ନେପାଳର ବି  ବହପ, ଭାରତକୁ ପଠାଇଵ ବିବାଦୀୟ ମ୍ୟାପ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଠମାଣ୍ଡୁ(ଏଜେନ୍ସି) : ମଉକା ଦେଖି ଆଖି ଦେଖାଉଥିବା ନେପାଳ ଏବେ ବହପ ଦେଖାଇବାରେ ଆଉ ପାଦେ ଆଗକୁ ପକାଇଛି | ଭାରତର ପରାମର୍ଶକୁ "ଫୁ" କରି ବିବାଦୀୟ ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନିଅଂଚଳ ନେପାଳର ବୋଲି ଦାବି କରିବା ସହ ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ଏବେ ଆଉ ଗୋଟେ ପାଦ ଆକୁ ଯାଇ କେପି ଶର୍ମା ଓଲି ନେତୃତ୍ୱାଧୀନ ନେପାଳ ସରକାର ଏହାର ସଂଶୋଧିତ ମାନଚିତ୍ରକୁ ଅଗଷ୍ଟ ମଧ୍ୟଭାଗରେ ଭାରତ ପଠାଇବାକୁ ଯୋଜନା କରିଛନ୍ତି ବୋଲି ଜଣେ ମନ୍ତ୍ରୀ କହିଛନ୍ତି। ସଂଶୋଧିତ ମାନଚିତ୍ରରେ ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନିର ଭଳି ଭାରତୀୟ ଅଞ୍ଚଳ ନେପାଳର ଅଂଚଳରେ ସ୍ଥାନିତ କରାଯାଇଛି  | ଏହି ସଂଶୋଧିତ ମାନଚିତ୍ରଟି ଗୁଗୁଲ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସମୁଦାୟ ବା ସଂସ୍ଥାକୁ ମଧ୍ୟ ପଠାଇବାକୁ ଯୋଜନା କରିଛି ନେପାଳ  |

ଜମି ପରିଚାଳନା, ସମବାୟ ସମିତି ଓ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରୀ ପଦ୍ମ ଆର୍ଯ୍ୟଲ କହିଛନ୍ତି, "   କାଲାପାନି, ଲିପୁଲେଖ ଏବଂ ଲିମ୍ପିୟାଧୁରା ନେପାଳର ଅଂଶ ଭାବେ ସନ୍ନିବେଶିତ ଅପଡେଟ୍ ମାନଚିତ୍ରକୁ ଆମେ ଜାତିସଂଘର ବିଭିନ୍ନ ଏଜେନ୍ସି ତଥା ଆନ୍ତର୍ଜାତୀୟ ସମୁଦାୟକୁ ପଠାଇବୁ। ଏହି ପ୍ରକ୍ରିୟା ଚଳିତ ମାସ ମଧ୍ୟଭାଗରେ ଶେଷ ହେବ।"  ଅନ୍ତର୍ଜାତୀୟ ସମୁଦାୟକୁ ପଠାଇବ ପାଇଁ ନେପାଳ ମାନଚିତ୍ରର ଅପଡେଟ୍ ସଂସ୍କରଣର ୪,୦୦୦  କପି ଇଂରାଜୀ ଭାଷାରେ ମୁଦ୍ରଣ କରିବା ପାଇଁ ତାଙ୍କ ମନ୍ତ୍ରଣାଳୟ ମାପ ବିଭାଗକୁ ନିର୍ଦ୍ଦେଶ ଦେଇଛି |  

ମାପ ବିଭାଗ ମାନଚିତ୍ରର ସର୍ବଶେଷ ସଂସ୍କରଣର ୨୫,୦୦୦  କପି ଉପରେ ମୁଦ୍ରଣ କରିଛି ଯାହା ସାରା ଦେଶରେ ବିତରଣ କରାଯାଇଛି | ପ୍ରାଦେଶିକ ଏବଂ ଅନ୍ୟାନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟକୁ କପି ମାଗଣାରେ ଦିଆଯିବ ଯେତେବେଳେ ଲୋକମାନେ ଏହାକୁ ନେପାଳୀ ମୁଦ୍ରା ୫୦ଟଙ୍କାରେ କିଣି ପାରିବେ |

