ହେଡଲାଇନସ୍:

ଏଭରେଷ୍ଟ ବିଜୟିନୀ ସ୍ୱର୍ଣ୍ଣଲତାଙ୍କ ପ୍ରଶାସନର ସମ୍ବର୍ଦ୍ଧନା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

05-06-18-JAJ-ADM.jpg - 63.98 kB

ଯାଜପୁର(ଜୟଶଙ୍କର ଦାଶ):   ଏଭରେଷ୍ଟ ଶୃଙ୍ଗ ଆରୋହଣକାରିଣୀ ଦାନଗଦୀ ବ୍ଲକ ଜଗାଢିହ ଗ୍ରାମର ସ୍ୱର୍ଣ୍ଣଲତା ଦଳେଇଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ସମ୍ବର୍ଦ୍ଧିତ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଯାଜପୁରଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ସୁଶ୍ରୀ ଦଳେଇଙ୍କୁ ପୁଷ୍ପ ଗୁଚ୍ଛ, ଟ୍ରଫି ସହ ମିଷ୍ଟାନ୍ନ  ଖୁଆଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଉପସ୍ଥିତ ଜିଲ୍ଲାପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଓ ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ମଧ୍ୟ ସୁଶ୍ରୀ ଦଳେଇଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧିତ କରିଥିଲେ । ଯୁବବର୍ଗ ପାଇଁ ସ୍ୱର୍ଣ୍ଣଲତା ଜଣେ ଆଦର୍ଶ ଓ ଅନୁକରଣୀୟ ବୋଲି ସମସ୍ତେ ମତବ୍ୟକ୍ତ କରିବା ସହ ଦୃଢ ଇଚ୍ଛାଶକ୍ତି ଓ କଠୋର ସାଧନା ଆଗରେ ସମସ୍ତ ପ୍ରତିବନ୍ଧକ ହାର ମାନିଥାଏ ବୋଲି କହିଥିଲେ । ନିଜ ଅନୁଭୁତିକୁ ବର୍ଣ୍ଣନା କରି ଏହା ଏକ କଷ୍ଟକର ଯାତ୍ରା ଥିଲେ ମଧ୍ୟ ସଫଳତା ମିଳିଥିବାରୁ ସେ ବହୁତ ଖୁସି ବୋଲି ସ୍ୱର୍ଣ୍ଣଲତା କହିଥିଲେ । ମାର୍ଚ୍ଚ ୨୭ରୁ ମେ ୨୩ ପର୍ଯ୍ୟନ୍ତ ୨ ମାସ ବେଶ୍ କ୍ୟାମ୍ପ ତାଲିମ ନେବାପରେ ଏଭରେଷ୍ଟ ଆରୋହଣ ପାଇଁ ୪ଦିନ ଓ ଫେରିବାକୁ ୨ଦିନ ଲାଗିଥିଲା ବୋଲି ସ୍ୱର୍ଣ୍ଣଲତା କହିଥିଲେ । ତାଙ୍କ ସହ ଟାଟା ଷ୍ଟିଲର ୨ଜଣ ମଧ୍ୟ ଯାଇଥିଲେ ଓ ଟାଟା ଷ୍ଟିଲ ସହଯୋଗରେ ଏହା ସଫଳ ହୋଇପାରିଲା ବୋଲି ସେ କହିଥିଲେ । ଜେନାପୁର ମହାବିଦ୍ୟାଳୟରେ +୩ ୨ବର୍ଷର କଳା ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ସହ ତାଙ୍କ ପିତା ମହେଶ୍ୱର ଦଳେଇ ଓ ମାତା ପ୍ରମିଳା ଦଳେଇ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ ଓ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।  

0
0
0
s2sdefault