ହେଡଲାଇନସ୍:

ତୃତୀୟ ମହଲା ସ୍ୱପ୍ନ ରୋଗରେ ଆକ୍ରାନ୍ତ ଧର୍ମେନ୍ଦ୍ର ବାଉଳି ଚାଉଳି ହେଉଛନ୍ତି : ବିଜୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

05-03-18-bijay.jpg - 35.99 kBଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶାସନ ଓ ବିଜେଡି ଦଳ ପରିଚାଳିତ ହେଉଛି । ନବୀନ ପଟ୍ଟନାୟକଙ୍କ ସମକକ୍ଷ ନେତା ଓଡ଼ିଶାରେ ନାହାନ୍ତି । ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସାମ୍ନା କରିନପାରି କିଛି ନେତା କ୍ଷମତା ଲୋଭରେ ଅନ୍ୟମାନଙ୍କୁ ଟାର୍ଗେଟ୍‍ କରୁଛନ୍ତି, ଯାହା ସ୍ପୃହଣୀୟ ନୁହେଁ । ଧର୍ମେନ୍ଦ୍ରଙ୍କୁ ତୃତୀୟ ମହଲା ସ୍ୱପ୍ନ ଆକ୍ରାନ୍ତ କରିଛି । ସେ ତୃତୀୟ ମହଲାକୁ ନେଇ ଅନେକ ସମୟରେ ବିଳି ବିଳି ହେଉଛନ୍ତି । ଏଭଳି ରାଜନୀତି କରି ବିଜେପି ଯେଉଁ ସ୍ୱପ୍ନ ଦେଖୁଛି, ତାହା କଦାପି ସଫଳ ହେବନାହିଁ । ବିଜେପିର ଏଭଳି ହୀନ ରାଜନୀତିକୁ ଲୋକେ ଘୃଣା କରୁଛନ୍ତି ଏବଂ ଯେତେବେଳେ ସୁଯୋଗ ଆସୁଛି, ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରୁଛନ୍ତି । ବିଜେପି ଏଥିରୁ ବୋଧେ କିଛି ଶିଖିପାରୁ ନାହିଁ । ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ଧର୍ମେନ୍ଦ୍ର ଯେଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି, ସେଥିରେ ସେ କେବଳ ଲୋକ ହସା ହିଁ ହେଉଛନ୍ତି । ଗତକାଲି ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନଙ୍କୁ କେତୋଟି ନିର୍ଦ୍ଧିଷ୍ଟ ପ୍ରଶ୍ନ ପଚରା ଯାଇଥିଲା । ଶ୍ରୀ ପ୍ରଧାନ ସିଧାସଳଖ ତା’ର ଉତ୍ତର ନଦେଇ ଯେଭଳି ଅବାନ୍ତର କଥା କହିଛନ୍ତି, ସେଥିରୁ ତାଙ୍କର ପାରିବା ପଣିଆ ଜଣାପଡୁଛି । ଯଦି ଧର୍ମେନ୍ଦ୍ରଙ୍କ ସତ୍‍ସାହସ ଅଛି ପ୍ରଶ୍ନର ଉତ୍ତର ଦିଅନ୍ତୁ । ଏଭଳି ଅଯୌକ୍ତିକ, ଅବାନ୍ତର ଓ ପିଲାଳିଆମୀ କଥା କହି କେନ୍ଦ୍ରମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଭକୁଆ ଭାବନ୍ତୁ ନାହିଁ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

0
0
0
s2sdefault