ହେଡଲାଇନସ୍:

ଆଜି ବି କରୋନା ଆକ୍ରାନ୍ତ ସଂଖ୍ୟା ୩୭ ହଜାର ଉପରେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୪ ଘଣ୍ଟା ଭିତରେ ୬୪୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ଏଜେନ୍ସି) : ଆଜି ବି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଛି ୩୭ ହଜାର |  ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଜୟୀ ସାରା ଦେଶରେ ଗତକାଲି  ୩୭,୧୪୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ବି ୩୭,୭୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  | ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୭,୭୨୪ ଜଣ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ୬୪୮ ଜଣ ମୃତ୍ୟୁବରଣ କରିଛନ୍ତି | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୨,୯୧୫ ରେ ପହଂଚି ଥିବା ବେଲେ ମୃତ୍ୟୁ ସଂଖ୍ୟା ୨୮,୭୩୨ ଛୁଇଁଛି |  ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୧୧,୧୩୩ ରେ ପହଂଚିଛି | ଏଯାଏ ସୁସ୍ଥ ହେଲେଣି ୭,୫୩,୦୫୦  ଜଣ |  ସୂଚନାଯୋଗ୍ୟ ଯେ ଏଯାବତ ଦେଶରେ ୧,୪୭,୨୪, ୫୪୬  ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି କେବଳ ୩,୪୩,୨୪୩ ନମୁନା ଯାଞ୍ଚ କରାଯାଇଛି  ବୋଲି  Indian Council of Medical Research (ICMR) ପକ୍ଷରୁ ସୂଚନା ଦିଆଯାଇଛି |

0
0
0
s2sdefault