ହେଡଲାଇନସ୍:

ନାଇଁ ନାଇଁ କରି ଶେଷ ମୁହୂର୍ତ୍ତରେ ଭୋଟ କରାଇପାରନ୍ତି  କମିଶନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ତଥାପି ସମ୍ଭାବନା ଟଳିନି, ହୋଇପାରେ ଆଗୁଆ ନିର୍ବାଚନ

ଭୁବନେଶ୍ୱର : ଜାନୁୟାରୀ ୪, ୨୦୧୯ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିବାକୁ ଭାରତର ମୁଖ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେବା ପରିପ୍ରେକ୍ଷୀରେ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ନାହିଁ  ଆଶା କରାଯାଉଥିଲା । ରାଜନୈତକ ଦଳମାନେ ବି ଭାବି ଦେଇଛନ୍ତି ଯେ ଆଗୁଆ ଭୋଟ ନହୋଇ ଧାର୍ଯ୍ୟ ସମୟ ମଧ୍ୟରେ ହେବ | ହୋଇ ପାରେ,  ନହୋଇବି ପାରେ | କାରଣ ନିର୍ବାଚନ କମିଶନ ଏ ପ୍ରସଙ୍ଗରେ ସର୍ବ କ୍ଷମତା ସମ୍ପନ୍ନ କେତେବେଳେ ଭୋଟ କରିବେ ବା କେତେବେଳେ ନକରିବେ | ସବୁ ଯୋଗାଡ଼ଯନ୍ତ୍ର ହୋଇଥାଇ ବି କେମିତି ଦେଖୁନାହାନ୍ତି ଗୁଜୁରାଟ ନିର୍ବାଚନକୁ ଗଡେଇ ଚାଲିଲେ ! ତେଣୁ କମିଶନଙ୍କ ପାଖରେ ସଫିସେଣ୍ଟ ରିଜନ ଅଛି ଭୋଟ କୁ ଗଡେଇବେ, କି ଠିକ ସମୟରେ କରିବେ ବା ଆଗୁଆ କରାଇବେ | କାରଣ କମିଶନ ତାଙ୍କର କାମ ଭିତରେ ଭିତରେ ଜାରି ରଖିଛନ୍ତି | ରାଜନୈତିକ ଦଳ ବା ଆଂଚଳିକ ଦଳ ଗୁଡିକ ସମୟ ଅଛି ବୋଲି ଗୁଡ଼ ଖାଇ ହେଂଡି ମାରି ବସିଥିବେ, ସେପଟେ କମିଶନ ଏମିତି ସମୟରେ ଘୋଷଣା କରିଦେଇ ପାରନ୍ତି ଯେ କିଛି କରିବାକୁ ତାର ନଥିବା | ଅବଶ୍ୟ ଏଭଳି ସମ୍ଭାବନା ନଥିଲା...ସମସ୍ତେ ଆଶ୍ୱସ୍ତ ଥିଲେ ଯେ ଭୋଟ ଠିକ ଟାଇମରେ ହେବ | ହେଲେ ବିଭିନ୍ନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ କାର୍ଯ୍ୟଧାରା ଅନୂମାନ କଲେ ବା ବିଶ୍ଲେଷଣ କଲେ ସର୍ବୋପରି ତେଲେଙ୍ଗାନା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିବୃତ୍ତିକୁ ବିଶ୍ଳେଷଣ କଲେ  ପୁଣି ଆଗୁଆ ନିର୍ବାଚନ ନହେବ ବୋଲି କହିହେବନାହିଁ । 

