ହେଡଲାଇନସ୍:

ନିଆରା ଢ଼ଙ୍ଗରେ ଶିଶୁଦିବସ ପାଲିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ -ସ୍ଥାନୀୟ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ଜେନିଥ ଦ ଲାୟନ୍ସ ଗୁରୁକୁଲ ତରଫରୁ ଏକ ନିଆରା ଢ଼ଙ୍ଗରେ ଶିଶୁଦିବସ ପାଳିତ ହୋଇଯାଇଛି ।ଛାତ୍ରଛାତ୍ରୀ ମାନେ ନିଜସ୍ବ ପରିକଳ୍ପନାରେ ଉତ୍ସବର ରୂପରେଖ ପ୍ରସ୍ତୁତ କରିଥିଲେ ।ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ପରେ ପିତାମହ ଓ ପିତାମହୀ ମାନଙ୍କୁ ନେଇ ଏକ ଅଭିନବ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା ।ପ୍ରାୟ ଦୁଇଶହ ପିତାମହ ଓ ପିତାମହୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।ଛାତ୍ରଛାତ୍ରୀ ମାନେ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସହିତ ସେମାନଙ୍କର ମନୋରଞ୍ଜନ ପାଇଁ ଗୀତ,ନୄତ୍ୟ ଓ ସଙ୍ଗୀତ ପରିବେଷଣ କରିବା ସହିତ ବକୄତ୍ବା,ଗଳ୍ପଳିଖନ,ତଥା ପିତାମହ ପିତାମହୀ ମାନଙ୍କ ସହ କଟାଇଥିବା କେତୋଟି  ମଧୁର ମୁହୁର୍ତ୍ତର ଅନୁଭୂତି ପ୍ରକାଶ କରିବାର କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ଥିଲା ।ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ପରିଚାଳନାକମିଟିର ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର ଓ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜିଲ୍ଲା ସରକାର ଉପସ୍ଥିତ ଥିଲେ ।

ଅପରାହ୍ନ ୪ଘଣ୍ଟା୩୦ମିନିଟ ସମୟରେ ସହରର ବ୍ୟସ୍ତବହୁଳ ଭେଉଁରିଆ ଛକଠାରେ ପ୍ରାୟ ଷାଠିଏ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଆଠଶହ ଜଣ ଛାତ୍ରଛାତ୍ରୀ ମିଳିତ ଭାବେ ଏକ ଶିକ୍ଷଣୀୟ ତଥା ମନଛୁଆଁ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସୁବାସ ହାଉସ,ନେହରୁ ହାଉସ,ତିଳକ ହାଉସ ଏବଂ ଗାନ୍ଧୀଜୀ ହାଉସ ନାମରେ ଛାତ୍ରଛାତ୍ରୀ ମାନେ ଚାରୋଟି ଦଳରେ ବିଭକ୍ତ ଚାରୋଟି ଦିଗରୁ ଆସି ଭେଉଁରିଆ ଛକରେ ଏକତ୍ରିତ ହୋଇଥିଲେ।ସେମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଡ଼କ ନିରାପତ୍ତା,ସ୍ବଛ୍ଛତା, ଦୁର୍ନୀତି ନିବାରଣ ଓ ସୁରକ୍ଷିତ ଦୀପାବଳି ପାଳନ ଆଦି ପ୍ରସଙ୍ଗକୁ ନେଇ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।ଏଥି ସହିତ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଲେଖାଯାଇଥିବା ଫ୍ଲେଗକାର୍ଡ ଧରି ରାସ୍ତାରେ ଯିବା ସହିତ ରାସ୍ତା ଉପରେ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ । ମୋବାଇଲ ଫୋନର ଅପବ୍ୟବହାର ଉଫରେ ପ୍ରଦର୍ଶିତ ସି.ବି.ଏସ.ଇ ମଧ୍ୟମ ବର୍ଗର ଛାତ୍ରଛାତ୍ରୀ ମାନଙ୍କର ନାଟକ ବେଶ ହୄଦୟସ୍ପର୍ଶୀ ଥିଲା । ପ୍ରଥମଥର ପାଇଁ ଶିଶୁଦିବସ ଅବସରରେ ଏପରି ଅଭିନବ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବେଶ ଜନଗହଲୀ ହୋଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ଶିକ୍ଷକ ଗତିକୄଷ୍ଣ ସାହୁ, ଆନନ୍ଦ ସାହୁ,ସତିସ ସାହୁ, ମଳୟ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ |

0
0
0
s2sdefault