ହେଡଲାଇନସ୍:

ଅଯୋଧ୍ୟା ମାମଲାରେ ମଧ୍ୟସ୍ଥତା ପାଇଁ ଦାଏର କରାଯାଇଥିବା ୩୨ଟି ଆବେଦନ ସୁପ୍ରିମକୋର୍ଟରେ ଖାରଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

14-03-18-sc.jpg - 170.55 kB

ନୂଆଦିଲ୍ଲୀ : ରାମଜନ୍ମଭୂମି ବାବରୀ ମସଜିଦ ପ୍ରସଙ୍ଗରେ ମଧ୍ୟସ୍ଥତା ଲାଗି ବିଭିତ୍ତ ବ୍ୟକ୍ତି କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି  ।  କେବଳ ଜମି ମାଲିକାନା ବିବାଦ ସହ ଜଡିତ ବ୍ୟକ୍ତିମାନଙ୍କୁ ନେଇ ଶୁଣାଣୀ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି  । ମାମଲାର ପରବର୍ତ୍ତୀ ଶୁଣାଣୀ ମାର୍ଚ୍ଚ ୨୩ରେ ହେବ ।

ଅଯୋଧ୍ୟା ମାମଲାରେ ମଧ୍ୟସ୍ଥତା କରିବାକୁ ପ୍ରାୟ ୩୨ ଜଣ ବ୍ୟକ୍ତି ଆବେଦନ କରିଥିଲେ  । ସେମାନଙ୍କ ମଧ୍ୟରୁ ଶ୍ୟାମ ବେନେଗଲ, ଅନୀଲ ଧରକର, ଅପର୍ଣ୍ଣା ସେନ ଓ ତିସ୍ତା ଶିତଲବାଡ୍ ଅନ୍ୟତମ  ଅଯୋଧ୍ୟାରେ ଏହି ବିବାଦୀୟ ସ୍ଥଳକୁ ଧାର୍ମିକ କାର୍ଯ୍ୟ  ବଦଳରେ ଧର୍ମନିରପେକ୍ଷ କାର୍ଯ୍ୟରେ ବ୍ୟବହାର କରାଯାଉ ବୋଲି ଏମାନେ ଆବେଦନ କରିଥିଲେ ।  ଆହୁରି ମଧ୍ୟ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଏହି ମାମଲାରେ ମଧ୍ୟସ୍ଥତା କରିପାରିବେନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି । ତେବେ ଅଯୋଧ୍ୟାରେ ପୂଜା କରିବା ହିନ୍ଦୁଙ୍କ ମୌଳିକ ଅଧିକାର ବୋଲି ଦାବି କରି ସ୍ୱାମୀ ଦାଏର କରିଥିବା ରିଟ ପିଟିସନର ଶୁଣାଣୀ କରାଯିବାକୁ କୋର୍ଟ ରାଜି ହୋଇଛନ୍ତି  । ଅନ୍ୟପକ୍ଷରେ କେବଳ ଆହ୍ଲାବାଦ ହାଇକୋର୍ଟରେ ଏହି ଜମିର ମାଲିକାନାକୁ ନେଇ ପକ୍ଷଭୁକ୍ତଥିବା ବ୍ୟକ୍ତିମାନଙ୍କୁ ଶୁଣାଣୀରେ ଅନ୍ତର୍ଭୁକ୍ତ କରାଯିବ ।  କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାମଲାରେ କୌଣସି ତୃତୀୟ ପକ୍ଷ ଦ୍ୱାରା ସମାଧାନ କରାଯିବା ନିଷ୍ପତ୍ତି  କୋର୍ଟ ନିଜେ ନେଇପାରିବେ ନାହିଁ  । ଯଦି ଉଭୟ ପକ୍ଷ ମିଳିତ ଭାବେ ଆଲୋଚନା କରି କୌଣସି ସମାଧାନରେ ପହଞ୍ଚନ୍ତି  ଓ କୋର୍ଟଙ୍କୁ ଜଣାନ୍ତି ,  ତେବେ ତାହାକୁ ରେକର୍ଡ କରାଯିବ  । କିନ୍ତୁ ଏଥିଲାଗି କୋର୍ଟ କାହାକୁ ନିଯୁକ୍ତ କରିପାରିବେ ନାହିଁ  । ୨୦୧୦ରେ ଏହି ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ୨.୭୭ ଏକରର ଏହି ବିବାଦୀୟ ଜମିକୁ ରାମଲାଲା, ସୁନ୍ନି  ୱାକଫ ବୋର୍ଡ ଓ ନିର୍ମୋହୀ ଆଖାଡ଼ା ମଧ୍ୟରେ ତିନିଭାଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

0
0
0
s2sdefault