ହେଡଲାଇନସ୍:

 ରାଜଧାନୀ ଆସୁଛି "କୁନ୍ଦୁଲି ରାଏଜର ଝି" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭଞ୍ଜକଳା ମଣ୍ଡପ ଭୁବନେଶ୍ୱରରେ ନାଟକ କୁନ୍ଦୁଲି ରାଏଜର ଝି ମଂଚସ୍ଥ ହେବ

ପଦ୍ମପୁର/ ନୀଳ ଦୀପ : ଆସନ୍ତା ଡିସେମ୍ବର ମାସ ୦୨ ତାରିଖ ରବିବାରଦିନ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତଥା ନାଟ୍ୟଧାରାରେ ମିଳିତ ଆନୁକୁଲ୍ୟରେ ଆୟୋଜିତ ନାଟ୍ୟପରିକ୍ରମାରେ ଅଗ୍ରଣୀ ନାଟ୍ୟାନୁଷ୍ଠାନ  ସଚେତନ ହେମା ଢୋଳବନ୍ଧ ପରିବେଷଣ କରିବ ବହୁ ପ୍ରଂଶସିତ କୋରାପୁଟର କୁନ୍ଦୁଲି ଗଣ ଦୁଷ୍କର୍ମ ତଥ୍ୟ ଉପରେ ଆଧାରିତ ନାଟକ-କୁନ୍ଦୁଲି ରାଏଜର ଝି ପରିବେଷିତ ହେବ । ଇତିମଧ୍ୟରେ ନାଟକଟି ଖୁବ୍ ଦର୍ଶକଙ୍କ ପି୍ରୟଭାଜନ ହୋଇଛି । ଏହା ଏକ ଭିନ୍ନ ଶୈଳୀରେ ପରିବେଷିତ ନାଟକ ଯାହା ସ୍ତ୍ରୀ ସମାଜର ସ୍ଥିତି ତଥା ଶକ୍ତି ଜାଗ୍ରତ କରିବାକୁ ଉଦ୍ଧିଷ୍ଟ । ନାଟ୍ୟକାର ରାଜକୁମାର ସାହୁ ନାଟକକୁ ରଚନା ଓ ନିର୍ଦ୍ଦେଶନା ଦେଇଥିବା ବେଲେ ଅଭିନୟରେ ଅଛନ୍ତି ଘନଶ୍ୟାମ ସାହୁ,ସୁଦର୍ଶନ ସାହୁ,କେଶବ ସାହୁ,ବାବୁଲୁ ସାହୁ,କୁଳମଣି ପସାୟତ,ଲକ୍ଷ୍ମୀପ୍ରସାଦ ସାହୁ,ରୋଜି ସାହୁ,ସଂଧ୍ୟା ପସାୟତ,ମହେନ୍ଦ୍ର ସାହୁ  । 

ଲାଲ ସାହେବ ସାହୁ ସଂଗୀତ ଦେଇଥିବା ବେଳେ ବୃନ୍ଦାବନ କୁମ୍ଭାର ମଂଚ ପ୍ରସ୍ତୁତ କରିଛନ୍ତି । ଅନୁଷ୍ଠାନଟି ସବୁବେଳେ ପ୍ରଗତିଶୀଳ ନାଟକ ପରିବେଷଣରେ ଦର୍ଶକ ମହଲରେ ଚର୍ଚ୍ଚାରେ ରହିଆସିଛି ।  ନାଟକ ଦାଦନ,ଅଭିମନ୍ୟୁର କଥା,ମୋର କାଏଁ ଦୋଷ ଆଦି ଆଗରୁ ଅନେକ ଜାଗାରେ ସଫଳତାର ସହ ପରିବେଷିତ ହୋଇ କଳାପ୍ରେମୀ,ନାଟ୍ୟକର୍ମୀ,ଗବେଷକଙ୍କ ଦୃଷ୍ଟି ଆକର୍ଷଣ କରିଛି । 

ଏହି ଅବସରରେ ନିର୍ଦ୍ଦେଶକ  ନାଟ୍ୟସଙ୍ଘର ସମସ୍ତ ସଭ୍ୟସଭ୍ୟା ତଥା ସୁଧୀଜନଙ୍କୁ ନାଟକକୁ ଉପଭୋଗ କରିବା ପାଇଁ ଅନୁରୋଧ କରିବା ସହ ନାଟକର ଉନ୍ନତି ସକାଶେ ଦିଗଦର୍ଶନ ପାଇଁ ଅନୁରୋଧ କରିଛନ୍ତି । 

 

 

 

  

0
0
0
s2sdefault