ହେଡଲାଇନସ୍:

ସେଲ ଦ୍ଵାରା ବିତ୍ତୀୟ ପ୍ରବନ୍ଧନରେ ଉତ୍କର୍ଷତା ନିମନ୍ତେ ଜାତୀୟ ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମହାରତ୍ନ କମ୍ପାନୀ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ) ନେସନାଲ ଏୱାର୍ଡ ଫର ଏକ୍ସଲେନ୍ସ ଇନ କଷ୍ଟ ମେନେଜମେଣ୍ଟରେ ପ୍ରଥମ ପୁରସ୍କାର ଲାଭ କରିଛି । ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଏକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ ଦ୍ଵାରା ପ୍ରଦତ୍ତ ବୃହତ ସାର୍ବଜନୀକ ଉତ୍ପାଦକ ବର୍ଗରେ ସେଲ ଏହି ପୁରସ୍କାର ଲାଭ କରିଛି । ନୂଆଦିଲ୍ଲୀ ଠାରେ ଅକ୍ଟୋବର ୧୬ ତାରିଖରେ ଆୟୋଜିତ ପଞ୍ଚଦଶ ଜାତୀୟ ମୂଲ୍ୟ ପ୍ରବନ୍ଧନ ଉତ୍କର୍ଷତା ପୁରସ୍କାର-୨୦୧୭ କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲଙ୍କ ଠାରୁ ସେଲ ଅଧ୍ୟକ୍ଷ, ଶ୍ରୀ ଅନିଲ କୁମାର ଚୌଧରୀ ଏହି ପୁରସ୍କାର ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ, ପ୍ରତିଦ୍ୱନ୍ଦିତାମୂଳକ ପରିବେଶରେ ଉତ୍ପାଦନ ଓ ବିତ୍ତୀୟ ପ୍ରଦର୍ଶନରେ ଅଧିକ ଉନ୍ନତି ଆଣିବା ନିମନ୍ତେ ସେଲ ନିରନ୍ତର ରୂପେ ଶ୍ରେଷ୍ଠ ମୂଲ୍ୟ ପ୍ରବନ୍ଧନ ବ୍ୟବସ୍ଥା କାର୍ଯ୍ୟକାରୀ କରିଆସୁଛି । ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ପୁରସ୍କାର ବିଜେତା ଚୟନ କରିଥିଲେ।

0
0
0
s2sdefault