ହେଡଲାଇନସ୍:

ଦେଶର ନୂଆ ଶକ୍ତି ସୁରକ୍ଷା ପାଇଁ ବିଶ୍ୱ ସମୁଦାୟ ସହ ନିରନ୍ତର ସମ୍ପର୍କ ରକ୍ଷା ଜରୁରୀ-ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲୀରେ ସେରା ସପ୍ତାହ ପାଳିତ

 ପେଟ୍ରୋଲ ଉତ୍ପାଦନକାରୀ ଉପେକକୁ ସୌର ଉର୍ଜା ଉତ୍ପାଦନକାରୀ ଆଇଏସଏ ଟକ୍କର ଦେଇପାରିବ

 ଗୋଟିଏ ବିଶ୍ୱ-ଗୋଟିଏ ସୂର୍ଯ୍ୟ-ଗୋଟିଏ ଗ୍ରୀଡ୍ ଭାରତର ବିଚାର

ଭୁବନେଶ୍ୱର/ନୂଆଦିଲୀ-ଦେଶର ନୂଆ ଶକ୍ତି ସୁରକ୍ଷା ପାଇଁ ବିଶ୍ୱ ସମୁଦାୟ ସହ ନିରନ୍ତର ସମ୍ପର୍କ ରକ୍ଷା ଜରୁରୀ ବୋଲି ନୂଆଦିଲୀ ଠାରେ ଆୟୋଜିତ ସେରାସପ୍ତାହ ପାଳନ ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଉର୍ଜା ହେଉଛି ପ୍ରକୃତ ପକ୍ଷେ ସାରା ଦୁନିଆର ଶିଳ୍ପ ଏବଂ ତୈଳ ପ୍ରକୃତ ପକ୍ଷେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ ଆବଶ୍ୟକୀୟ ପଦାର୍ଥ । ଏହି ପରିପ୍ରେକ୍ଷୀରେ ଭାରତର ଶକ୍ତି ସୁରକ୍ଷା ପାଇଁ ବିଶ୍ୱ ସମୁଦାୟ ସହ ନିରନ୍ତର ସମ୍ପର୍କ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଭାରତ ଶକ୍ତି ସୁରକ୍ଷା ମାମଲାରେ ଶ୍ରୀ ପ୍ରଧାନ କହିଛନ୍ତି ଯେହେତୁ ବିଶ୍ୱବଜାରରେ ପରିବର୍ତନ ନୂଆ ଟେକ୍ନୋଲୋଜି ସହବିଶ୍ୱର ଦେଶ ଦେଶ ମାନଙ୍କ ମଧ୍ୟରେ ସମ୍ପର୍କ ଆଧାରରେ ବିଶ୍ୱର ଶକ୍ତି କ୍ଷେତ୍ରରେ ନୂଆ ନୂଆ ପରିବର୍ତନ ଆସୁଛି । ଏପରିସ୍ଥଳେ ଭାରତକୁ ନିଜର ଶକ୍ତି କ୍ଷେତ୍ରରେ ସ୍ୱାର୍ଥ ରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଜରୁରୀ ।

ଶ୍ରୀ ପ୍ରଧାନ କହିଛନ୍ତି ପେଟ୍ରୋଲ, ଡିଜେଲ ତଥା ପେଟ୍ରୋଲ ଜାତ ଦ୍ରବ୍ୟ ଛାଡି ପୃଥିବୀର ୬୦ ଟି ସୌରଶକ୍ତି ସମ୍ପନ୍ନ ରାଷ୍ଟ୍ରମାନଙ୍କ ସହ ମିଶି ଭାରତ ଇଣ୍ଟରନ୍ୟାସନାଲ ସୋଲାର ଆଲାଆନ୍ସ (ଆଇଏସଏ)ରେ ଗୁରୁତ୍ୱପୂର୍ଣ ଭୂମିକା ନେଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ କହିଛନ୍ତି ପେଟ୍ରୋଲ ପଦାର୍ଥ ଉତ୍ପାଦନକାରୀ ଉପେକକୁ ଆଇଏସଏ ଶକ୍ତି ଯୋଗାଣ କ୍ଷେତ୍ରରେ ପରିବର୍ତିତ କରି ପାରିବାର ସମ୍ଭାବନା ରଖୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଗୋଟିଏ ବିଶ୍ୱ-ଗୋଟିଏ ସୂର୍ଯ୍ୟ-ଗୋଟିଏ ଗ୍ରୀଡ୍ ଭାରତର ବିଚାର ବୋଲି କହିବା ସହ ଗୋଟିଏ ସୁତ୍ରରୁ ଶକ୍ତି ଉପରେ ନିର୍ଭରଶୀଳ ନହୋଇ ସୂର୍ଯ୍ୟଙ୍କର ରଥରେ ଘୋଡା ମାନେ ବନ୍ଧା ହେବା ପରି ଭାରତ ସୌର, ପବନ,ଜଳ,କୋଇଲା,ତୈଳ, ଗ୍ୟାସ, ନ୍ୟୁକ୍ଲିଅର ଓ ବାୟୋଫୁଏଲରୁ ନିଜର ଶକ୍ତି ସୁରକ୍ଷା କମ୍ ମୂଲ୍ୟରେ ହାସଲ କରିବା ପାଇଁ ଭାରତର ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୫ କୋଟି ମହିଳାଙ୍କ ଘରେ ରୋଷାଇ ଗ୍ୟାସ ପହଁଚାଇବାର ଲକ୍ଷ୍ୟ ହାସଲ କରି ଏହାକୁ ୮ କୋଟି ଧାର୍ଯ୍ୟ କରାଯାଇଛି । ଏହାଦ୍ୱାରା ଦେଶର ମହିଳା, ଶିଶୁ ମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି । ଦେଶରେ ଆବିଷ୍କୃତ ଛୋଟ ତୈଳ କୂପ ମାନଙ୍କରୁ ତୈଳ ଉତ୍ପାଦନ ପାଇଁ ଗୁରୁତ୍ୱପୂର୍ଣ ପଦକ୍ଷେପ ନିଆଯାଇଛି । ନୂଆ ବାୟୋଫୁଏଲ ନୀତି ହେବା ସହ କୃଷି ଉତ୍ପାଦ ଓ କୃଷି ବର୍ଜ୍ୟରୁ ଉର୍ଜା ଉତ୍ପାଦନକୁ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault