ହେଡଲାଇନସ୍:

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମହିଳାମାନଙ୍କର ଘୋର ଅସନ୍ତୋଷ ସାରା ରାଜ୍ୟରେ ପରିଲକ୍ଷିତ : ପ୍ରଭାତୀ ପରିଡା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମହିଳାଙ୍କ ସମ୍ମିଳିତ ସ୍ୱର ଆଗାମୀ ଦିନରେ ଆହୁରି ଶାଣିତ ହେବ

11-06-18-BJP-Mahila-Morcha.jpg - 81.56 kB

""ଶାସକ ଦଳର ଛତ୍ର ଛାୟା ତଳେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ଭୁଲୁଣ୍ଠିତ ହେଉଥିବା ବେଳେ ରାଜ୍ୟର ମହିଳାମାନେ ସେମାନଙ୍କ ସୁରକ୍ଷା ସହିତ ସାଲିସ କରିବେ ନାହିଁ  ।ଗୋଟିଏ ପଟେ ମହିଳା  ଓ ବିଶେଷ ଭାବେ ଛୋଟ ଝିଅ ମାନଙ୍କ ଉପରେ ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ବଢୁଥିବା ବେଳେ ରାଜ୍ୟ ପୋଲିସ ଦୋଷୀକୁ ଆଇନ ଅନୁସାରେ ଦଣ୍ଡ ଦେବା ବଦଳରେ ପରୀ ଯାତ୍ରା କରି ନିଜ ଦାୟିତ୍ୱ ପାଳନ ନ କରି ଶାସକ ଦଳକୁ ସୁରକ୍ଷା ଦେବାରେ ଲାଗିଛି ।  ଆମ ଝିଅ ମାନଙ୍କୁ ପରୀ ନୁହେଁ ମାନବୀ ଭାବେ ସୁରକ୍ଷା ଓ ସମ୍ମାନର ସହ ବଂଚିବା ପାଇଁ ପୋଲିସ ତାର ସାମ୍ବିଧାନିକ ଦାୟିତ୍ୱ ପାଳନ କରୁ"" 

ଭୁୁବନେଶ୍ୱର(ଚକ୍ରଧର ମାଝି)  : ୧୮ ବର୍ଷର ନବୀନ ସରକାର ବିରୁଦ୍ଧରେ ମହିଳା ମାନଙ୍କ ଘୋର ଅସନ୍ତୋଷର ଛାପ ମହିଳା ସୁରକ୍ଷା ଯାତ୍ରାରେ ପରିଲକ୍ଷିତ ହେବା ସହ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମହିଳାଙ୍କ ସମ୍ମିଳିତ ସ୍ୱର ଆଗାମୀ ଦିନରେ ଆହୁରି ଶାଣିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚା ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ରାଜ୍ୟର ୫ ଶହରୁ ଉର୍ଦ୍ଧ ପୋଲିସ ଷ୍ଟେସନ ମଧ୍ୟରୁ ୨୭୨ଟି ପୋଲିସ ଷ୍ଟେସନରେ ଅଭିଯୋଗ ନେଇ ମହିଳାମାନେ ଗଲେ ସେମାନଙ୍କ ଅଭିଯୋଗକୁ ଏହି ଥାନା ଗୁଡିକରେ ପଂଜୀକୃତ କରାଯାଉନାହିଁ ବୋଲି ପୀଡିତା ମହିଳାମାନେ ଅଭିଯୋଗ କରିଛନ୍ତି ଏବଂ ଏ ସମସ୍ତ ଅଭିଯୋଗଗୁଡିକ ହସ୍ତଗତ ହୋଇଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଏପରିକି ଅନେକ ଥାନାରେ ମାମଲା ଦାୟର ହେଲେ ମଧ୍ୟ ଶାସକ ଦଳର ପ୍ରଭାବଶାଳୀ ନେତାମାନଙ୍କର ଅପରାଧୀଙ୍କ ପ୍ରତି ସମର୍ଥନ କାରଣରୁ ସେମାନଙ୍କୁ ଗିରଫ ବା କାର୍ଯ୍ୟାନୁଷ୍ଠାନ  ନିଆଯାଉ ନଥିବାର ଶ୍ରୀମତୀ ପରିଡା ଅଭିଯୋଗ କରିଛନ୍ତି । 

ଶ୍ରୀମତୀ ପରିଡା କହିଛନ୍ତି ଯେ, ମହିଳାମାନଙ୍କୁ ଅସଦବ୍ୟବହାର କରୁଥିବା ଅପରାଧୀମାନେ ଖୋଲାରେ ବୁଲୁଥିବା କାରଣରୁ ପୀଡିତାର  ପରିବାର ଲୋକଙ୍କୁ ଡରାଇ ଧମକାଇ ଆଇନଗତ ପଦକ୍ଷେପ ନେବାରୁ ନିବୃତ କରୁଛନ୍ତି । ଅପରାଧ ପରେ ସମସ୍ତଙ୍କ ଜ୍ଞାତ ସାରରେ ଆସାମୀମାନେ ଘୁରି ବୁଲିବା କାରଣରୁ ମହିଳା  ଓ ଛୋଟ ଝିଅଙ୍କୁ ଟଣା ଓଟରା ଠାରୁ ଦୁଷ୍କର୍ମ ପର୍ଯ୍ୟନ୍ତ ଘୃଣ୍ୟ କାର୍ଯ୍ୟରେ ଲିପ୍ତ ହେବା ପାଇଁ ଅଧିକ ଲୋକ ସାହସ କରୁଛନ୍ତି ବୋଲି ଶ୍ରୀମତୀ ପରିଡା କହିଛନ୍ତି । 

