ହେଡଲାଇନସ୍:

ସୁବଳୟାରେ ଶାନ୍ତିପୂର୍ଣ୍ଣ  ବନ୍ଦ ପାଳନ  ସହ ଶୋକସଭା ପାଳନ ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ସୁବଳୟା ଅଞ୍ଚଳରେ ଆଜି ଏକ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣଭାବରେ ସମସ୍ତ ଦୋକାନ ବଜାର ବନ୍ଦ ପାଳନ କରାଯାଇଥିବା ଓ ନାରାୟଣ ମେହେରଙ୍କ ବିୟୋଗରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା । ଗତ ୨୨ତାରିଖରେ ମୁଖିଗୁଡ଼ା ଟେଲିକମ୍ ଟାୱାର ତଲୁ କଲାହାଣ୍ଡି ଜିଲ୍ଲାର ଚନ୍ଦ୍ରାବତୀ ଜଲ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟରତ ମ୍ୟାନେଜର ନାରାୟଣ ମେହେରଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଏହାକୁ ପରିବାର ଲୋକେ ତାଙ୍କୁ ଅପହରଣ ପରେ ହତ୍ଯା କରାଯାଇଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହ ହତ୍ୟାକାରୀକୁ ଗିରଫ ପ୍ରତିବାଦରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ସୁବଳୟା ଠାରେ ନାରାୟଣ ମେହେରଙ୍କ ବିୟୋଗରେ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣଭାବରେ ବନ୍ଦ୍ ପାଳନ କରାଯାଇଥିଲା । ଶେଷରେ ଅଞ୍ଚଳର ଜନସାଧାରଣଙ୍କ ଦ୍ବାରା ଏକ ଶୋକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସ୍ଥାନୀୟ ସେବା ସମବାୟ ସମିତି ସଭାପତି ଲଲିତ ମୋହନ ପାତ୍ର ଅଧ୍ୟଅନୁଷ୍ଠିତ ସଭାରେ ଗଙ୍ଗାଧର ମିଶ୍ର,  କୃଷ୍ଣ ଚନ୍ଦ୍ର ମେହେର, ହର ପ୍ରସାଦ ସାହୁ, ପ୍ରହଲ୍ଲାଦ ଅଗ୍ରୱାଲ, ହୃଷୀକେଶ ମେହେର ,ସାମ୍ବାଦିକ ଶେଷଦେବ ବାରିକ ଓ ସମସ୍ତ ଜନସାଧାରଣ ଉପସ୍ଥିତ ରହି ଏକ ମିନିଟ୍ ନିରବ ପ୍ରାର୍ଥନା କରି ଶୋକ ବ୍ୟକ୍ତ କରିଥିଲେ ।

0
0
0
s2sdefault