ହେଡଲାଇନସ୍:

ଓଡିଶା  - ଆନ୍ଧ୍ର ସୀମାନ୍ତରେ ଥିବା ପବିତ୍ର ମହେନ୍ଦ୍ରତନୟା ନଦୀ  ତଟ ହେଲା ଉତ୍ସବ ମୁଖର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ୩୦ ହଜାରରୁ  ଶ୍ରଦ୍ଧାଳୁ ବୁଡ ପକାଇ ବୋଇତ ଭସାଇଲେ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପକଣ୍ଠ ତଥା  ଓଡିଶା-ଆନ୍ଧ୍ର ସୀମାନ୍ତରେ ପ୍ରଭାବିତ ହେଉଥିବା ପୁଣ୍ୟତୋୟା ପବିତ୍ର ମହେନ୍ଦ୍ରତନୟା ନଦୀରେ ଉଭୟ ଅଞ୍ଚଳର ୩୦ ହଜାରରୁ ଓଢବ  ଶ୍ରଦ୍ଧାଳୁ ପାହାନ୍ତିଆ ସକାଳ  ପର୍ଯ୍ୟନ୍ତ ବୁଡ ପକାଇ ରଙ୍ଗବେରଙ୍ଗର ସଜ୍ଜିତ ବୋଇତ ଭସାଇଥିଲେ । ଉତ୍ସାହ ଓ ଉଦ୍ଧୀପନାର ସହ ହୁଳହୁଳିର ଆଧ୍ୟାତ୍ମିକ ପରିବେଷ ମଧ୍ୟରେ ସମ୍ପନ୍ନ ହୋଇଥିଲା ଏହି ବୋଇତ ବନ୍ଧାଣ କାର୍ଯ୍ୟକ୍ରମ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ରାତ୍ର ୨ଟାରୁ ଉଠି ସୀମାନ୍ତରେ ପ୍ରବାହିତ ହେଉଥିବା ମହେନ୍ଦ୍ର ତନୟା ନଦୀରେ ପହଞ୍ଚି ବୁଡ ସ୍ନାନ କରିବା ପରେ ରିତିନୀତି ଅନୁଯାୟୀ ବୋଇତକୁ ପୂଜାଅର୍ଚ୍ଚନା କରି ନୂଆ ସଫା ଲୁଗା ପିନ୍ଧି ପ୍ରସ୍ତୁତ କରି ଆଣିଥିବା ରଙ୍ଗବେରଙ୍ଗର ସୁସଜ୍ଜିତ ବୋଇତଗୁଡିକୁ ଭସାଇଥିଲେ । କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଧାଣ ଅବସରରେ ଜଗନ୍ନନାଥ ମନ୍ଦିର ସମେତ ବିଭିନ୍ନ ଦେବାଳୟ ଓ କାର୍ତ୍ତିକପୂଜା ମେଢ ଠାରେ ଆଳତୀ ଓ ଠାକୁର ଦର୍ଶନ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଲାଗିରହିଥିଲା । ପ୍ରତ୍ୟେକ ଦେବାଳୟ ଗୁଡିକ ଆଲୋକ ଲିଚୁମାଳରେ ସଜ୍ଜିତ କରି ଆକର୍ଷଣୀୟ କରାଯାଇଥିଲା । ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ପାରଳାଖେମୁଣ୍ଡି ସହର କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଧାଣ ଦିନ ହୋଇଥିବା ଯୋଗୁଁ ରାତ୍ର ୨ଟା ଠାରୁ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମଗ୍ର ସହର ଉତ୍ସବ ମୁଖର ହୋଇ ଉଠିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବାହିନୀ ମୃତାୟନ ରହିଥିବା ବେଳେ ମହେନ୍ଦ୍ରତନୟ ନଦୀ ଘାଟରେ ବୋଇତ ବନ୍ଦାଣ ବେଳେ ଅପ୍ରିତିକର ପରିସ୍ଥିତି ପ୍ରତି ଅଗ୍ନିଶମ ବିଭାଗ ଦଳ ସଜାଗ ହୋଇ ରହିଥିଲେ । 

0
0
0
s2sdefault