ହେଡଲାଇନସ୍:

କେହି କେବେ ଶୁଣିଛ ଟି, ଋଣ ନନେଇ ଋଣ ୫୦ କୋଟି !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁରୁକ୍ଷେତ୍ର (ଏଜେନ୍ସି) : ବିଭିନ୍ନ ସମୟରେ ଆମେମାନେ ବ୍ୟାଙ୍କରୁ ଋଣ ନେଇଥାଉ ବିଭିନ୍ନ କାମ ପାଇଁ | ଋଣ ନେବା ପରେ ତାକୁ ସମୟ ସୁବିଧା ଦେଖି ଆମେ ସୁଝି ଥାଉ ସୁଧ ସହିତ | ଯଦି ସୁଝିବାରେ ହେଲେ ହୁଏ, ତେବେ କାର୍ଯ୍ୟାନୁଷ୍ଠାନ କରାଯାଏ ବ୍ୟାଙ୍କ ତରଫରୁ | ଆଉ ଇଏ ମାଲିଆ ଓ ମୋଦି ନୁହଁ ଯେ ବିଦେଶ ପଳେଇବେ ! ହେଲେ ଏବେ ଗୋଟେ ଆଶ୍ଚର୍ଯ୍ୟ କଥା ନଜରକୁ ଆସିଛି ଯେ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଋଣ ନନେଇ ତାଙ୍କ ନାମରେ ଋଣ ଗଡୁଛି | ଅଳପସଳପ ନୁହଁ, ପାଞ୍ଚ କି ଦଶ ହଜାର ନୁହଁ କି ଲକ୍ଷେ ଦିଲକ୍ଷ ବି ନୁହଁ | ପୁରା କୋଟିରେ | ଋଣ ଗଡୁଛି କା ନାଁରେ ! ଜଣେ ଚା ଦୋକାନୀଙ୍କ ନାଁରେ | କେତେ ଗଡୁଛି ! ଗଡୁଛି ୫୦ କୋଟି ! ଏମିତି ଘଟଣା ଘଟିଛି ଏବେ ହରିୟାଣା କୁରୁକ୍ଷେତ୍ରରେ ରାସ୍ତା କଡରେ ଚା ଦୋକାନ କରି ନିଜ ଗୁଜୁରାଣ ଦୁଃଖେ ସୁଖେ ମେଣ୍ଟାଈ ଚାଲିଥିବା ରାଜକୁମାରଙ୍କ କ୍ଷେତ୍ରରେ | 

ରାଜା କୁମାରଙ୍କ କହିବା ଅନୁଯାୟୀ "ମୋର ଆର୍ଥିକ ଅବସ୍ଥା ଭଲ ନାହିଁ | ଆଉ ଏ କୋଭିଡ ସମୟରେ ଆର୍ଥିକ ଅବସ୍ଥା ଆହୁରି ଦୟନୀୟ ହୋଇଗଲା | ଏ ଆର୍ଥିକ ଅନାଟନରୁ ଉତୁରିବା ପାଇଁ ମୁଁ ବ୍ୟାଙ୍କ କୁ ଋଣ ପାଇଁ ଆବେଦନ କରିଥିଲି | ବ୍ୟାଙ୍କରେ ସବୁ କାଗଜପତ୍ର ଓ ଅରଜି ଜମା କଲି | ହେଲେ ମୋ ଅରଜିକୁ  ବ୍ୟାଙ୍କ କର୍ତ୍ତୃପକ୍ଷ ଅଗ୍ରାହ୍ୟ କରୋଦିଲେ | କହିଲେ ପୂର୍ବରୁ ମୋ ନାଁରେ ୫୦ କୋଟି ଟଙ୍କା ଋଣ ଗଡୁଛି | ତେଣୁ ଆଉ ଋଣ ଦେଇ ହେବନି |"

ଏକଥା ଶୁଣିବା ପରେ ରାଜକୁମାରଙ୍କ ଫକାସି ଉଡ଼ିଗଲା ଆଉ ଜ୍ଞାନ ବି ହଜିଗଲା | ହେଲା କେମିତି ଏମିତି ! ଏବେ ଚିନ୍ତାରେ ରାଜା କୁମାର | କୋଭିଡ ଜନିତ ଆର୍ଥିକ ଯନ୍ତ୍ରଣା ଠାରୁ ଏବେ ବଳାଇ ଯାଇଛି ଅଜଣା ବ୍ୟାଙ୍କ ଋଣର ବୋଝ |(ଏଏନଆଇ)   

0
0
0
s2sdefault