼ଚେକର ମାନେ ଉପସ୍ଥିତ ଥିଲେ ।

0
0
0
s2sdefault