ହେଡଲାଇନସ୍:

କ୍ୟାବିନେଟ କମିଟି-2019 ପୁନର୍ଗଠିତ : ଆର୍ଥିକ, ନିଯୁକ୍ତି ଓ ଦକ୍ଷତା ବିକାଶ କମିଟିରେ ଧର୍ମେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ (ଏସପି ବ୍ୟୁରୋ)  କ୍ୟାବିନେଟରେ ଦ୍ଵିତୀୟ ଥର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାମିଲ କରିବା ସହ ପୁଣି ପେଟ୍ରୋଲିୟମ ମନ୍ତ୍ରଣାଳୟ ଲଗାତାର ଭାବେ ଓ ତତ୍ସହିତ ଗୁରୁତ୍ୱପୂର୍ଣ ଇସ୍ପାତ ମନ୍ତ୍ରଣାଳୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି "ଉଜ୍ଜ୍ଵଳା ମ୍ୟାନ"ଙ୍କ ପତିଆରା ବଜାୟ ରଖିଥିଲେ | ଅନ୍ୟ ପକ୍ଷରେ ଓଡିଶା ରାଜନୀତିକୁ ମେସେଜ ଦେଇଥିଲେ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ କେତେ | ଏବେ କେନ୍ଦ୍ର କ୍ୟାବିନେଟ କମିଟି ପୁନର୍ଗଠନ କରି  ଆର୍ଥିକ, ନିଯୁକ୍ତି ଓ ଦକ୍ଷତା ବିକାଶ କମିଟିରେ ଧର୍ମେନ୍ଦ୍ରଙ୍କୁ ସାମିଲ କରି ପୁଣି ତାଙ୍କ ଗୁରୁତ୍ୱ ବୃଦ୍ଧି କରିଛନ୍ତି | ବ୍ୟାବସାୟିକ ନିୟମ ପରିଚାଳନା ଅନ୍ତର୍ଗତ କ୍ୟାବିନେଟ କମିଟିର ସରକାର ପୁନର୍ଗଠନ କରିଛନ୍ତି । ଏଥିରେ ସାମିଲ ରହିଛି - ନିଯୁକ୍ତି, ଆବାସ, ଆର୍ଥିକ, ସଂସଦୀୟ, ରାଜନୈତିକ, ସୁରକ୍ଷା, ନିବେଶ ଓ ଅଭିବୃଦ୍ଧି, ନିଯୁକ୍ତି ଏବଂ ଦକ୍ଷତା ବିକାଶ କ୍ୟାବିନେଟ କମିଟି । ବିଭିନ୍ନ କ୍ୟାବିନେଟ କମିଟିର ସଦସ୍ୟମାନଙ୍କ ନାମ ନିମ୍ନରେ ପ୍ରଦାନ କରାଗଲା:-

1)     ନିଯୁକ୍ତି କ୍ୟାବିନେଟ କମିଟି

ପ୍ରଧାନମନ୍ତ୍ରୀ
ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ

2) ଆବାସ କ୍ୟାବିନେଟ କମିଟି
ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ
ଶ୍ରୀ ନିତିନ ଜୟରାମ ଗଡକରୀ, ପରିବହନ ଓ  ଜାତୀୟ ରାଜପଥ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀମତି ନିର୍ମଳା ସୀତାରମଣ, ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ
ଶ୍ରୀ ପୀୟୁଷ ଗୋୟଲ, ରେଳ, ବ୍ୟବସାୟ ଓ ଉଦ୍ୟୋଗ ମନ୍ତ୍ରୀ

ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ
ଶ୍ରୀ ଜିତେନ୍ଦ୍ର ସିଂ, ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ, ଆଣବିକ ଶକ୍ତି ଓ ମହାକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ହରଦୀପ ପୁରି, ଗୃହ ଓ ସହରୀକରଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ବେସାମରିକ ବିମାନ ଚଳାଚଳ (ସ୍ୱାଧୀନ ଦାୟିତ୍ୱ) ଏବଂ ବାଣିଜ୍ୟ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ।

