ହେଡଲାଇନସ୍:

ବିଫଳ ରାୟଗଡା ଶ୍ରମ ବିଭାଗ – ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା/ ସରୋଜ ସାହୁ) – ରାୟଗଡା ଜିଲ୍ଲାରୁ ପ୍ରତିଦିନ ଦାଦନ ଖଟିବା ପାଇଁ ଶ୍ରମିକ ମାନେ ବାହାର ରାଜ୍ୟକୁ ବିନା ପଂଜିକରଣ ରେ ଯାଉଛନ୍ତି । ଦାଲାଲ ମାନଙ୍କ ମାଧ୍ୟମରେ ଯାଉଥିଲେ ମଧ୍ୟ ଶ୍ରମ ବିଭାଗ ପାଖରେ କୌଣସି ଖବର ନାହିଁ । ଶେଷରେ ଦାଦନ ହୋଇ ଯାଇ ଶବ ହୋଇ ଫେରୁଛନ୍ତି ଶ୍ରମିକ ମାନେ । ଗତ ଜୁଲାଇ ମାସ ୨୯ ତାରିଖ ଦିନ ପଡୋଶୀ ଆନ୍ଧ୍ରପ୍ରଦେଶକୁ ରାୟଗଡା ଓ ଗଜପତି ଜିଲ୍ଲାର ୫ ନାବାଳକ ଦାଦନ ଏକ ଚିଙ୍ଗୁଡି କାରଖାନାରେ କାମ କରିବାକୁ ଯାଇ ସେଠାରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ତେବେ ଏତେବଡ ଘଟଣାକୁ ଶ୍ରମ ବିଭାଗ ହାଲକା ଭାବେ ନେବା ସହ ଦାଦନ ମାନଙ୍କୁ ନେଇଥିବା ଦଲାଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଦୁର୍ଭାଗ୍ୟଜନକ ବୋଲି ବିଜେପି ଅଭିଯୋଗ ଆଣିଛି । ଶ୍ରମବିଭାଗ ତରଫରୁ ଥାନାରେ ଏକ ଏତଲା ଦାୟର କରି ଚୁପ୍ ବସିବା କେତେ ଦୂର ଯୁକ୍ତଯୁକ୍ତ । ଏଥି ସହ ଚିଙ୍ଗୁଡି କାରଖାନାରେ ଘଟିଥିବା ଘଟଣାଟି ହତ୍ୟା ନା ଦୁର୍ଘଟଣା ତାହାର ତଦନ୍ତ କରି ସତ୍ୟାସତ୍ୟ ଲୋକଲୋଚନକୁ ଆଣିବା ପାଇଁ ବିଜେପି ଯୁବ ମୋର୍ଚ୍ଚା ଦାବୀ କରିଛି । ବିଜେପି ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡାଙ୍କ ନେୃତ୍ୱତରେ ରାଜ୍ୟକାର୍ଯ୍ୟ କାରିଣୀ ସଦସ୍ୟ ଉମେଶ ଖୋସଲା, ଉପ-ସଭାନେତ୍ରୀ ମଇନା ଆଚାର୍ଯ୍ୟ, ଅଭିଷେକ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault