ହେଡଲାଇନସ୍:

ବିଜେପିର ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ,ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ  ପ୍ରସଙ୍ଗରେ  ବ୍ୟାପକ ଆଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

    ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ 

କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ

ମହିଳା ସୁରକ୍ଷାଯାତ୍ରାକୁ ବ୍ୟାପକ ସମର୍ଥନ ଦେଇଥିବାରୁ ମହିଳା ମୋର୍ଚ୍ଚାର କୃତଜ୍ଞତା ଜ୍ଞାପନ

19-05-19-bjp.jpg - 66.44 kB

ଭୁବନେଶ୍ୱର, :  ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀମାନଙ୍କର ବୈଠକ  ଅନୁଷ୍ଠିତ  ହୋଇଛି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ମହିଳା ସୁରକ୍ଷା ଯାତ୍ରାଠୁ ଆରମ୍ଭ କରି ରାଜ୍ୟର ରାଜନୈତିକ   ଓ ସାଂପ୍ରତିକ ପରିସ୍ଥିତି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହା ସହ ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଗସ୍ତ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।  ରାଜ୍ୟ ସଭାପତି  ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପଦାଧିକାରୀ ବୈଠକ  ଅନୁଷ୍ଠିତ  ହୋଇଥିଲା । ଏହି ପଦାଧିକାରୀ ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଓ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ, ବିଧାୟକଦଳ ନେତା କେ.ଭି ସିଂହଦେଓ, ବରିଷ୍ଠ  ନେତା ବିଶ୍ୱଭୂଷଣ ହରିଚନ୍ଦନ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ପ୍ରମୁଖଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ମାନେ ସାମିଲ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।  

ରାଜ୍ୟର ମହିଳାମାନେ ଯେପରି ନିଜ ଅଧିକାରରୁ ବଂଚିତ ହେବା ଏବଂ ରାଜ୍ୟସରକାରଙ୍କ ଦ୍ୱାରା ଅବହେଳିତ ହେବା ପରେ ବିଜେପି ମହିଳା ସୁରକ୍ଷାଯାତ୍ରାକୁ ବ୍ୟାପକ ସମର୍ଥନ ଦେଇଥିବାରୁ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ  ପ୍ରଭାତି ପରିଡା ସମସ୍ତ ମା ଓ ଭଉଣୀମାନଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ରାଜ୍ୟର ୭ଟି ରୁଟରେ  ଆରମ୍ଭ ହୋଇଥିବା ମହିଳା ସୁରକ୍ଷାଯାତ୍ରାର ସବିଶେଷ ରିପୋର୍ଟ ଏହି ବୈଠକରେ ପ୍ରଦାନ କରାଯାଇଥିଲା । ମହିଳା ବିରୋଧୀ ସରକାରଙ୍କ ବିଫଳତାକୁ ନେଇ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ମହିଳା ବିରୋଧୀ ଶାସକ ବିଜେଡିକୁ ପ୍ରତ୍ୟାଖାନ କରିବାକୁ ଆହ୍ୱାନ ଦିଆଯାଇଥିଲା । 

ଅପରାହ୍ନରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ  ଅନୁଷ୍ଠିତ  ହୋଇଥିଲା । ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଓ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ସୈାଦାନ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ବିଧାୟକ ଦଳ ନେତା କେ.ଭି.ସିଂହଦେଓ, ବରିଷ୍ଠ  ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ ପ୍ରମୁଖଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏବଂ ମହିଳା ସୁରକ୍ଷାଯାତ୍ରା ନେଇ ଆଲୋଚନା ହୋଇଛି ।  ଗତ ୧୭ତାରିଖରୁ ମହିଳାଙ୍କ ପାଇଁ ଏକ ମହିଳା ସୁରକ୍ଷାଯାତ୍ରା ବାହାରି ରାଜ୍ୟର ମହିଳାମାନଙ୍କୁ ସଚେତନ କରାଉଛି । ଏହି ଯାତ୍ରାର ଜନ ଗ୍ରହଣୀୟତା ସଂପର୍କରେ ଆଲୋଚନା ହୋଇଛି । ଦେଶରେ ସାଧାରଣ ଜନତାଙ୍କ ପାଖରେ ମୋଦୀଙ୍କ ଜନକଲ୍ୟାଣ ଯୋଜନା ପହଂଚିଛି । କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତି ନରେନ୍ଦ୍ରମୋଦୀଙ୍କ ନେତୃତ୍ୱରେ ମେ ୨୬ ତାରିଖରେ ପୂରଣ ହେଉଛି । ଏହି ଉପଲକ୍ଷେ ୪ବର୍ଷର ପୂର୍ତି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କଟକ ଆସି ବିକାଶର ଚିଠା ରଖିବେ ।  ଶ୍ରୀ ମୋଦି ଏକ ବିଶାଳ ଜନସମାବେଶ କରି ସାଢେ ଦେଶବାସୀଙ୍କ ପାଖରେ କେନ୍ଦ୍ରର ଜନକଲ୍ୟାଣ ବାର୍ତା ପହଂଚାଇବେ । ଏଥିରୁ ସ୍ପଷ୍ଟ ଜଣାପଡିଛି କେନ୍ଦ୍ର ସରକାର ଓଡିଶାର ବିକାଶ ପାଇଁ ଚିନ୍ତା କରୁଛନ୍ତି । ସମାବେଶକୁ କିପରି ସଫଲ କରାଯିବ ସେ ନେଇ ଆଲୋଚନା ହୋଇଛି । ପୁରୀ, ବାଲେଶ୍ୱର, ଖୋର୍ଦ୍ଧା , ଭଦ୍ରକ , କେନ୍ଦ୍ରାପଡା, ଯାଜପୁର,ଢେଙ୍କାନାଳ,କଟକ ଅଂଚଳରୁ କିଭଳି ଭାବରେ ସମାବେଶରେ ସାମିଲ କରାଯିବା ସହ ସାରା ରାଜ୍ୟରୁ ସାଧାରଣ ଲୋକ କିପରି ସଭାସ୍ଥଳରେ ପଂହଚି ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ ଶୁଣିପାରିବେ ସେ ନେଇ ଆଲୋଚନା କରାଯାଇଥିଲା ବୋଲି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ସୁଚନା ଦେଇ କହିଛନ୍ତି ।

ଓଡିଶାର ଜନଜାତିର ଲୋକଙ୍କୁ ଶୋଷଣ କରାଯାଉଛି । ଭୂମିହୀନ ଆଦିବାସୀମାନେ ଜମି ପାଇବାରୁ ବଂଚିତ ହେଉଛନ୍ତି । ଜଳସେଚନର ଅଭାବ, ନକଲି କୀଟନାଶକଔଷଧ  ବିତରଣ, ଧାନର ସର୍ବନିମ୍ନ ମୂଲ୍ୟ ଚାଷୀକୁ ନମିଳିବା ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବାର ଶ୍ରୀ ବକ୍ସିପାତ୍ର କହିଛନ୍ତି ।

 

0
0
0
s2sdefault