ହେଡଲାଇନସ୍:

ଏସ ଜେଏଓର ସାଧାରଣ ପରିଷଦ ବୈଠକ: ସୁଶାନ୍ତ ହେଲେ ସଭାପତି, ଆହ୍ଲାଦ  ସାଧାରଣ ସମ୍ପାଦକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

05-08-18-susanta.jpg - 8.73 kB

କଟକ(କୁମାର ଅଭିଶେଖ) : ନବ ଗଠିତ ସ୍ପୋର୍ଟ୍ସ ଜର୍ଣ୍ଣାଲିଷ୍ଟ ଅଫ୍ ଓଡ଼ିଶା(ଏସ ଜେଏଓ)ର ସାଧାରଣ ପରିଷଦ ବୈଠକ ଆଜି କଟକ ସର୍କିଟ୍ ହାଉସ ଠାରେ ଅନୁଷ୍ଠିତ   ହୋଇଯାଇଛି । ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୨ଜଣ କ୍ରୀଡ଼ା ସାମ୍ବାଦିକ, ଫଟୋ ସାମ୍ବାଦିକ ଯୋଗ ଦେଇଥିଲେ । ଏହି ବୈଠକରେ ଆଗାମୀ ୨ବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ  ହୋଇଥିଲା । ରାଉରକେଲାର ସୁଶାନ୍ତ ବେହେରାଙ୍କୁ ସଂଘର ସଭାପତି ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ସେହିଭଳି କାର୍ଯ୍ୟକାରୀ ସଭାପତି ଭାବେ ଜୀବନ ମହାନ୍ତି, ଉପସଭାପତି ଭାବେ ପଦ୍ମଲୋଚନ ମିଶ୍ର, ଅଜୟ ବେହେରା, ହରମୋହନ ମିଶ୍ର, ବିରଞ୍ଜି ନାରାୟଣ ସେଠ୍ ଓ ସତ୍ୟବ୍ରତ ଭଞ୍ଜ ମନୋନୀତ ହୋଇଥିବାବେଳେ ସାଧାରଣ ସମ୍ପାଦକ ଭାବେ ଆହ୍ଲାଦ କୁମାର ମହାନ୍ତି, ସହ ସମ୍ପାଦକ ଭାବେ ଲିଙ୍ଗରାଜ ପୃଷ୍ଟି, ଏସ୍ ରାଜୀବ ଗୌରବ କୋଷାଧ୍ୟକ୍ଷ ଭାବେ ରଞ୍ଜିତ କୁମାର ଜେନା ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି । ସେହିଭଳି କାର୍ଯ୍ୟକାରୀ ସଦସ୍ୟ ଭାବେ ଅସୀମ ଅମିତାଭ ମହାପାତ୍ର, ରାଜୀବ ନାରାୟଣ ରଥ, ସୁଶାନ୍ତ କୁମାର ଜେନା, ଚିତ୍ତରଞ୍ଜନ ମହାନ୍ତି, ଆନନ୍ଦ ଦାସ, ମହେଶ ରଞ୍ଜନ ବେହେରା, ବିଶ୍ୱଜିତ ଦାସ, ଚନ୍ଦ୍ରଶେଖର ମଲ୍ଲିକ, ନିର୍ମଳଚନ୍ଦ୍ର ନାୟକ, କୁମାର ଅଭିଷେକଙ୍କୁ ମନୋନୀତ କରାଯାଇଛି । ଅନ୍ୟପକ୍ଷରେ ସଂଘର ଉପଦେଷ୍ଟା ଭାବେ ପିତବାସ ମିଶ୍ର, ନିରଞ୍ଜନ ରେଡ୍ଡି, ସନ୍ତୋଷ ମହାନ୍ତି, ମେହବୁବ ମହତାବଙ୍କୁ ମନୋନୀତ କରାଯାଇଛି । ବୈଠକରେ ନବ ନିର୍ବାଚିତ ସଭାପତି ଶ୍ରୀ ବେହେରା ଅଗାମୀ ଦିନରେ ସଂଘର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଆଗାମୀ ହକି ବିଶ୍ୱକପକୁ ଆଖିରେ ରଖି ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ହକି ସେମିନାର ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲେ । ସେହିଭଳି ଆସନ୍ତା ଅଗଷ୍ଟ ୨୯ତାରିଖରେ ହେବାକୁ ଥିବା ବିଶ୍ୱ କ୍ରୀଡ଼ା ଦିବସ ଅବସରରେ ଏକ ଫୁଟବଲ ସେମିନାର ପାଇଁ ବୈଠକ ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷରେ ସୁଶାନ୍ତ ଜେନା ଧନ୍ୟବାଦ ଦେଇଥିଲେ ।

 

0
0
0
s2sdefault