ସୂଚନାଯୋଗ୍ୟ ଯେ ନେପାଳ ସରକାର ମେ ୨୦ରେ ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନିର ବିବାଦୀୟ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରି ସନ୍ନିବେଶିତ କରି ଏହି ସଂଶୋଧିତ ରାଜନୈତିକ ଏବଂ ପ୍ରଶାସନିକ ମାନଚିତ୍ର ପ୍ରକାଶ କରିଥିଲେ । ଭାରତ ନେପାଳର ଏପରି ଏକପାଖିଆ କାର୍ଯ୍ୟକୁ ଆପତ୍ତି ଦର୍ଶାଇବା ସହ ଏହା ଐତିହାସିକ ତଥ୍ୟ ଏବଂ ପ୍ରମାଣ ବିରୋଧୀ ବୋଲି ଭାରତ କହିଥିଲା |

ଏହାର ସଂଶୋଧିତ ମାନଚିତ୍ରରେ ଏହାର ତିନୋଟି ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଥିବାରୁ ନେପାଳକୁ କ୍ରମାଗତ ଭାବରେ ବିରୋଧ କରିଆସୁଛି ଭାରତ । ନେପାଳର ଏହି ପଦକ୍ଷେପ ଭାରତ ଓ ନେପାଳ ମଧ୍ୟରେ କୂଟନୈତିକ କଥାବାର୍ତ୍ତା ମାଧ୍ୟମରେ ଅସମାହିତ ସୀମା ସମସ୍ୟାର ସମାଧାନ ପାଇଁ ଜାରି ରହିଥିବା ଦ୍ୱିପାକ୍ଷିକ ବୁଝାମଣାର  ବିରୋଧୀ ଏବଂ ନେପାଳର ଏ କୃତ୍ରିମ ପରିବର୍ଦ୍ଧନ ବା ଭୌଗଳିକ ସମ୍ପ୍ରସାରଣକୁ  ଭାରତ ଗ୍ରହଣ କରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି |

.ଏହି ସମୟରେ ମିଳିତ ଜାତିସଂଘ ନୂତନ ମାନଚିତ୍ର ବ୍ୟବହାର କରିବାକୁ ବାରଣ କରିଛି   | ଜାତିସଂଘ ପକ୍ଷରୁ କୁହାଯାଇଛି ଯେ କହିଛି ଯେ ନେପାଳ ସଂଶୋଧିତ  ମାନଚିତ୍ରକୁ ବ୍ୟବହାର କରିବ ନାହିଁ କିମ୍ବା ଆନୁଷ୍ଠାନିକ ଭାବେ ସମର୍ଥନ କରିବ ନାହିଁ।

ଏପରିକି କେପି ଶର୍ମା ଓଲି ନେତୃତ୍ୱାଧୀନ ନେପାଳ ସରକାର ଏକ ନୂତନ ନେପାଳୀ ମାନଚିତ୍ର ପଠାଇବାକୁ ଯୋଜନା କରିଛନ୍ତି, ଯାହାକି ଭାରତୀୟ ଅଞ୍ଚଳକୁ ନେପାଳୀ ଭାବରେ ଦର୍ଶାଉଛି | ହେଲେ  ମିଳିତ ଜାତିସଂଘକୁ   ନେପାଳର ଏହି ମ୍ୟାପକୁ ଏହାର ସରକାରୀ କାରବାରରେ ବ୍ୟବହାର କରି ନାହିଁ ଓ କରିବ ନାହିଁ କି ୱେବସାଇଟରେ ସ୍ଥାନିତ କରିବନାହିଁ | 

 

0
0
0
s2sdefault