ହେଡଲାଇନସ୍:

ସତ୍ୟଭୂଷଣ ସାହୁଙ୍କ ହାତରେ ବରଗଡ଼ ଜିଲ୍ଲା କଂଗ୍ରେସର ମଙ୍ଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

09-06-18-satya-w.jpg - 73.65 kBବରଗଡ଼ ରୁ ଗୌରାଙ୍ଗ ଚରଣ ଦାଶ ଓ ନିଳ ଦୀପ-ବରଗଡ଼ ଜିଲ୍ଲାର ପୁରୁଣା କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବରିଷ୍ଠ ସହଯୋଗୀ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ,ପୂର୍ବତନ କଂଗ୍ରେସ ସରକାର ସମୟର ସରକାରୀ ଦଳର ମୁଖ୍ୟ ସଚେତକ ତଥା ବରିଷ୍ଠ ଶିକ୍ଷାବିତ ଶ୍ରୀଯୁକ୍ତ ସତ୍ୟଭୂଷଣ ସାହଙ୍କୁ ଆଜି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦାୟିତ୍ୱ ପ୍ରଦାନ କରିଛନ୍ତି ।
       ଶ୍ରୀଯୁକ୍ତ ସତ୍ୟଭୂଷଣ ସାହୁ ସମଗ୍ର ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ନେତା ଭାବରେ ପରିଚିତ ।ବିଗତ ଦିନରେ ତିନିଥର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବରେ ନିର୍ବାଚିତ ହୋଇ ବିଧାନସଭାରେ ଅଞ୍ଚଳର ବହୁ ସମସ୍ୟା କୁ ଦୄଢ଼ ଭାବରେ ଉପସ୍ଥାପନ କରିବାରେ ସଫଳ ହେବା,ଅଞ୍ଚଳର ବିକାଶ ପାଇଁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ସଫଲତାର କରିପାରିଥିଲେ ଯାହାକି ବାସ୍ତବରେ ପ୍ରଶଂସା ଯୋଗ୍ୟ ।
        ଜିଲ୍ଲା ସଭାପତି ଭାବରେ ଚୟନ ହେବାପରେ ଆମକୁ ପ୍ରଦାନ କରିଥିବା ତାଙ୍କ ମନ୍ତବ୍ୟରେ ଶ୍ରୀ ସାହୁ କହିଛନ୍ତି ଯେ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାହୁଲ ଗାନ୍ଧୀଙ୍କ ମାର୍ଗଦର୍ଶନ ଓଡ଼ିଆ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞନ ପଟ୍ଟନାୟକଙ୍କ ନେତୄତ୍ବରେ ସେ କଂଗ୍ରେସକୁ ମଜବୁତ କରିବାରେ ଆପ୍ରାଣ ଉଦ୍ୟମ କରେବେ ।କଂଗ୍ରେସକୁ ପୁଣିଥରେ ନିଜର ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ସେ ସମସ୍ତ କର୍ମୀ ମାନଙ୍କୁ ସାଙ୍ଗରେ ନେଇ କାମ କରିବି ବୋଲି ସୂଚନା ଦେଇଛନ୍ତି ।
       ୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିଲେ। ୧୯୭୮ ମସିହାରେ ସରକାରୀ ଚାକିରୀରୁ ଅବସର ନେଇ ଜନସେବା କରିବା ପାଇଁ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ। ସେହିବର୍ଷ ତାଙ୍କୁ ପାଇକମାଲ ବ୍ଳକର କଂଗ୍ରେସ ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ପ୍ରଥମ ଥର ପାଇଁ ୧୯୮୦ ମସିହାରେ ସେ ପଦ୍ମପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ ।ଏହାପରେ ୧୯୮୫ ଓ ୨୦୦୪ ମସିହାରେ ସେ ପୁଣି ନିର୍ବାଚିତ ହୋଇ ବିଧାନସଭାରେ ପଦ୍ମପୁର ର ପ୍ରତିନିଧିତ୍ଵ କରିଥିଲେ ।୧୯୮୭ ମସିହାରେ ତତକାଲିନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ଶ୍ରୀ ସାହୁଙ୍କୁ ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କରିଥିଲେ ।ବିଭିନ୍ନ ସମୟରେ ସରକାର ତଥା କଂଗ୍ରେସ ଦଳର ବିଭିନ୍ନ ପଦ ପଦବୀରେ ରହି ଆସୁଥିବା ଶ୍ରୀ ସାହୁ ଜଣେ ନିରାଡ଼ମ୍ବର ଜୀବନ ଯାପନ କରୁଥିବାରୁ ଅଞ୍ଚଳରେ ତାଙ୍କର ବିଶେଷ ସମ୍ମାନ ରହିଛି

0
0
0
s2sdefault