ବିଭିତ୍ତ ରାଜ୍ୟରୁ ଅନ୍ୟ ରାଜ୍ୟକୁ ମଧ୍ୟ ନିର୍ବାଚନ ପାଇଁ  ଉଦ୍ଧିଷ୍ଟ ଇଭିଏମ ଓ ଭିଭିପାଟ୍ ମଧ୍ୟ ପହଂଚିବା  ପ୍ରକ୍ରିୟା ଜାରି ରହିଛି । ଅନ୍ୟପକ୍ଷରେ ଭିଭିପାଟ୍ ଆଧାରରେ କେଉଁ ନିର୍ବାଚନମଣ୍ଡଳୀରେ ଯେହେତୁ ଚୂଡାନ୍ତ ତାଲିକା ଜାନୁଆରୀରେ ପ୍ରକାଶ ପାଇବ, ତେଣୁ ଆଗୁଆ ନିର୍ବାଚନର ଆଦୌ ସମ୍ଭାବନା ନାହିଁ ବୋଲି କୁହାଯାଉଛି  । କିନ୍ତୁ ତେଲେଙ୍ଗାନା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରେସ ଇସ୍ତାହାର ଦେଶରେ ଆଗୁଆ ନିର୍ବାଚନ ସମ୍ଭାବନା ଚର୍ଚ୍ଚାକୁ ନୂତନ ଇନ୍ଧନ  ।

ଏହି ପ୍ରେସ୍ ବିବୃତିରେ ତେଲେଙ୍ଗାନା ସିଇଓ କହିଛନ୍ତି, ୨୦୧୯ ଜାନୁଆରି ସୁଦ୍ଧା ଭୋଟର୍ ପ୍ରସ୍ତୁତି ଚୂଡାନ୍ତ କରିବାକୁ ନିର୍ବାଚନ କମିସନ୍ ନିର୍ଦ୍ଦେଶ  ଦେଇଛନ୍ତି  । କିନ୍ତୁ ନିର୍ବାଚନ କମିସନ୍ ଯେ କୌଣସି ସମୟରେ ଆଗୁଆ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରିବେ, ଏ ନେଇ ତାଙ୍କୁ କ୍ଷମତା ଦିଆଯାଇଛି  । ଯଦି କମିସନ୍ ସେପରି ନିଷ୍ପତ୍ତି  ନିଅନ୍ତି, ତେବେ ସେହି ଅନୁଯାୟୀ ନିର୍ବାଚନ ପରିଚାଳନା କରାଯିବ  । ତେଣୁ ଭୋଟର୍ ତାଲିକା ପ୍ରସ୍ତୁତ ସହ ଆଗୁଆ ନିର୍ବାଚନର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ ହୋଇଛି  ।  ଯଦିଓ ଭୋଟର୍ ତାଲିକା ପାଇଁ ଜାନୁଆରି ୪ ତାରିଖ ଧାର୍ଯ୍ୟ ହୋଇଛି, ତେବେ ନିର୍ବାଚନ କମିସନ୍ ଆଗୁଆ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାରେ କୌଣସି ଅସୁବିଧା ନାହିଁ ।

 

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧ରେ ଚିଠା ଭୋଟର୍ ତାଲିକା ପ୍ରକାଶ ପାଇବ  । ସେହିଦିନ ଠାରୁ ଅକ୍ଟୋବର ୩୧ ଯାଏଁ ନୂଆ ଭୋଟର୍ମାନେ ସେମାନଙ୍କ ନାମ ଭୋଟର୍ ତାଲିକାରେ ରବା ପାଇଁ ଆବେଦନ କରିପାରିବେ କିମ୍ବା ଯାହାର କିଛି ଆପତ୍ତି  ଅଭିଯୋଗ ଅଛି, ସେମାନେ ମଧ୍ୟ ଏହି ସମୟରେ ଆବେଦନ କରିପାରିବେ  । ନଭେମ୍ବର ୩୦ ତାରିଖ ପୂର୍ବରୁ ସବୁ ଆବେଦନ ଉପରେ ଫଇସଲା ହେବ  । ୨୦୧୯ ଜାନୁଆରି ୪ ତାରିଖରେ ଚୂଡାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇବ  । ଓଢ଼ିଶାର ମୁଖ୍ୟ ର୍ନିବାଚନ ଅଧିକାରୀ ଏ ନେଇ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇସାରିଛନ୍ତି ଯେ,  ରାଜ୍ୟରେ ଏହି ର୍ନିଦ୍ଧାରିତ ସମୟ ମଧ୍ୟରେ ଭୋଟର୍ ତାଲିକା ସଂଶୋଧନ କରାଯିବ  ।

0
0
0
s2sdefault