3)     ଆର୍ଥିକ କ୍ୟାବିନେଟ କମିଟି

ପ୍ରଧାନମନ୍ତ୍ରୀ
ଶ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ମନ୍ତ୍ରୀ
ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ
ଶ୍ରୀ ନିତିନ ଜୟରାମ ଗଡକରୀ, , ଗମନାଗମନ,  ଜାତୀୟ ରାଜପଥ, ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀ ଡିଭି ସଦାନନ୍ଦ ଗୌଡା, ସାର ଓ ରସାୟନ ମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ସିଂ ତୋମାର, କୃଷି ଓ କୃଷକ ବିକାଶ, ଗ୍ରାମ୍ୟ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ
ଶ୍ରୀ ରବିଶଙ୍କର ପ୍ରସାଦ, ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତି, ଆଇନ ଏବଂ ନ୍ୟାୟ ମନ୍ତ୍ରୀ
ଶ୍ରୀମତି ହରସିମରତ କୌର ବାଦଲ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
ଡଃ ସୁବ୍ରମଣ୍ୟମ ଜୟଶଙ୍କର, ବୈଦେଶିକ ମନ୍ତ୍ରୀ
ଶ୍ରୀ ପୀୟୁଷ ଗୋୟଲ, ରେଳ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ

4)     ସଂସଦୀୟ କ୍ୟାବିନେଟ କମିଟି

ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ
ଶ୍ରୀମତି ନିର୍ମଳା ସୀତାରମଣ, ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ
ଶ୍ରୀ ରାମବିଳାଶ ପାଶୱାନ, ଖାଉଟି ବ୍ୟାପାର, ଖାଦ୍ୟ ଓ ବଣ୍ଟନ ମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ସିଂ ତୋମାର, କୃଷି ଓ କୃଷକ ବିକାଶ, ଗ୍ରାମ୍ୟ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ
ଶ୍ରୀ ରବି ଶଙ୍କର ପ୍ରସାଦ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି, ଆଇନ ଏବଂ ନ୍ୟାୟ ମନ୍ତ୍ରୀ
ଶ୍ରୀ ଥୱର ଚାନ୍ଦ ଗେହଲୋଟ, ସାମଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ
ଶ୍ରୀ ପ୍ରକାଶ ଜାଭଡେକର, ପରିବେଶ, ଜଙ୍ଗଲ, ପାଣିପାଗ ପରିବର୍ତ୍ତନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ
ଶ୍ରୀ ପ୍ରହଲ୍ଲାଦ ଯୋଶୀ, ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ

ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ
ଶ୍ରୀ ଅର୍ଜୁନ ରାମ ମେଘୱାଲ, ସଂସଦୀୟ ବ୍ୟାପାର, ଭାରି ଓ ସାର୍ବଜନୀନ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ଭି ମୁରଲୀଧରନ, ସଂସଦୀୟ ବ୍ୟାପାର, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ

5)     ରାଜନୈତିକ କ୍ୟାବିନେଟ କମିଟି

ପ୍ରଧାନମନ୍ତ୍ରୀ
ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ
ଶ୍ରୀ ନିତିନ ଜୟରାମ ଗଡକରୀ, ପରିବହନ,  ଜାତୀୟ ରାଜପଥ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀମତି ନିର୍ମଳା ସୀତାରମଣ, ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ
ଶ୍ରୀ ରାମବିଳାଶ ପାଶୱାନ, ଖାଉଟି ବ୍ୟାପାର, ଖାଦ୍ୟ ଓ ବଣ୍ଟନ ମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ସିଂ ତୋମାର, କୃଷି, କୃଷକ ବିକାଶ, ଗ୍ରାମ୍ୟ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ
ଶ୍ରୀ ରବି ଶଙ୍କର ପ୍ରସାଦ, ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତି, ଆଇନ ଏବଂ ନ୍ୟାୟ ମନ୍ତ୍ରୀ
ଶ୍ରୀମତି ହରସିମରତ କୌର ବାଦଲ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
ଡଃ ହର୍ଷବର୍ଦ୍ଧନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ଭୂମଣ୍ଡଳୀୟ ବିଜ୍ଞାନ ମନ୍ତ୍ରୀ
ଶ୍ରୀ ପୀୟୁଷ ଗୋୟଲ, ରେଳ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀ ଅରବିନ୍ଦ ଗଣପତ ସାୱନ୍ତ, ଭାରି ଓ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀ ପ୍ରହଲ୍ଲାଦ ଯୋଶୀ, ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ

