ହେଡଲାଇନସ୍:

ମାଓବାଦୀଙ୍କ ଲଙ୍କାକାଣ୍ଡ : ରାସ୍ତା କାମକୁ ବିରୋଧ କରି ମାରିଲେ ମାଓ ପୋଷ୍ଟର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ(ସରୋଜ ସାହୁ): ଏକ ରାସ୍ତା କାମକୁ ବିରୋଧ କରି ଠିକା କଂପାନୀର ୩ଟି ଗାଡି ଜାଳି ଦେଇଛନ୍ତି ମାଓବାଦୀ । ସୂଚନା ମୁତାବକ ମୁନିଗୁଡା ବ୍ଲକ ଆମ୍ବାଦୋଳା ଥାନା ଅନ୍ତର୍ଗତ ଶରଧାପୁର ଠାରୁ ଥୁଆପାଡି ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ପ୍ରଧାନମନ୍ତ୍ରୀ  ଗ୍ରାମ୍ୟ ସଡକ ଯୋଜନା ଅନ୍ତର୍ଗତ ରାସ୍ତା କାମକୁ ବିରୋଧ କରି ମାଓବାଦୀ ଏହି ଲଙ୍କା କାଣ୍ଡ ଘଟାଇଛନ୍ତି । ଗତକାଲି ବିଳମ୍ବି ରାତ୍ର ୧୦ଟା ପରେ ୨ ମହିଳା ସମେତ ୧୫ ଜଣ ପୁରୁଷ ମାଓବାଦୀ ଟିକରପଡାରେ ଥିବା ଠିକା କ୍ୟାମ୍ପରେ ପହଂଚି କାମର ନିୟୋଜିତ ଥିବା ହିଟାଚି, ଭ୍ରାଇବେଟର ରୋଲର ଓ ଜେସିବି ପୋଡି ଦେଇଥିଲେ । ଏଥି ସହ ଘଟଣାସ୍ଥଳରେ ୩ଟି ହାତଲେଖା ପୋଷ୍ଟର ଛାଡିଯାଇଛନ୍ତି । ଉକ୍ତ ପୋଷ୍ଟରରେ କଟକଡଙ୍ଗରରେ ଥିବା ବକ୍ସସାଇଟ ଖଣିକୁ କୌଣସି ଏକ କଂପାନୀ ହାତକୁ ଟେକି ଦେବା ପାଇଁ ଏହି ରାସ୍ତା କାମ ହେଉଥିବା ସହ ଲୋକଙ୍କ ଯିବା ଆସିବା ନିମନ୍ତେ ୮ ଫୁଟର ରାସ୍ତା ନିର୍ମାଣ ଦାବୀ କରିଛି ବାସଧାରା ଘୁମୁସରା ନାବାବଳୀ ଡିଭିଜନାଲ କମିଟି ( ସିପିଆଇ ମାଓବାଦୀ । ଘଟଣା ପରେ ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ ଶ୍ରବଣା ବିବେକ ଏମ ପ୍ରକାଶ କରିଛନ୍ତି ଯେ ମାଓବାଦୀ ମାନଙ୍କ ହିଂସାତ୍ମକ କାର୍ଯ୍ୟକ୍ରମକୁ ରୋକିବା ପାଇଁ ରାୟଗଡ ପୋଲିସ ଯଥେଷ୍ଟ ସଜାଗ ରହିଛି |  ଯଥାଶୀଘ୍ର କୁମ୍ବିଂ  ଅପରେସନ କରାଯାଇ ମାଓ ଦମନ କରାଯିବ ବୋଲି ଏସ.ପି ସୂଚନା ଦେଇଛନ୍ତି । 

0
0
0
s2sdefault