ଶ୍ରୀମତୀ ପରିଡା କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିନା ମଦ ଲାଇସେନ୍ସରେ ଆଇନ କାନୁନକୁ ଭାଙ୍ଗି ଅବୈଧ ମଦ ବ୍ୟବସାୟ ଶାସକ ଦଳର ବିଧାୟକ, ନେତାଙ୍କ ଛତ୍ର ଛାୟା ତଳେ ଚାଲୁଛି ।  ଗ୍ରାମାଂଚଳରେ ଅଧିକ ମଦ୍ୟପ ବଢୁଥିବା ମହିଳା ନିର୍ଯ୍ୟାତନା ପଛର ଏକ ପ୍ରମୁଖ କାରଣ ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଶାସକ ଦଳର ଛତ୍ର ଛାୟା ତଳେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ଭୁଲୁଣ୍ଠିତ ହେଉଥିବା ବେଳେ ରାଜ୍ୟର ମହିଳାମାନେ ସେମାନଙ୍କ ସୁରକ୍ଷା ସହିତ ସାଲିସ କରିବେ ନାହିଁ ବୋଲି ମହିଳା ସୁରକ୍ଷା ଯାତ୍ରା ଅବସରରେ ସଂଘବଦ୍ଧ ଉଦ୍ୟମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଗୋଟିଏ ପଟେ ମହିଳା  ଓ ବିଶେଷ ଭାବେ ଛୋଟ ଝିଅ ମାନଙ୍କ ଉପରେ ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ବଢୁଥିବା ବେଳେ ରାଜ୍ୟ ପୋଲିସ ଦୋଷୀକୁ ଆଇନ ଅନୁସାରେ ଦଣ୍ଡ ଦେବା ବଦଳରେ ପରୀ ଯାତ୍ରା କରି ନିଜ ଦାୟିତ୍ୱ ପାଳନ ନ କରି ଶାସକ ଦଳକୁ ସୁରକ୍ଷା ଦେବାରେ ଲାଗିଛି ବୋଲି ଶ୍ରୀମତୀ ପରିଡା ଅଭିଯୋଗ କରିଛନ୍ତି ।  ଆମ ଝିଅ ମାନଙ୍କୁ ପରୀ ନୁହେଁ ମାନବୀ ଭାବେ ସୁରକ୍ଷା ଓ ସମ୍ମାନର ସହ ବଂଚିବା ପାଇଁ ପୋଲିସ ତାର ସାମ୍ବିଧାନିକ ଦାୟିତ୍ୱ ପାଳନ କରୁ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି ।  

ଖୁବ ଶୀଘ୍ର ରାଜ୍ୟରେ ମହିଳା ଓ ଛୋଟ ଝିଅଙ୍କ ଉପରେ ବଢୁଥିବା ଅତ୍ୟାଚାର ଓ ଜୁଲମ ବିରୁଦ୍ଧରେ ମାନ୍ୟବର ରାଜ୍ୟପାଳ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ମାନ୍ୟବର ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରା ଯାଇ ବିହିତ ପଦକ୍ଷେପ ନେବା ପାଇଁ ନିବେଦନ କରାଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।ସଦ୍ୟ ଶେଷ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ପ୍ରସଙ୍ଗରେ ସୁଚନା ଦେଇ ଶ୍ରୀମତୀ ପରିଡା କହିଛନ୍ତି ଯେ, ଗତ ମେ ମାସ ୧୭ ତାରିଖରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ରାଜ୍ୟର ସାତୋଟି ଭିନ୍ନ ଭିନ୍ନ ରୁଟରେ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ତଥା ୩୬ଟି ସାଂଗଠନିକ ଜିଲ୍ଲାରେ ୨୭୩ଟି ପଦଯାତ୍ରା ଓ ରୋଡ ସୋ, ୨୧୩ଟି ପଥପ୍ରାନ୍ତ ସଭା   ଓ ୧୫୫ଟି ବିରାଟ ମହିଳା ସାଧାରଣ ସଭା ଆୟୋଜନ କରା ଯାଇଥିବା ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି । 

ଶ୍ରୀମତୀ ପରିଡା ଆହୁରି କହିଛନ୍ତି ଯେ, ଏହି ଯାତ୍ରାରେ  ୮ହଜାର ୫ ଶହରୁ ଅଧିକ ମହିଳା କାର୍ଯ୍ୟକର୍ତ୍ତା ୧୦,୫୪୬ କିମି ପଥ ଅତିକ୍ରମ କରି ୩ ଲକ୍ଷ ୬୦ ହଜାରରୁ ଅଧିକ ମହିଳାଙ୍କୁ ସିଧା ସିଧା ସମ୍ପର୍କ ସ୍ଥାପନ କରି ନବୀନ ସରକାରରେ ମହିଳା ଅସୁରକ୍ଷା ନେଇ ଆଲୋଚନା କରିଛନ୍ତି ।ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପରିଡାଙ୍କ ସମେତ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପୂର୍ବତନ ସାଂସଦ ସଂଗୀତା କୁମାରୀ ସିଂହଦେଓ, ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ପିଙ୍କି ପ୍ରଧାନ, ଅନୁ ଚୈାଧୁରୀ ଏବଂ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault