ଅମାନିଆ କରୋନା  : ଆଜି ବି ଆକ୍ରାନ୍ତଙ୍କ ସଂଖ୍ୟା ପାଖପାପାଖି ୫୦ ହଜାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ (ଏଜେନ୍ସି) :  କାଲି ନିଦ ହଜାଇଦେଇଥିଲା ଆଉ ଆଜି ତାଠୁ ବଳକା ସ୍ଥିତି | ନୟାନ୍ତ କରିବା ସ୍ଥିତିକୁ ନେଉଛି କରୋନା | ଗତକାଲିର ରେକର୍ଡ ଭାଙ୍ଗିଛି ମାରାତ୍ମକ ଭୁତାଣୁ ଆକ୍ରାନ୍ତ ସଂଖ୍ୟାରେ | ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ଉଦବେଗଜନକ ଭାବେ ପାଖାପାଖି 50  ହଜାର |

  ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୯,୩୧୦  ଜଣ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ୭୪୦ ଜଣ ମୃତ୍ୟୁବରଣ କରିଛନ୍ତି | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୪୫ରେ ପହଂଚି ଥିବା ବେଲେ ମୃତ୍ୟୁ ସଂଖ୍ୟା ୩୦,୬୦୧ ଛୁଇଁଛି |  ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା  ୪,୪୦,୧୩୫  ରେ ପହଂଚିଛି | ଏଯାଏ ସୁସ୍ଥ ହେଲେଣି ୮,୧୭,୨୦୯  ଜଣ |  ସୂଚନାଯୋଗ୍ୟ ଯେ ଏଯାବତ ଦେଶରେ ୧,୫୪,୨୮,୧୭୦ ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି କେବଳ ୩,୫୨,୮୦୧ ନମୁନା ଯାଞ୍ଚ କରାଯାଇଛି  ବୋଲି  Indian Council of Medical Research (ICMR) ପକ୍ଷରୁ ସୂଚନା ଦିଆଯାଇଛି |

0
0
0
s2sdefault