ହେଡଲାଇନସ୍:

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଉଦି ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା:ଭାରତ-ସାଉଦି ସଂମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦୀଲ୍ଲି/ଭୁବନେଶ୍ୱର, : ଭାରତ ଏବଂ ସାଉଦି ଆରବିଆ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସାଉଦି ଶକ୍ତି, ଶିଳ୍ପ ଏବଂ ଖଣିଜ ସଂପଦ ମନ୍ତ୍ରୀ ଡ଼. ଖାଲିଦ୍ ଅଲ୍-ଫେଲିଙ୍କ ସହ ଟେଲିଫୋନ ଯୋଗେ ଆଲୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହାଇଡେ଼୍ରାକାର୍ବନ କ୍ଷେତ୍ରରେ ଅଧିକ ସହଯୋଗ ସହ ଉଭୟ ଦେଶ ମଧ୍ୟରେ ରଣନୈତିକ ସଂର୍ପକକୁ ମଜଭୂତ କରିବା ପାଇଁ ପଦକ୍ଷେପ ନେଇ ଉଭୟ ମବୀ ସହମତି ପ୍ରକାଶ କରିଛନ୍ତି ।
ବିଶ୍ୱ ଭୌଗଳିକ-ରାଜନୈତିକ ପରିସ୍ଥିତି ଏବଂ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନେଇ ଶ୍ରୀ ପ୍ରଧାନ ଭାରତର ଉଦ୍ବେଗ ସଂର୍ପକରେ ଅବଗତ କରାଇ ଥିଲେ । ଓପେକ ଏବଂ ଓପେକ ପ୍ଲାସ୍ ରାଷ୍ଟ୍ର ସମୁହ ସହ କଥାବାର୍ତା ଆଧାରରେ ଅଶୋଧିତ ତୈଳ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସାଉଦି ଆରବ ଗୁରୁତ୍ୱ ଦେବା ନେଇ ଶ୍ରୀ ପ୍ରଧାନ ଆଲୋଚନ କରିଛନ୍ତି । ଭାରତ ଶକ୍ତି କ୍ଷେତ୍ରରେ ସାଉଦି ଆରବ ଯୋଗଦାନ ସହ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂର୍ପକ ମଜଭୁତ ହେବାନେଇ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ତୈଳ କ୍ଷେତ୍ରରେ ସାଉଦିର ପୁଞ୍ଜି ନିବେଶର ଟେଲିଫୋନ ଯୋଗେ ସମୀକ୍ଷା  କରିଥିଲେ ଦୁଇ ମନ୍ତ୍ରୀ  । ହାଇଡ୍ରକାର୍ବନ କ୍ଷେତ୍ରରେ କ୍ରେତା-ବିକ୍ରେତାର ସଂର୍ପକକୁ ଉଭୟ ଦେଶ ଉପରକୁ ଉଠି ଏବଂ ସମନ୍ବିତ  ସଂର୍ପକ ପ୍ରତିଷ୍ଠା  ଦିଗରେ ଗୁରୁତ୍ୱାରୋପ କରିଛନ୍ତି ଦୁଇ ମନ୍ତ୍ରୀ ।

0
0
0
s2sdefault