ହେଡଲାଇନସ୍:

ବୈଜୟନ୍ତ ଲଙ୍ଗଳା !!!!!!!!!! ଦେବୁ ତାଙ୍କ ଦେହରେ ସୁତା ଟିକେ ବି ରଖିଲେନି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 06-03-18-JAYPANDA.jpg - 40.66 kB

"ବୈଜୟନ୍ତ ପଣ୍ଡା ଜଣେ ସ୍ୱାର୍ଥପର, ପ୍ରତିଶୋଧପରାୟଣ ଆଉ ମତଲବୀ" 

 

ଭୁବନେଶ୍ୱର(ଜ୍ଞାନେଶ୍ବର) : ଦେବୁ ମଲ୍ଲିକ ଓରଫ ଦେବାଶିଷ ମଲ୍ଲିକ ଆଜି ଯାହା କହିଲେ ବା ଯାହା ଖୁଲାସା କଲେ ସେଥିଲେ ପ୍ରମାଣିତ ହୋଇଗଲା ଯେ ସଂସଦ ବୈଜୟନ୍ତ ପଣ୍ଡା ଜଣେ ସ୍ୱାର୍ଥପର, ପ୍ରତିଶୋଧପରାୟଣ ଆଉ ମତଲବୀ | ଆଉ ସେ  ଯାହା କରିଚାଲିଛନ୍ତି ସବୁ ନାଟକବାଜି | କେବଳ ନବୀନ ବାବୁଙ୍କୁ ବଦ୍ନାମ କରିବା ପାଇଁ | ତାଙ୍କ ସ୍ୱାର୍ଥହାନି ହେଲା ବୋଲି ସେ ପାଣ୍ଡିଆନଙ୍କୁ ଆଲ କରି ନବୀନ ବାବୁଙ୍କୁ ବଦ୍ନାମ କରିବା ଯୋଜନା ବଦ୍ଧ ଉଦ୍ୟମ କରିଥିଲେ | ପାଣ୍ଡିୟାନ ବାବୁଙ୍କୁ କେବଳ ମିଛରେ ମଝିକୁ ଟାଣି ବଦ୍ନାମ କରୁଥିଲେ | ଆଉ ସେଭଳି ଜଣେ ଅଵିଵେକୀ ଆଉ ଆଉ ସେଭଳି ଜଣେ ଭୟଙ୍କର ଓ ସ୍ୱାର୍ଥପର ଲୋକ ପାଖରେ ଅଧିକ ଦିନ ରହିବାକୁ ବିବେକ ବାଧା ଦେଲା | ତେଣୁ ମୁ ସେଭଳି ଲୋକ ଠାରୁ ନିଜକୁ ଅହରାଇ ଆଣି ତାଙ୍କ ପ୍ରରୋଚନାରେ କରିଥିବା ଭୁଲର ପ୍ରାୟଶ୍ଚିତ ପାଇଁ  ମୁଁ ବୈଜୟନ୍ତଙ୍କ ହାତ ଛାଡ଼ିଲି ବୋଲି କହିଛନ୍ତି ଗତକାଲି ପର୍ଯ୍ୟନ୍ତ ବୈଜୟନ୍ତଙ୍କ ଘନିଷ୍ଠ ସହଯୋଗୀ ଥିବା ଦେବୁ ମଲ୍ଲିକ |

ଗତ କାଲି ପର୍ଯ୍ୟନ୍ତ ବୈଜୟନ୍ତ ପାଣ୍ଡାଙ୍କ.....ଟେକି ଧରିଥିଲେ | ଥାର୍ଡ଼ ଫ୍ଲୋରରେ ଥିବା କାର୍ତିକ ପାଣ୍ଡିଆନଙ୍କୁ ସାତପୁରୁଷ ଉଧାରୀ ସଢୁଥିଲେ | ନବୀନ ବାବୁ ଅସହାୟ ଆଉ ଅଫିସରଙ୍କ କଥାରେ ଚଳୁଛନ୍ତି ବୋଲି କହିଥିଲେ | ବୈଜୟନ୍ତ ବାବୁ ଆଉ ଜାଗି ମାଡାମ ଶୁଦ୍ଧ ସୁବର୍ଣବୋଲି କହୁଥିଲେ | ଜୟାଙ୍କ ଶ୍ରୀଅଙ୍ଗରୁ ଝରି ଯାଉଥିବା...ପାଦୁକ ପରି ପାଉଥିଲେ | ହେଲେ ହଠାତ ଆଜି ସକାଳେ ପାଣ୍ଡିଆନ ବାବୁଙ୍କ ନିବାସ ମୁହାଁ ହେବା ସମସ୍ତଙ୍କୁ ବିସ୍ମିତ କରିଥିଲା | ସନ୍ତର୍ପଣରେ ଯାଇଥିଲେ ବି ଧାରା ପଡିଯାଇଥିଲେ | ହେଲେ ସେଠାରୁ ଫେରି ବାବୁ ଅପରାହ୍ନରେ ସାମ୍ବାଦିକମାନଙ୍କୁ ଡାକି କହିଲେ ଯାହା, ତାହା ବୈଜୟନ୍ତଙ୍କୁ ଲଙ୍ଗଳା କରିଦେଲା | ଆଉ ସେ କହିଲେ ନବୀନ ବାବୁ ସ୍ୱଚ୍ଛ, ନିର୍ମଳ, ପାରିବାର | ପାଣ୍ଡିଆନ ବାବୁଙ୍କୁ ସେ ଯାହା ଟାର୍ଗେଟ କରୁଥିଲେ ସେ ସବୁ ମିଛ | ବାସ୍ତବରେ ବୈଜୟନ୍ତ ମତଲବୀ, ସ୍ୱାର୍ଥପର, ନିଜ ମତଲବ ପାଇଁ ବୈଜୟନ୍ତ ଯେ କୌଣସି ସ୍ତରକୁ ଯାଇ ପାରନ୍ତି | ଆଉ ସେ ଭାରି ଭୟଙ୍କର | ବିଜେଡି ଯେଉଁ ଅଭିଯୋଗ ଆଣିଛି ତାହା ସବୁ ସତ | ଆଉ ସେ ପରୋକ୍ଷରେ ମାନିଗଲେ ଯେ,  ମାହାଙ୍ଗାରେ ଯେଉଁ ପାଣିଟାଙ୍କି ରାଜନୀତି ହେଲା ତାହା ବୈଜୟନ୍ତଙ୍କ ଭିଆଣ | ଜାଣିଶୁଣି ବିଜେଡି, ନବୀନ ବାବୁ ଆଉ ପ୍ରତାପ ଜେନାଙ୍କୁ ବଦ୍ନାମ କରିବା ପାଇଁ ବୈଜୟନ୍ତ ଉଦ୍ୟମ କରିଥିଲେ | ଆଉ ମେକ ଇନ ଓଡିଶାରୁ ସିଆଇଆଇ ଓହରିବା ପଛରେ କେଉଁଠି  ନ କେଉଁଠି ବୈଜୟନ୍ତଙ୍କ ହାତ ଥିବା ପରୋକ୍ଷରେ ସ୍ଵୀକାର କରିଛନ୍ତି ବୈଜୟନ୍ତଙ୍କ ମୁଖପାତ୍ର ତଥା ଗଣ ମାଧ୍ୟମରେ  ବୈଜୟନ୍ତଙ୍କ ପାଇଁ ସଫେଇ ଦେଉଥିବା ତାଙ୍କ ବାଁ  ହାତ ତଥା ରାଜନୈତିକ ସଂଯୋଜକ ଦେବୁ |   ଦେବା ପବିରୋଧରେ ବିଜେଡ଼ି ଯେଉଁସବୁ ଅଭିଯୋଗ ଆଣିଥିଲା ତାହା ଶତକଡ଼ା ଶହେ ସତ ବୋଲି ଆଜି ସେ ମାନି ଯାଇଛନ୍ତି । ବୈଜୟନ୍ତଙ୍କ ଭୟଙ୍କର ଓ ମତଲବି ଚରିତ୍ରରେ ଅତିଷ୍ଠ ହୋଇ ତାଙ୍କ ହାତ ଛାଡ଼ିଦେଇଥିବା ଦେବୁ ଘୋଷଣା କରିଛନ୍ତି । ଏଭଳି ଚରିତ୍ରର ଜଣେ ବ୍ୟକ୍ତିଙ୍କ ସହ କାମ କରିବାକୁ ତାଙ୍କ ବିବେକ ବାଧା ଦେଇଛି ବୋଲି ଦେବୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।  ଆଜି ସେହି ବିଶ୍ୱସ୍ତ ଦେବାଶିଷ ସାମ୍ବାଦିକ ସମ୍ମିଳନୀ କରି ବୈଜୟନ୍ତଙ୍କ ଅସଲ ଚରିତ୍ର ପଦାକୁ ଆଣିଛନ୍ତି । ଦେବାଶିଷ କହିଛନ୍ତି, ବୈଜୟନ୍ତ ବିଜେଡ଼ିରେ ରହି ଦଳ ଓ ସରକାରଙ୍କ ବିରୋଧରେ କାର୍ଯ୍ୟ କରି ଆସୁଥିଲେ । ନିଜ ସ୍ଥିତି ବଞ୍ଚାଇବାକୁ ସେ ବିଭିନ୍ନ ଅପପ୍ରଚାରରେ ମାତିଥିଲେ । ମୁଖ୍ୟମନ୍ତ୍ରୀ ଗୁରୁତର ଅସୁସ୍ଥ ବୋଲି ମିଥ୍ୟା ପ୍ରଚାର କରୁଥିଲେ । ବିଜେପିମୁହାଁ ହୋଇଥିବା ବୈଜୟନ୍ତ ସବୁବେଳେ ବିଜେଡ଼ିକୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଥିଲେ । ଗତ ପଞ୍ଚାୟତ ନିର୍ବାଚନ ଓ ବିଜେପୁର ଉପନିର୍ବାଚନରେ ବିଜେଡ଼ି ବିରୋଧରେ କାର୍ଯ୍ୟ କରିଥିଲେ । ନିଜର ବ୍ୟବସାୟିକ ସ୍ୱାର୍ଥ ପାଇଁ ସେ ସବୁକଥାରେ ତୃତୀୟ ମହଲା ଓ ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କରିଥିଲେ ବୋଲି କହିଛନ୍ତି ଦେବୁ । ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅବିଯୋଗରେ ସେ ନିଲମ୍ବିତ ହେବ ପରଠାଉ ପ୍ରତିହିଂସା ପରାୟଣ ହୋଇଯାଇଛନ୍ତି ବୈଜୟନ୍ତ , ଆଉ ଏଥିପାଇଁ ଏତେ ସବୁ ରାଜନୈତିକ ଡ୍ରାମାବାଜି ଚଳାଇଛନ୍ତି ବୋଲି କହିଛନ୍ତି ଦେବୁ |

