ହେଡଲାଇନସ୍:

ପ୍ରିୟ ମଣିଷକୁ ଦେଲେ ଲୁହରେ ଶ୍ରଦ୍ଧାଞ୍ଜଳି 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି କଲ୍ୟାଣୀଙ୍କ ଅଭିଷେକ ପରେ ତାଙ୍କ ଅନୁମତି ପୂର୍ବକ ଆରମ୍ଭ ହୋଇଥିଲା ଶେଷଜରୀତ୍ୟ ପ୍ରକ୍ରିୟା |  ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପାରଳାର ସ୍ବର୍ଗତ ମହାରାଜା  ଶ୍ରୀ ଗୋପୀନାଥ ଗଜପତି ନାରାୟଣ ଦେବାଙ୍କ ଶେଷକୃତ୍ୟ ସମ୍ପନ୍ନ ହେଲା ପାରଳାଖେମୁଣ୍ଡି ସହରର ମଧ୍ୟଭାଗରେ ଥିବା ତାଙ୍କ ବଂଶ-ପରିବାରର ସମାଧି ସ୍ଥଳରେ | 

ମହାରାଜାଙ୍କ ପାର୍ଥିବ ଶରୀର ପାରଳାଖେମୁଣ୍ଡି ପହଁଚିବା ପୂର୍ବରୁ ଫରେଷ୍ଟ ଗେଟ୍ ଛକ ଠାରୁ ସହରବାସୀ ଏକ ବିରାଟ ପଟୁଆରରେ ଶ୍ରଦ୍ଧାଞ୍ଜଳି ପୂର୍ବକ ସ୍ବର୍ଗତ ମହାରାଜା ଗୋପୀନାଥ ଗଜପତିଙ୍କ ମର-ଶରୀରକୁ ରାଜ-ପ୍ରସାଦର ଦକ୍ଷିଣ ଦ୍ୱାର ଦେଇ  ପଛ ଭାଗ ପଟକୁ ଅଣାଯାଇଥିଲା ।  ପାରମ୍ପରିକ ରିତିନୀତି ପ୍ରକାରରେ କାର୍ଯ୍ୟ ସମ୍ପନ୍ନ କରାଯାଇ ଥିଲା ଏବଂ ଅପେକ୍ଷାରତ ହଜାର ହଜାର ସଂଖ୍ୟକ ପାରଳା ବାସୀ ଶେଷ ଦର୍ଶନ କରି ପୁଷ୍ପଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । 

 ଅନ୍ୟପଟରେ ମହାରାଜାଙ୍କ ଦେହାନ୍ତ ପରେ ରାଜକୀୟ ନୀତିନିବାଜ ପ୍ରକାରେ  ମନ୍ଦିର ଆଜ୍ଞାମାଳ ହୋଇ  ରାଜ-ଦରବାର ହଲ ଠାରେ ସ୍ବର୍ଗତ ମହାରାଜାଙ୍କ ଏକମାତ୍ର କନ୍ୟା ଶୁଶ୍ରୀ କଲ୍ୟାଣି ଗଜପତି ନାରାୟଣ ଦେବଙ୍କୁ ରାଜଭିଷେକ କରା ଯାଇଥିଲା । ପାରଳା ମହାରାଜାଙ୍କ ପରିବାରର ପୁରୋହିତ ମାନେ କଲ୍ୟାଣୀ ଗଜପତିଙ୍କୁ ମୁକୁଟ ପିନ୍ଧାଇବା ସହ ହାତରେ ଖଣ୍ଡା ଧରାଇ ରାଜଦେବ ମନ୍ତ୍ର ପାଠ କରାଇ ରାଜଭିଷେକ କାର୍ଯ୍ୟ ସମ୍ପନ୍ନ କରିଥିଲେ । ତାଙ୍କର ଆଜ୍ଞା ମିଳିବା ପରେ ମହାରାଜାଙ୍କ ଶେଷକୃତ୍ୟ ପାଇଁ ସମସ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ସ୍ବର୍ଗତ ମହାରାଜାଙ୍କ ପାର୍ଥିବ ଶରୀରକୁ ହଜାର ହଜାର ସଂଖ୍ୟକ ପାରଳା ବାସୀ ବିରାଟ ଶୋଭାଯାତ୍ରରେ ମହାରାଜାଙ୍କ ପରିବାରର ନିଜସ୍ୱ ସମାଧି ପୀଠକୁ ନିଆ ଯାଇଥିଲା । ସେଠାରେ ଓଡିଶା ବିଧାନସଭା  ବାଚସ୍ପତି ସୂର୍ଯ୍ୟ ନାରାୟ ପାତ୍ର ଓ ସଂସଦୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମହାରାଜାଙ୍କ ପାର୍ଥିବ ଶରୀର ଉପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜାତୀୟ ପତାକା ଘୋଡାଇ ଏବଂ ପୁଷ୍ପଗୁଛ ଦେଇ ଶେଷ ସମ୍ମାନ ଜଣାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତା ପରେ ପରେ ସେଠାରେ ଉପସ୍ଥିତ ଥିବା  ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ,  ପାରଳା ବିଧାୟକ କେ . ନାରାୟଣ ରାଓ , ସୋରଡା  ବିଧାୟକ ପୂର୍ଣ୍ଣଚନ୍ଦ୍ର ସାହୁ , ଜିଲ୍ଲାପାଳ ଅନୁପମ ଶାହା ,ଏସପି ସାରା ଶର୍ମା , ଜିଲ୍ଲା ସ୍ୱାଭିମାନ ମଞ୍ଚ ଆବାହକ ଡ଼ଃ. ତିରୁପତି ପାଣିଗ୍ରାହୀ , ଭୃଗୁବକ୍ସି ପାତ୍ର ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ , ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ , ପାରଳା ବାସୀ ଶେଷ ଦର୍ଶନସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତା ପରେ ପରେ ଜିଲ୍ଲା ପୋଲିସ  ମହାରାଜାଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ ହନର ଦେଇ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ୧୦ ରାଉଣ୍ଡ ଉପରକୁ ଫାଙ୍କା ଗୁଳି ଚଳାଇଥିଲେ ।

  ପରେ ପୁରୋହିତ ମାନଙ୍କ ରୀତିନୀତି ପ୍ରକାରେ ପିଣ୍ଡକାର୍ଯ୍ୟ ସମ୍ପନ୍ନ ହେବା ପରେ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର  କରାଯାଇଥିଲା । ପାରଳା ଜଗନ୍ନାଥ ମନ୍ଦିରର ସେବକ ରାମଚନ୍ଦ୍ର ଭୁକ୍ତାଙ୍କ ଦ୍ବାରା ମୁଖାଗ୍ନି ଦେଇଥିଲେ।

 

0
0
0
s2sdefault