ହେଡଲାଇନସ୍:

ରାଜଭବନ ଉଦ୍ୟାନ  : ପାସ ଭିଡ଼ରୁ ବର୍ତ୍ତିବାକୁ ଚାଲନ୍ତୁ ଅନଲାଇନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 Bhubaneswar(shasak prashasak) : ରାଜଭବନ ଉଦ୍ୟାନକୁ ନିର୍ଦ୍ଧାରିତ ଜାନୁଆରୀ ୫ରୁ ୧୯ ତାରିଖ ମଧ୍ୟରେ ପରିଦର୍ଶନ ପାଇଁ ଇଚ୍ଛୁକ ସର୍ବସାଧାରଣଙ୍କୁ ସହଜ ଓ ସୁବିଧାରେ ପ୍ରବେଶ ପତ୍ର ମିଳିବା ଉଦ୍ଦେଶ୍ୟରେ ରାଜଭବନ ପକ୍ଷରୁ ମୋବାଇଲ୍ ଆପ ବ୍ୟତୀତ ୱେବସାଇଟ ମାଧ୍ୟମରେ ଅନ୍ୟ ଏକ ବ୍ୟବସ୍ଥା ଗ୍ରହଣ କରାଯାଇଛିା ଏହି ବ୍ୟବସ୍ଥା ଅନୁଯାୟୀ ସର୍ବସାଧାରଣ ରାଜଭବନର ସରକାରୀ ୱେବସାଇଟ  rajbhavanodisha.gov.in କୁ ଯାଇ ଏହାର ହୋମ୍ ପେଜ ଉପରେ ଥିବା  'Raj Bhavan Services' ପାର୍ଶ୍ୱରେ  Download Appରେ କ୍ଲିକ୍ କରି ନିଜର ପ୍ରବେଶ ପତ୍ର ପ୍ରସ୍ତୁତ କରିପାରିବୋ ଏଠାରେ ସୂଚନାଯୋଗ୍ୟ ଯେ ରାଜଭବନ ଉଦ୍ୟାନକୁ ପ୍ରବେଶ ପାଇଁ 'Rajbhavan Odisha'  ନାମରେ ଗୁଗଲ୍ ପ୍ଲେ ଷ୍ଟୋରରେ ଆଣ୍ଡ୍ରଏଡ୍ ସ୍ମାର୍ଟ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରାଯାଇଛିା ଭିଡରୁ ମୁକ୍ତ ରହି ସୁବିଧାରେ ରାଜଭବନ ମଧ୍ୟକୁ ପ୍ରବେଶ କରିବା ପାଇଁ ଉପଲବ୍ଧ ଏହି ଦୁଇ ବ୍ୟବସ୍ଥାର ସୁବିଧା ନେବା ନିମନ୍ତେ ରାଜଭବନ ପକ୍ଷରୁ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଉଛିା 

 

0
0
0
s2sdefault