6)     ସୁରକ୍ଷା ବିଷୟକ କ୍ୟାବିନେଟ କମିଟି

ପ୍ରଧାନମନ୍ତ୍ରୀ
ଶ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ମନ୍ତ୍ରୀ
ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ
ଶ୍ରୀମତି ନିର୍ମଳା ସୀତାରମଣ, ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ
ଡଃ ସୁବ୍ରମଣ୍ୟମ ଜୟଶଙ୍କର, ବୈଦେଶିକ ମନ୍ତ୍ରୀ

7)     ନିବେଶ ଓ ଅଭିବୃଦ୍ଧି ବିଷୟକ କ୍ୟାବିନେଟ କମିଟି

ପ୍ରଧାନମନ୍ତ୍ରୀ
ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ
ଶ୍ରୀ ନିତିନ ଜୟରାମ ଗଡକରୀ, ପରିବହନ, ଜାତୀୟ ରାଜପଥ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀମତି ନିର୍ମଳା ସୀତାରମଣ, ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ
ଶ୍ରୀ ପୀୟୁଷ ଗୋୟଲ, ରେଳ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ

8)     ନିଯୁକ୍ତି ଓ ଦକ୍ଷତା ବିକାଶ କ୍ୟାବିନେଟ କମିଟି

ପ୍ରଧାନମନ୍ତ୍ରୀ
ଶ୍ରୀ ଅମିତ ଶାହ, ଗୃହ ମନ୍ତ୍ରୀ
ଶ୍ରୀମତି ନିର୍ମଳା ସୀତାରମଣ, ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ସିଂ ତୋମାର, କୃଷି, କୃଷକ ବିକାଶ, ଗ୍ରାମ୍ୟ ବିକାଶ  ଓ ପଞ୍ଚାୟତିରାଜ ମନ୍ତ୍ରୀ
ଶ୍ରୀ ପୀୟୁଷ ଗୋୟଲ, ରେଳ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ, ମାନବ ସମ୍ବଳ ବିକାଶ ମନ୍ତ୍ରୀ
ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ
ଡଃ ମହେନ୍ଦ୍ର ନାଥ ପାଣ୍ଡେ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀ ସନ୍ତୋଷ କୁମାର ଗାଙ୍ଗୱାର, ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)
ଶ୍ରୀ ହରଦୀପ ସିଂ ପୁରି, ଗୃହ ଓ ସହରାଞ୍ଚଳ ବିକାଶ, ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)

ସ୍ୱତନ୍ତ୍ର ନିମନ୍ତ୍ରିତ
ଶ୍ରୀ ନିତିନ ଜୟରାମ ଗଡକରୀ, ପରିବହନ, ଜାତୀୟ ରାଜପଥ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀମତି ହରସିମରତ କୌର ବାଦଲ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
ଶ୍ରୀମତି ସ୍ମୃତି ଜୁବିନ ଇରାନୀ, ମହିଳା, ଶିଶୁ ବିକାଶ ଓ ବୟନ ମନ୍ତ୍ରୀ
ଶ୍ରୀ ପ୍ରହଲ୍ଲାଦ ସିଂ ପଟେଲ, ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)

0
0
0
s2sdefault