ହେଡଲାଇନସ୍:

"ମୋ ବାପାକୁ ମୁଁ ମାରିଦେଲି"

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବୀରମହାରାଜାପୁର ପୋଲିସ ସାମ୍ବାଦିକ ସମ୍ମିଳନୀରେ ସ୍ଵୀକାର କଲା : ଜେଲଗଲା ପିତୃ ହତ୍ୟାକାରୀ 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବୈରାଗିପାଲି ଗ୍ରାମରେ ଗୁରୁବାର ଦିନ ବାପା ଗଣ୍ଡା ଘୁଟାକୁ ହତ୍ଯାକରିଥିବା ପୁଅ ଜଗମୋହନ ଘୁଟାକୁ ଆଜି ବୀରମହାରାଜପୁର ପୋଲିସ କୋର୍ଟ ଚାଲାଣ କରିଛି । ବୁଧବାର ରାତିରେ କୌଣସି କଥାକୁ ନେଇ ବାପା ଗଣ୍ଡା ଓ ଜଗମୋହନ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା  ।ପରେ ଉତ୍ତ୍ଯକ୍ତ ହୋଇ ଜଗମୋହନ ନିଜ ବାପାଙ୍କୁ ହତ୍ଯା କରି ଫେରାର୍ ହୋଇଥିଲା । ଗୁରୁବାର ଜଙ୍ଗଲ ରାସ୍ତା ଦେଇ ଶୁଲିଆ ଗାଁକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା । ଆଜି ତାଙ୍କୁ କୋର୍ଟଚାଲାଣ କରିଥିଲା । ଜାମିନ ନାମଞ୍ଜୁର ନହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇଦିଆଯାଇଛି । ଗଣ୍ଡା ପ୍ରଥମେ ଠେଙ୍ଗା ସାହାଯ୍ୟରେ ମାଡ ମାରିଥିଲା । ତେଣୁ ସେ ଛୁରୀ ଭୂସି ବାପାଙ୍କୁ ହତ୍ଯା କରିଥିବା ପୋଲିସ ଆଗରେ କହିଥିଲା । ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଥିବା ଆଇଆଇସି ପ୍ରଭାଧନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

0
0
0
s2sdefault