ହେଡଲାଇନସ୍:

ବାଲିଯାତ୍ରା ମହୋତ୍ସବ :ଛିନ୍ଦ୍ରାପାଲିରେ ଆରମ୍ଭ ହେଲା  କଂସ ରାଜୁତି  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲେଟ/କେଦାର ନାଥ ସାହୁ: ଗାଇସିଲେଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ପଞ୍ଚାୟତର ଛିନ୍ଦ୍ରାପାଲି ଗ୍ରାମରେ ୫ମ ବାଲିଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି । ଗ୍ରାମର ଶତାଧିକ ମହିଳା କଳସଯାତ୍ରାରେ ଯୋଗଦେବାସହ ରାଧାକ୍ରିଷ୍ନଙ୍କ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚନା କଲାପରେ ଆରମ୍ଭ ହୋଇଥିଲା ଧନୁଯାତ୍ରା ମହୋତ୍ସବ । ପ୍ରଥମ ଦିନରେ ଦୈବବାଣୀରେ ରାଗିଯାଇ ରାଜା ଉଗ୍ରେସେନଙ୍କୁ ଗାଦିଚ୍ଯୁତ କରିବାସହ ଯୁବରାଜ କଂସ ସିଂହାସନ ଅକତିଆର କରି  ପର୍ଯ୍ୟାୟ କ୍ରମେ ଦେବକୀ ବସୁଦେବଙ୍କ ପୁତ୍ର ମାନଙ୍କୁ ହତ୍ୟା କରିବା ବେଳେ ସପ୍ତମ ଗର୍ଭର ସନ୍ତାନ ଅଦୃଶ୍ୟ ହୋଇଯାଇଥିଲେ।ଦ୍ୱିତୀୟ ଦିନରେ ମହାରାଜ କଂସ ତାଙ୍କ ସମସ୍ତ କୁଟଚକ୍ରାନ୍ତରେ ପରାଜିତ ହେବାପରେ ଧନୁଯାତ୍ରା ମହୋତ୍ସବ କରି କୃଷ୍ଣ ବଳରାମ ବେନି ଭାଇଙ୍କୁ ମଧୁରାଗଡକୁ ଆଣିବା ପାଇଁ ବୃଦ୍ଧମନ୍ତ୍ରୀ ଅକୃରଙ୍କୁ ଗୋପପୁର ପ୍ରେରଣ କରିଛନ୍ତି ।ମହୋତ୍ସବର ଦ୍ୱିତୀୟ ରଜନୀରେ ଅତିଥି ଭାବରେ ବିଜେପୁର ବିଧାୟିକା ରୀତା ସାହୁଙ୍କ ସହ ତାଲପାଲି ବୋଡାସମ୍ବର ଧନୁଯାତ୍ରା କମିଟିର ସଦସ୍ୟମାନଙ୍କ ସମେତ ଛିନ୍ଦ୍ରାପାଲି ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ଶ୍ରୀଯୁକ୍ତ ଯତୀନ୍ଦ୍ର ସାହୁ,ସଂମ୍ପାଦକ ଘାଁସିରାମ ବରିହା,କୋଷାଧ୍ୟକ୍ଷ ଭିବିଶଣ ବରିହା ତଥା କମିଟିର ସମସ୍ତ ସଦସ୍ୟ ମଞ୍ଚାସିନ ଥିଲେ।  ଚଳିତ ବର୍ଷ ତିନିଦିନ ଧରି ଚାଲିଥିବା ଏହି ବାଲିଯାତ୍ରା ମହୋତ୍ସବରେ ଅନୁଷ୍ଠିତ ଧନୁଯାତ୍ରା କାର୍ଯ୍ୟକ୍ରମରେ ମହାରାଜା କଂସ ଭୂମିକାରେ ତାଲପାଲିର ଦୋଳଗୋବିନ୍ଦ ସାହୁ,ରାଣୀ ପଦ୍ମାବତୀ ଭୂମିକାରେ   ରାଣୀ ସାହୁ,ମହାମନ୍ତ୍ରୀ ସକ୍ରାଯିତ ଭୂମିକାରେ ନାରାୟଣ ସାହୁ, ଉଗ୍ରେସେନ ଭୂମିକାରେ ନରେନ୍ଦ୍ର ଡନସନା,ବୃଦ୍ଧମନ୍ତ୍ରୀ ଅକୃର ଭୂମିକାରେ ବୀରଥ ଭୋଇ,ଚାଣ୍ଡୁର ଭୂମିକାରେ ଗୋବର୍ଧନ ସାହୁ, ମୁଷ୍ଟିକ ଭୂମିକାରେ ଛବିଲାଲ ସାହୁ,ଦେବକୀ ଭୂମିକାରେ ତପସ୍ଵୀନୀ ସାହୁ,ପୋତନା ଭୂମିକାରେ ମୌଥିଲି ମେହେର, ପ୍ରହରି ଡଗର ଭୂମିକାରେ ହାସ୍ୟକଳାକାର ରଂଜନ ସେଠ ,ପୋତନା ଭୂମିକାରେ ରାନୀ ସାହୁ,ମହର୍ଶି ନାରଦ ଭୂମିକାରେ କେଦାର ନାଥ ସାହୁଙ୍କ ସମେତ ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମର 'ମାଁ ଘାଟଘୋସିଏନ ସାସ୍କୃତିକ କଳାପରିଷଦ'ର ସମସ୍ତ କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି ।ରାତିରେ  ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ଦଣ୍ଡନୃତ୍ଯ,ନାଟକର ବ୍ୟବସ୍ଥା ରହିବାସହିତ ମୀନାବଜାର ଦର୍ଶକମାନଙ୍କୁ ଆକୃଷ୍ଟ କରିପାରିଛି ।

0
0
0
s2sdefault