ହେଡଲାଇନସ୍:

ତିନି ଦିନିଆ  ଜାପାନ ଗସ୍ତରେ କେନ୍ଦ୍ର  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ •ଷଷ୍ଠ ବାର୍ଷିକ ଏଲଏନଜି ଉତ୍ପାଦକ  ଗ୍ରାହକ ସମ୍ମିଳନୀରେ ଯୋଗ ଦେବେ •-ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ନେଇ କରିବେ ଆଲୋଚନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନୂଆଦିଲ୍ଲୀ /ଭୁବନେଶ୍ୱର - କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ତିନି ଦିନିଆ ଜାପାନ ଗସ୍ତରେ    ଯାଇଛନ୍ତି  । ଏହି ଅବସରରେ ଶ୍ରୀ ପ୍ରଧାନ ଷଷ୍ଠ  ବାର୍ଷିକ ଏଲଏନଜି ଉପôାଦକ ଗ୍ରାହକ ସମ୍ମିଳନୀରେ ଯୋଗ ଦେବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।  

ଜାପାନର  ପ୍ରଧାନମନ୍ତ୍ରୀ ଶିଂଜୋ ଆବେଙ୍କ ଗତ ସେପ୍ଟେମ୍ବରରେ ଭାରତ ଗସ୍ତ ପରେ ଶ୍ରୀ ପ୍ରଧାନ ଜାପାନ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ  ତୈଳ ଓ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ଦିଗରେ ସହାୟକ ହେବ ।  ଏକ ସ୍ୱଚ୍ଛ, ବୈଶ୍ୱିକ ଓ ସମନ୍ୱିତ ଏଲଏନଜି ବଜାର ସ୍ଥାପନା ପାଇଁ ସହଯୋଗ ବୃଦ୍ଧି କରିବା ଏହି ଗସ୍ତ ଅନ୍ୟତମ ଉଦ୍ଦେଶ୍ୟ  । ଏଲଏନଜି ଉତ୍ପାଦକ- ଗ୍ରାହକ ସମ୍ମିଳନୀ  ବୈଶ୍ୱିକ ସ୍ତରରେ ବାର୍ଷିକ ଆୟୋଜିତ ହୋଇଥାଏ । ଏଥିରେ ଏଲଏନଜି ଉତ୍ପାଦକ, ଗ୍ରାହକ ଓ ଅନ୍ୟ ଅଂଶଧାରକ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥାଏ । 

   ବିଭିନ୍ନ ଦେଶର  ମନ୍ତ୍ରୀ  ଓ ବୈଶ୍ୱିକ ଗ୍ୟାସ ଶିଳ୍ପର ନେତା ମାନଙ୍କ ସମ୍ମୁଖରେ ଭାରତୀୟ ଗ୍ୟାସ କ୍ଷେତ୍ର ଓ ପୁଂଜି ନିବେଶ ସମ୍ପର୍କରେ ନୂତନ ନୀତିଗତ ସଂସ୍କାର ସମ୍ପର୍କରେ ଅବଗତ କରାଇବାକୁ  ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ ସୁଯୋଗ ପ୍ରଦାନ କରିବ ।   ଏହି   ଅବସରରେ ଶ୍ରୀ ପ୍ରଧାନ  ଏସିଆରେ ଏଲଏନଜି ବଜାରର ବିକାଶ – ଏକ ସରକାରୀ ପର୍ସେପେକ୍ଟିଭ ପ୍ରସଙ୍ଗରେ ମନ୍ତ୍ରୀ ସ୍ତରୀୟ ଅଧିବେଶନରେ ଉଦବୋଧନ ଦେବେ ।  କାତାର, ନାଇଜେରିଆ, ଜାପାନ, ବଙ୍ଗଳାଦେଶର ଶକ୍ତି ମନ୍ତ୍ରୀ ଓ   ଅନ୍ୟ ହାଇଡ୍ରୋ କାର୍ବନ ବିଶେଷଜ୍ଞ ମାନେ  ଏଥିରେ ସାମିଲ ହେବେ ।  ଏହି ଗସ୍ତ ସମୟରେ ଶ୍ରୀ ପ୍ରଧାନ ଜାପାନର ଅର୍ଥ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ହିରୋସିଂଗେ ସେକୋଙ୍କୁ ମଧ୍ୟ ଭେଟି ଆଲୋଚନା କରିବେ ।  ଏହି ଅବସରରେ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କରେ ଆଲୋଚନା ହେବ ।  ଶ୍ରୀ ପ୍ରଧାନ ଏହି ଗସ୍ତ ସମୟରେ ଜାପାନର ବିଭିନ୍ନ କମ୍ପାନୀ ଯଥା ଓସାକା ଗ୍ୟାସ, ମିତ୍ସସ୍ୱବ ଓଏସକେ ଲାଇନ , ଜାପେକ୍ସ  ଓ ଅନ୍ୟ କମ୍ପାନୀର ପ୍ରତିନିଧି ମାନଙ୍କ ସହ ମଧ୍ୟ ଆଲୋଚନା କରିବେ ।(PIB) 

0
0
0
s2sdefault