ଆଜି କରୋନାର ଆତଙ୍କ ପୂର୍ଣ୍ଣ ରେକର୍ଡ : ଆକ୍ରାନ୍ତ ସଂଖ୍ୟାରେ ଆଉ ମୃତ୍ୟୁରେ ବି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଆକ୍ରାନ୍ତ ସଂଖ୍ୟା ୪୫  ହଜାର ଉପରେ 

  • ୨୪ ଘଣ୍ଟା ଭିତରେ ୧,୧୨୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ଏଜେନ୍ସି) : ଆଜି ନିଦ ହଜାଇ ଦେଇଛି ଆଉ ଚିନ୍ତା ବଢ଼ାଇ ଦେଇଛି କରନା | ପୂର୍ବର ସମସ୍ତ ରେକର୍ଡ ଭାଗିଛି ଏହି ମାରାତ୍ମକ ଭୁତାଣୁ , ଆକ୍ରାନ୍ତ ସଂଖ୍ୟାରେ ଆଓ ମୃତ୍ୟୁ ସଂଖ୍ୟାରେ ବି | ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ଉଦବେଗଜନକ ଭାବେ ଟପିଛି  ୪୫  ହଜାର |  ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୫ ,୭୨୦ ଜଣ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ୧,୧୨୯  ଜଣ ମୃତ୍ୟୁବରଣ କରିଛନ୍ତି | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୮,୬୩୫ ରେ ପହଂଚି ଥିବା ବେଲେ ମୃତ୍ୟୁ ସଂଖ୍ୟା ୨୯,୮୬୧ ଛୁଇଁଛି |  ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା  ୪,୨୬,୧୬୭ ରେ ପହଂଚିଛି | ଏଯାଏ ସୁସ୍ଥ ହେଲେଣି ୭,୮୨,୬୦୬  ଜଣ |  ସୂଚନାଯୋଗ୍ୟ ଯେ ଏଯାବତ ଦେଶରେ ୧,୫୦,୭୫,୩୬୯ ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି କେବଳ ୩,୫୦,୮୧୩ ନମୁନା ଯାଞ୍ଚ କରାଯାଇଛି  ବୋଲି  Indian Council of Medical Research (ICMR) ପକ୍ଷରୁ ସୂଚନା ଦିଆଯାଇଛି |

0
0
0
s2sdefault