ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ଜଗନ୍ନାଥ ସଂପତି ଖାଇ ବର୍ତ୍ତିଯାଇ  ପାରିବେ ନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଦୁର୍ନିତୀ ନିବାରଣ ଆଇନରେ ଛନ୍ଦି ହୋଇପଡିଲେଣି: ବିଜେପି

18-06-18-P-Achary1.jpg - 79.36 kB

ଭୁବନେଶ୍ୱର: ଶ୍ରୀ ମନ୍ଦିରରେ ଦାନସୂତ୍ରରେ ମିଳିଥିବା ରତ୍ନ ଅଳଙ୍କାର ଗୁଡିକର ରକ୍ଷଣାବେକ୍ଷଣା ସ୍ଥାନ ନାଜିର ଖାନା କିମ୍ବା ଷ୍ଟେଟବ୍ୟାଙ୍କ ନୁହେଁ । ଏଥିପାଇଁ ପ୍ରକୃଷ୍ଟ ଓ ନିର୍ଦ୍ଧିଷ୍ଟ ସ୍ଥାନ ରହିଛି । ଏ ସମସ୍ତ ଅଳଙ୍କାର ଗୁଡିକର ରକ୍ଷଣା ବେକ୍ଷଣା ପାଇଁ ଏକ ଫାଉଣ୍ଡେସନ ଫଣ୍ଡ କମିଟି ଅଛି ଏବଂ ଏହାର ଚ୍ୟାୟାରମ୍ୟାନ ହେଉଛନ୍ତି ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ । ଦୀର୍ଘ ୧୮ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଫାଉଣ୍ଡେସନ ଫଣ୍ଡ କମିଟିର ବୈଠକ କେତେ ଥର ହୋଇଛି ଏବଂ କେଉଁ ପରିସ୍ଥିତିରେ ଅଳଙ୍କାର ଗୁଡିକ ନାଜିର ଖାନା ଏବଂ ପରେ ଷ୍ଟେଟବ୍ୟାଙ୍କରେ ରଖିବାକୁ ଅନୁମତି ଦିଆଗଲା, ତାହା ମୁଖ୍ୟମନ୍ତ୍ରୀ ତୁରନ୍ତ ସ୍ପଷ୍ଟ କରିବାକୁ ବିଜେପି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଦାବୀ ଜଣାଇଛନ୍ତି ।

ଶ୍ରୀମନ୍ଦିରରେ ଦାନ ସୂତ୍ରରେ ମିଳୁଥିବା ଅଳଙ୍କାର ଗୁଡିକର ରକ୍ଷଣା ବେକ୍ଷଣା ପାଇଁ ଥିବା ଫାଉଣ୍ଡେସନ ଫଣ୍ଡ କମିଟିର ଚେୟାରମ୍ୟାନ  ମୁଖ୍ୟମନ୍ତ୍ରୀ ହୋଇଥିବାରୁ  ସେ ଓଡିଶାବାସୀଙ୍କ ପାଖରେ ଉତରଦାୟୀ । ଗୋଟିଏ ପଟେ ରତ୍ନ ଭଣ୍ଡାରର ଚାବି ହଜିବା ଏବଂ ଅନ୍ୟପଟେ ଖୋଦ୍ ମୁଖ୍ୟମନ୍ତ୍ରୀ ଫାଉଣ୍ଡେସନ ଫଣ୍ଡ କମିଟିର ଚେୟାରମ୍ୟାନ ଥାଇ ମଧ୍ୟ ନିଜ କର୍ତବ୍ୟରୁ ଦୂରେଇ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭାରତୀୟ ପିଙ୍ଗଲ କୋର୍ଡର ୪୦୬, ୪୦୯ ଏବଂ ଦୁର୍ନିତୀ ନିବାରଣ ଆଇନ ଧାରା ୧୩ ଅନୁଯାୟୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପ୍ରକୃତ ଦୋଷୀ । ମୁଖ୍ୟମନ୍ତ୍ରୀ ଜଗନ୍ନାଥ ସଂପତି ଖାଇ ବର୍ତିଯାଇ ପାରିବେ ନାହିଁ । ଗୋଖାଦ୍ୟ ଦୁର୍ନିତୀରେ ବିହାରରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଜେଲ୍ ଗଲା ଭଳି ମୁଖ୍ୟମନ୍ତ୍ରୀଙ୍କ ସମଦଶା ହେବା ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । 

ଗତ ୧୩ ତାରିଖ ଦିନ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ପୁରୀ ସିଂହଦ୍ୱାରା ଥାନାରେ ଏତଲା ଦେଇଥିଲେ ବି ପୋଲିସ ଏପର୍ଯ୍ୟନ୍ତ ମକୋଦ୍ଧମା ରୁଜୁ କରିନାହିଁ । ପୋଲିସ ଏତଲା ଗ୍ରହଣ ନକରିବା ଏବଂ ଅଚାନକ ଭାବେ ସେହିଦିନ ରାତିରେ ଏକ ଡୁପ୍ଲିକେଟ୍ ଚାବି ମିଳିବା ରାଜ୍ୟସରକାରଙ୍କ କାର୍ଯ୍ୟକଳାପ ସନେ୍ଦହ ଘେରକୁ ଆସିଛି । ଏପରିକି ପୋଲିସ ମହାନିଦେ୍ର୍ଧଶକ ଏସଂପର୍କରେ ପ୍ରତିଶୃତି ଦେବା ପରେ ବି  ଏତଲା ରୁଜୁ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । 

ମାନ୍ୟବର ସୁର୍ପିମ କୋର୍ଟଙ୍କର ସ୍ପଷ୍ଟ ରାୟ ରହିଛି, ଯଦି ଦୁର୍ନିତୀ ନିବାରଣ ଆଇନରେ ଧର୍ତବ୍ୟ ଅପରାଧ ହୁଏ , ତେବେ କୌଣସି ନାଗରିକ ସିଧା ସଳଖ ଯାଇ ଭିଜିଲାନ୍ସ କୋର୍ଟରେ ମକୋଦ୍ଧମା ଦାୟର କରିପାରିବେ । ମୁଖ୍ୟମନ୍ତ୍ରୀ ସଚେତନ ହେବା ଦରକାର କି, ମୁଖ୍ୟମନ୍ତ୍ରୀ ଦୁର୍ନିତୀ ନିବାରଣ ଆଇନ ପରିସର ଭୃକ୍ତ ହୋଇସାରିଲେଣି । ଏଭଳି ଅପରାଧିକ ଷଡଯନ୍ତ୍ରରେ ମୁଖ୍ୟମନ୍ତ୍ରୀ ପଡିବେ କି ନାହିଁ ତାହା ଆଗ ସ୍ପଷ୍ଟ କରନ୍ତୁ ବୋଲି ଶ୍ରା ଆଚାର୍ଯ୍ୟ ପ୍ରଶ୍ନ ଉଠାଇଛନ୍ତି । 

ଓଡିଆ ଜାତିର ସ୍ୱାଭିମାନକୁ କୁଠାରଘାତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ବର୍ତମାନ ସୁଦ୍ଧା ନୀରବ ରହିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଆଗାମୀ ଦିନରେ ଓଡିଶାବାସୀ ଏହାର ଉଚିତ୍ ଜବାବ ଦେବେ । ଆଇନ ଆଖିରୁ  କେହି ବି ଅପରାଧୀ ବର୍ତି ପାରିବେ ନାହିଁ ବୋଲି  ଶ୍ରୀ  ଆଚାର୍ଯ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଟିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।

 

0
0
0
s2sdefault