ହେଡଲାଇନସ୍:

କୋଶଲି ସିନେମା ‘ଝରନ’ର ସୁଟିଂ ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବଲାଙ୍ଗିର, ନିରୋଜ ମିଶ୍ର :  ପ୍ରକୃତି ଆପେ ଆପଣାକୁ ସଜାଡି ଦିଏ । ପାହାଡର ସୁଉଚ୍ଚ ଶିଖରରୁ ଝରି ଯାଏ ଝରଣା । ଯେମିତି ସମୟ ଅତୀତରୁ ବର୍ତ୍ତମାନ ଦେଇ ଭବିଷ୍ୟତ ଆଡକୁ । ତାର ଅନ୍ତ ନାହିଁ । ସେମିତି ଆମର ଲୋକକଳା, ସଂସ୍କୃତି ଓ ଲୋକ ଜୀବନ ପ୍ରାକୃତିକ ପରିବେଶରେ ନିଜକୁ ବଞ୍ଚାଏ । ସମୟର ପ୍ରବାହରେ ଆଧୁନିକତାର ପ୍ରଭାବରେ ସେ ହୁଏତ କିଛି କାଳ ପାଇଁ ପ୍ରଭାବିତ ହୋଇପାରେ ମାତ୍ର ତାର ଗତି ଅବାରିତ । ସେ ଆଗକୁ ବଢ଼ି ·ଲିବ । ଏଭଳି ଏକ ଭାବଧାରାକୁ ନେଇ ପାଟଣେଶ୍ୱରୀ କଳା ଓ ସଂସ୍କୃତି ସଂଘ (ପେକ୍ଟ) ତରଫରୁ ଆରମ୍ଭ ହୋଇଛି କୋଶଲି ସିନେମା ‘ଝରନ’ର ସୁଟିଂ । ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ପୁଜା ଅର୍ଚ୍ଚନା କରି ମନ୍ଦିର ଓ ଏହାର ଆଖପାଖ ଅଂଚଳରେ ସୁଟିଂ ଆରମ୍ଭ କରାଯାଇଛି । ସନ୍ଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ପେକ୍ଟର ସଭାପତି ଡ. ଶ୍ରୀକର ମିଶ୍ରଙ୍କର ସଭାପତିତ୍ୱରେ ଏକ ସୁଟିଂ ଆରମ୍ଭ ସମାରୋହରେ ମୁଖ୍ୟ ଅତିଥିଭାବେ ସମାଜସେବୀ ଲଲିତ କୁମାର ନାୟକ, ସମ୍ମାନିତ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥି ଯୋଗଦେଇ ସୁଟିଂ ଆରମ୍ଭ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଝରନର ଲେଖକ ପ୍ରଶାନ୍ତ ଖମାରୀ, ଚଳଚିତ୍ରର ନିର୍ଦ୍ଦେଶକ ଆଶିଷ ଭଟ୍ଟାଚାର୍ଯ୍ୟ, ସଂଗୀତ ପଙ୍କଜ ପଙ୍କଜ ଜାଲ ପ୍ରମୁଖ ମଂଚାସୀନ ହୋଇ ସ୍ଥାନୀୟ ଅଂଚଳର ଲୋକ ଜୀବନର ଧାରାକୁ ଏହି ଚଳଚିତ୍ରରେ କିପରି ଭାବରେ ଉପସ୍ଥାପନ କରାଯାଇଛି ଓ ଏହା 

ପଶ୍ଚିମ ଓଡିଶାର ସାଂସ୍କୃତିକ ଭିତ୍ତିଭୂମିକୁ କିପରି ସଂରକ୍ଷିତ କରି ରଖିବ, ସେ ଦିଗରେ ନିଜସ୍ୱ ମତ ଉପସ୍ଥାପନ କରିଥିଲେ । ଏହି ଚଳଚିତ୍ରର ପ୍ରଡକ୍ସନ  ମ୍ୟାନେଜର  ପ୍ରହ୍ଳାଦ ଦର୍ଜି, ଏକ୍ସଜିକୁ୍ୟଟିଭ୍ ପ୍ରଡ୍ୟୁସର ଉଗ୍ରେସନ ଷଢଙ୍ଗୀ ଓ ଟୁନା ମହାନ୍ତି, କଳା ନିର୍ଦ୍ଦେଶକ  କୁନୁ ବେଜ୍ ଥିବା ବେଳେ ଗୀତ ଲେଖିଛନ୍ତି ଶାନ୍ତୁନୁ ପୁରୋହିତ ଓ କପିଲେଶ୍ୱର ଖମାରୀ । ପଶ୍ଚିମ ଓଡିଶାରେ ସ୍ଥାନୀୟ ଲୋକ କଳାକୁ ଚଳଚିତ୍ର ମାଧ୍ୟମରେ ଉପସ୍ଥାପନ କରିବାରେ ‘ଝରନ’ ନିଶ୍ଚିତ ଭାବରେ ଏକ ମାଇଲ ଖୁଣ୍ଟ ହେବ ବୋଲି ଚଳଚିତ୍ରର କଳାକାର ମାନେ ଆଶା ପୋଷଣ କରିଛନ୍ତି । ଏହି ଉସôବରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୁଜାରୀ, ବାର ଏସୋସିଏସନ ସଭାପତି ଅଶୋକ ମହାନ୍ତି, ବରିଷ୍ଠ  ସାମ୍ବାଦିକ ସତ୍ୟନାରାୟଣ ବେହେରା, ଶଙ୍କର ମିଶ୍ର, ସନ୍ଦିପ କୁମାର କୁଅଁର, ସୁବାସ ପଣ୍ଡା ଓ  ବରିଷ୍ଠ କଳାକାର ବ୍ରଜ ମୋହନ ମିଶ୍ର, ପୁର୍ଣ୍ଣ ଚନ୍ଦ୍ର ମିଶ୍ର, ମୁରଲି ପତି ଆଦି ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । 

0
0
0
s2sdefault