କହିଁପେ ନୀଗାହେ କହିଁପେ ନିଶାନା ଭଳି ତୃତୀୟ ମହଲର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ଥୀକେୟନ ପାଣ୍ଡିଆନଙ୍କୁ ଦେଖାଇ ବାସ୍ତବରେ ନବୀନ ବାବୁଙ୍କୁ ଟାର୍ଗେଟ କରି ଆସୁଛନ୍ତି ବୈଜୟନ୍ତ |  ଆଉ ଗତ କିଛି ଦିନ ଧରି ନିଜ ଚାଁନେଲରେ ସରକାର , ନବୀନ ଆଉ ପାଣ୍ଡିୟାନଙ୍କ ବିରୋଧରେ ଖବର ପରିବେଷଣ କରି ଆସୁଛନ୍ତି | ଆଉ ସେଠି ପାଇଁ ବିଜେଡି ବର୍ଜ୍ଜନ କରିଥିଲା |   ହେଲେ ବୈଜୟନ୍ତଙ୍କ ବ୍ୟକ୍ତିଗତ ସହକାରୀ ଦେବୁଙ୍କ ମୁହଁରୁ ବୈଜୟନ୍ତଙ୍କ ଗୁମର ଖୋଲିବା ରାଜନୈତିକ ମହଲରେ ଚର୍ଚା ହେଉଛି | ଆଉ ଯାହା ବି ହେଉ ବୈଜୟନ୍ତଙ୍କୁ ପୁରାପୁରି ଲଙ୍ଗଳା କରିଦରିଛନ୍ତି ଦେବୁ | 

17-04-18-MP-BAIJAYANT-PANDA-NKN-RAJANAITIKA-SANJOJALKA-DEBASISH-MALLICK-NKN-PRESS-MEET.jpg - 155.39 kB

0
0
0
s2sdefault