ହେଡଲାଇନସ୍:

"ଅଧ୍ୟାପକମାନେ ଛାତ୍ରଛାତ୍ରୀ ତଥା ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ବିସ୍ତାର କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି' : ମନ୍ତ୍ରୀ ଡ. ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

"ଛାତ୍ରମାନଙ୍କର ମନସ୍ତତ୍ତ୍ୱ, ଅଧ୍ୟାପକମାନଙ୍କର ମାନସିକତା, ସମାଜର ଦାୟିତ୍ୱବୋଧ ଏବଂ ଅଭିଭାବକମାନଙ୍କ ଭରସାକୁ ପାଥେୟ କରି ଓଡ଼ିଶାର ଉଚ୍ଚଶିକ୍ଷାକୁ ଆଗେଇ ନେବାକୁ ପଡ଼ିବ' 

 ଭୁବନେଶ୍ୱର(ଶାସକ ପ୍ରଶାସକ): ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ସଫଳତା ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟା ଏ ଦିଗରେ ଅଧ୍ୟାପକମାନଙ୍କର ନିଷ୍ଠା ଓ ଆନ୍ତରିକତା ଉଚ୍ଚଶିକ୍ଷାକୁ ଉଚ୍ଚତମ ସେପାନକୁ ନେଇଯାଇ ପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା

 ଆଜି ପୂର୍ବାହ୍ନରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଓଡ଼ିଶାର ମହାବିଦ୍ୟାଳୟଗୁଡ଼ିକର ଅଧ୍ୟକ୍ଷ ଓ ବରିଷ୍ଠ ଅଧ୍ୟାପକମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ ଛାତ୍ରମାନଙ୍କର ମନସ୍ତତ୍ତ୍ୱ, ଅଧ୍ୟାପକମାନଙ୍କର ମାନସିକତା, ସମାଜର ଦାୟିତ୍ୱବୋଧତା ଏବଂ ଅଭିଭାବକମାନଙ୍କ ଭରସାକୁ ପାଥେୟ କରି ଓଡ଼ିଶାର ଉଚ୍ଚଶିକ୍ଷାକୁ ଆଗେଇ ନେବାକୁ ପଡ଼ିବା 

ସଂପ୍ରତି ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପରିବର୍ତ୍ତନକାରୀ ପଦକ୍ଷେପ କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ଫଳପ୍ରସୂ ହୋଇନାହିଁ, ଏହା ପ୍ରତି ଅନ୍ୟ ରାଜ୍ୟମାନେ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତିା ଛାତ୍ରଛାତ୍ରୀମାନଙ୍କ ସହିତ ଅଧ୍ୟାପକମାନଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ ନିମନ୍ତେ ମହାବିଦ୍ୟାଳୟଗୁଡ଼ିକରେ ପ୍ରୋକଟରିଆଲ୍ ପ୍ରଥା ଓ ମେଣ୍ଟରିଙ୍ଗ୍ ପ୍ରଚଳନ କରାଯାଇଛିା ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀମାନଙ୍କର ୭୫ ପ୍ରତିଶତ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଥିବା ପରିପ୍ରେକ୍ଷୀରେ ଅଧ୍ୟକ୍ଷମାନେ ନିୟମିତ ଶ୍ରେଣୀଗୃହ ପରିଦର୍ଶନ କରି ପାଠପଢ଼ା ଠିକ୍ ହେଉଛି କି ନାହିଁ ଦେଖିବା  ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ 

ପ୍ରତ୍ୟେକ ମହାବିଦ୍ୟାଳୟ ନିଜ ନିଜ କ୍ଷେତ୍ରରେ କିଛି ନୂତନତା ଆଣିପାରିଲେ ଏହା ଉଚ୍ଚଶିକ୍ଷାକୁ ଅଗ୍ରଗତି ପଥରେ ନେଇ ଯାଇପାରିବ | ଏ ଦିଗରେ ବିଭାଗ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବା ବିଦେଶ ତଥା ଅନ୍ୟ ରାଜ୍ୟଗୁଡ଼ିକରେ ମହାବିଦ୍ୟାଳୟର ଉନ୍ନତି ଦିଗରେ ପୁରାତନ ଛାତ୍ରମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ "ମୋ କଲେଜ୍' କାର୍ଯ୍ୟକ୍ରମରେ ପୁରାତନ ଛାତ୍ରମାନେ ବହୁଳ ସଂଖ୍ୟାରେ ଆଗେଇ ଆସିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ |

ଏଥି ସହିତ ମହାବିଦ୍ୟାଳୟଗୁଡ଼ିକ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରାଇ ପରୀକ୍ଷା ଫଳ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକାଶିତ କରିବା ଉପରେ ଉଚ୍ଚଶିକ୍ଷା ବିଭାଗ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ପାଠ୍ୟକ୍ରମ ଠିକ୍ ସମୟରେ ସାରିବା ପାଇଁ ମନ୍ତ୍ରୀ ଡ. ସାହୁ ଅଧ୍ୟକ୍ଷମାନଙ୍କୁ କହିଥିଲୋ ମହାବିଦ୍ୟାଳୟଗୁଡ଼ିକରେ ଥିବା ସମସ୍ୟାଗୁଡ଼ିକ ସମାଧାନ କରିବା ପାଇଁ ସରକାର ସର୍ବଦା ତତ୍ପର ଅଛନ୍ତି | ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୫"ଟି' ମନ୍ତ୍ର, ଟିମ୍ ଓ୍ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପାରେନ୍ସି, ଟାଇମ୍ ଓ ଟ୍ରାନ୍ସଫରମେସନ୍କୁ କଡ଼ାକଡ଼ି ଭାବେ ଲାଗୁ କରାଯାଉଛିା ତେଣୁ ସମସ୍ତେ ଏ ଦିଗରେ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ କହିଥିଲୋ ଏଥି ସହିତ ବିଭାଗ ପକ୍ଷରୁ ପ୍ରଣୟନ କରାଯାଉଥିବା ସମସ୍ତ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ମହାବିଦ୍ୟାଳୟ ସ୍ତରରେ କଡ଼ାକଡ଼ି ଭାବେ ଲାଗୁ କରାନଗଲେ ଏହାର ସୁଫଳ ମିଳିବ ନାହିଁ ବୋଲି ସେ ପ୍ରକାଶ କରିଥିଲୋ ମହାବିଦ୍ୟାଳୟରେ ଆଗାମୀ ପିଢ଼ି ଓ ଆଗାମୀ ଭବିଷ୍ୟତ ନିର୍ମାଣ କରାଯାଇଥାଏା ତେଣୁ ଉତ୍ତରପିଢ଼ିଙ୍କ ପାଇଁ ଆମର ଦାୟିତ୍ୱ ରହିଛିା ଅଧ୍ୟାପନାକୁ ଏକ ସେବା ଭାବରେ ଗ୍ରହଣ କରିବାକୁ ପଡ଼ିବା ଅଧ୍ୟାପନା ବୃତ୍ତିରେ ଥିବାରୁ ଅଧ୍ୟାପକମାନେ ଛାତ୍ରଛାତ୍ରୀ ତଥା ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ବିସ୍ତାର କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ମନ୍ତ୍ରୀ ଡ. ସାହୁ ମତବ୍ୟକ୍ତ କରିଥିଲୋ 

କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଯୋଗଦେଇ କହିଲେ ଯେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ନୂତନ ପଦକ୍ଷେପ ଓ ଯୋଜନା ସଂପର୍କରେ ବିଶଦ ଆଲୋଚନା କରିବା ସହ ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ବଜାୟ ରଖିବା  ପାଇଁ ସମସ୍ତ ବିଜ୍ଞପ୍ତିଗୁଡ଼ିକ ୱେବସାଇଟ୍ ଓ ପବ୍ଲିକ୍ ଡୋମେନରେ  ଛଡ଼ାଯାଇଛି ବୋଲି କହିଥିଲୋ ଅଧ୍ୟାପକମାନଙ୍କର ସମୟାନୁବର୍ତ୍ତିତା ଓ ନିଷ୍ଠା ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସେ ମତପ୍ରକାଶ କରିଥିଲୋ 

ଏହି ଅବସରରେ ମହାବିଦ୍ୟାଳୟଗୁଡ଼ିକ ନାକ୍ ମାନ୍ୟତା ପାଇବା ଦିଗରେ ଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପ୍ରଫେସର ସୁସ୍ମିତ ପାଣି ବିଶଦ ଭାବେ ଆଲୋଚନା କରିଥିଲୋ କିଟ୍ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍ଚ୍ୟାନ୍ସେଲର ଡ. ସସ୍ମିତା ସାମନ୍ତ ଅଧ୍ୟାପକମାନଙ୍କ ବ୍ୟକ୍ତିତ୍ୱର ବିକାଶ ସଂପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲୋ 

ଅଧ୍ୟକ୍ଷମାନଙ୍କ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ, ୪୮୮ ଓ ୬୬୨ ବର୍ଗର ସମସ୍ତ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବରିଷ୍ଠ ଅଧ୍ୟାପକମାନେ ଯୋଗଦେଇଥିଲୋ

 

0
0
0
s2sdefault