ହେଡଲାଇନସ୍:

ମହୁଲପାଲି ବୋଇତ ବନ୍ଦାଣ ଉତ୍ସବ ପାଲିତ : ମନେ ପକାଇଲେ  ଗୌରବମୟ ଐତିହ୍ୟ ଓ ପରମ୍ପରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/.ନୀଳ ଦୀପ -ପଦ୍ମପୁର ନିକଟକୁ ମହୁଲପାଲି ଠାରେ କୁବେର ଯୁବାମଞ୍ଚ ପଦ୍ମପୁର ତରଫରୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଲିତ ହୋଇଯାଇଛି । ଶତାଧିକ କୁବେର ଭାଇ ଓ ଭଉଣୀ ମାନେ ଏକ ଶୋଭାଯାତ୍ରାରେ ମହୁଲପାଲି କୁବେର ଭବନରୁ ନିକଟସ୍ଥ ଅଙ୍ଗନଦୀ କୁ ଯାଇଥିଲେ । ସେଠାରେ କୁବେର ସମାଜର ମାଁ ମାନେ ପୂଜାର୍ଚ୍ଚନା କରି ବୋଇତ ବନ୍ଦାଣ କରିଥିଲେ । ଏହାପରେ କୁବେର ଭବନ ପରିସରରେ କୁବେର ସମାଜ ଯୁବମଞ୍ଚ ସଭାପତି ମନୋଜ ସାହୁ ଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଚୁଡାମଣି ସହୁ ମୁଖ୍ୟ ଅତିଥି ଭାବରେ,ରମେଶ କୁମାର ସାହୁ ମୁଖ୍ୟ ବକ୍ତା ଭାବରେ ଏବଂ ତାରାଚାନ୍ଦ ସାହୁ,ଲିଙ୍ଗରାଜ ସାହୁ,ନିତ୍ୟାନନ୍ଦ ସାହୁ, ସତ୍ୟଭୂଷଣ ସାହୁ,ନବକିଶୋର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୁବେର ସମାଜର ଐତିହ୍ୟ ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଅଭିଲାଶ ସାହୁ ଅତିଥି ପରିଚୟ ପ୍ରଦାନ ଓ ସଭା ପରିଚାଳନା କରିଥିଲେ । ସଭା ଆରମ୍ଭରୁ କୁବେର ମହାପ୍ରଭୁଙ୍କ ନିକଟରେ ରୋହିଣୀ ବଲ୍ଲଭ ସାହୁ,ଟିକେଶ୍ବର ସାହୁ ଓ ଜୟନ୍ତ ସାହୁ ଭାଗବତ ପଠନ କରିଥିଲେ ।ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝାରବନ୍ଧ ବ୍ଳକର ଡୁଡକିଦାଦର ର ଜସ୍ମିତାରାଣୀ ଗୄପ,ସିଂହନପୁରର ବେଡ଼ବୟ ଗ୍ରୁପ,ପଦ୍ମପୁର ର ସ୍ନିତାରାଣୀ ସାହୁ ପ୍ରମୁଖ ନୄତ୍ୟ ପରିବେଷଣ କରିଥିଲେ । ନରେଶ ସାହୁ, ପର ସାହୁ,ମୀନ ସାହୁ,କୁନା ସାହୁ, ଯଦୁ ସାହୁ,ରାଜେଶ ସାହୁ, ବାବୁଲି ସାହୁ,ଉଷତ ସାହୁ, ରାକେଶ ସାହୁ,ଚିତ୍ତ ସାହୁ,ପ୍ରଦୀପ ସାହୁ,ଧିରୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ସଭାଶେଷରେ ପୀତବାସ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault