ହେଡଲାଇନସ୍:

ଛିନ୍ଦେଇକେଲା କପ କ୍ରିକେଟ:ଇଷ୍ଟ କୋଷ୍ଟ ଖୋର୍ଦ୍ଧା ସେମିରେ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର(ଶାସକପ୍ରଶାସକ)-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର କ୍ରିକେଟ ପଡିଆରେ ରାଇଜିଂ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶନିବାର   ଦିନ ଷଷ୍ଠ    ଦିବସ  ଥିଲା।  ମୁଖ୍ୟଅତିଥି ଭାବେ ସୌଦାଗର ସାହୁ ଯୋଗ ଦେଇଥିଲେ। ଗ୍ରୁପ ବି ର ଦ୍ବିତୀୟ  କ୍ବାଟର ଫାଇନାଲ ମ୍ୟାଚ ରେ ଖୋର୍ଦ୍ଧା  ଇଷ୍ଟ କୋଷ୍ଟ ଉଭୟ ପର୍ଯ୍ୟାୟ ରେ  କାକିନାଡା ଲାଲବାଗ୍ କୁ ପରାସ୍ତ କରି ସେମି ଫାଇନାଲ କୁ ପ୍ରବେଶ କରିଛି । ଇଷ୍ଟ କୋଷ୍ଟ ପକ୍ଷ ରୁ ପ୍ରଶାନ୍ତ ସାହୁ ୧୦୪ ରନ , ଅଭିଷେକ ଯାଦବ ୩୫ ରନ ଓ ସମୀର ମହାନ୍ତି ୩୪ ରନ କରିଥିଲେ । କାକିନାଡା ପକ୍ଷ ରୁ ସୁନୀଲ ୨୯ରନ ,ଯୋଶେବ କିଶୋର ୨୭ ରନ, ଓ ସତୀଶ ରାୟଡୁ ୧୭ ରନ କରିଥିଲେ ।ଖେଳ ପରିଚାଳନା କରିଥିଲେ ସଚ୍ଚିଦାନନ୍ଦ ପଣ୍ଡା ଓ ସଞୟ ନାୟକ । ପୁରସ୍କାର ବିତରଣୀ ରେ କୁଲେଶ୍ଵର ସାହୁ ଓ ପ୍ରଶାନ୍ତ ସାହୁ ଅତିଥି ରୂପେ ଯୋଗ ଦେଇ ଇଷ୍ଟ କୋଷ୍ଟ ର ପ୍ରଶାନ୍ତ ସାହୁ ଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଆକାଶ ଓ ଶ୍ରୀତମ ସ୍କୋରର ଦାୟିତ୍ୟ ତୁଲାଇଥିଲେ ।ପ୍ରହଲ୍ଲାଦ ଭୋଇ ଓ ରମେଶ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ ।ରବିବାର ଦିନ   ଜଗଦଲପୁର ଓ ଖୋର୍ଦ୍ଧା ମଧ୍ୟ ରେ ଦ୍ବିତୀୟ ସେମି ଫାଇନାଲ ଖେଳ ଅନୁଷ୍ଠିତ ହେବ ।

0
0
0
s2sdefault